Football

ଓଡ଼ିଶା ଏଫ୍ସି ବୁଧବାର ଅହମଦ ଜାହୋଉଙ୍କ ସହ ୨ ବର୍ଷିୟା ଚୁକ୍ତି କରିଛି

ଭୁବନେଶ୍ୱର: ଓଡ଼ିଶା ଏଫ୍ସି ବୁଧବାର ଅହମଦ ଜାହୋଉଙ୍କ ସହ ୨ ବର୍ଷିୟା ଚୁକ୍ତି କରିଛି। ମରୋକ୍କୋର ଏହି ମିଡ୍ଫିଲ୍ଡର ପୂର୍ବରୁ ଆଇଏସ୍ଏଲ୍ରେ ଏଫ୍ସି ଗୋଆ ଓ ମୁମ୍ବାଇ ସିଟି ଏଫ୍ସିରୁ ଖେଳିବାର ଅଭିଜ୍ଞତା ରଖିଛନ୍ତି। ସେ ଦୁଇ ଥର ଆଇଏସ୍ଏଲ୍ ଲିଗ୍ ବିଜେତା ସିଲ୍ଡ ଦଳ (ଏଫ୍ସି ଗୋଆ ଓ ମୁମ୍ବାଇ ସିଟି)ର ସଦସ୍ୟ ହେବାର ଗୌରବ ଅର୍ଜନ କରିଛନ୍ତି। ସେ ମଧ୍ୟ ମୁମ୍ବାଇ ସିଟି ଏଫ୍ସିରୁ ଆଇଏସ୍ଏଲ୍ ବିଜେତା ହେବାର ସୌଭାଗ୍ୟ ପାଇଛନ୍ତି। ଓଡ଼ିଶା ଏଫ୍ସି ସହ ତାଙ୍କ ଯୋଗଦାନ ଦଳର ମନୋବଳକୁ ଦୃଢ଼ ରଖିବ। ଯୁବ ଖେଳାଳି ତାଙ୍କଠୁ ଶିଖିବାର ସୁଯୋଗ ପାଇବେ ବୋଲି କ୍ଲବ୍ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

 

Related posts

ଇଂଲଣ୍ଡ ବିଶ୍ୱକପ ବିଜେତା ଫୁଟବଲର୍ ଚାର୍ଲଟନଙ୍କର ମୃତ୍ୟୁ

ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଉଦଘାଟନୀ ମ୍ୟାଚରେ ଭାରତର ଦମଦାର ବିଜୟ

Odisha Sports Bureau

କୋଭିଡ୍-୧୯ ମଧ୍ୟରେ ଜର୍ମାନୀରେ ୬୬ ଦିନ ପରେ ଆଜିଠାରୁ ଫୁଟବଲ୍ ଆରମ୍ଭ