Cricket

ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରେ ରବୀନ୍ଦ୍ର ଜାଡେଜା ଟି-୨୦ ଫର୍ମାଟରୁ ନେଲେ ବିଦାୟ

ମୁମ୍ବାଇ: ଶନିବାର ଠାରୁ ଭାରତ ଟି-୨୦ ବିଶ୍ୱକପ ଜିତି ଇତିହାସ ରଚି ସାରିଛି। ହେଲେ ବିଶ୍ୱକପ ଜିତିବାରୁ ଖୁସି ଏବେ ବି ଦେଶବାସୀ ବିଭିନ୍ନ ଉପାୟରେ ପାଳନ କରୁଛନ୍ତି। ବିଶ୍ୱ ବିଜେତା ଟିମ ବାର୍ବଡସରୁ କେବେ ଫେରିବ, ତା’କୁ ମଧ୍ୟ ସମସ୍ତେ ଅପେକ୍ଷା କରି ରହିଛନ୍ତି।

ଏସବୁ ଭିତରେ ବିଶ୍ୱକପ ଜିତିବା ପରେ  ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଟି-୨୦ ଫର୍ମାଟକୁ ବିଦାୟ ଦେଇଛନ୍ତି। ତେବେ ରବୀନ୍ଦ୍ର ଜାଡେଜା ଦିନିକିଆ ଓ ଟେଷ୍ଟରେ ଖେଳିବା ଜାରି ରଖିବେ। ଭାରତୀୟ ଦଳ ଟି-୨୦ ବିଶ୍ୱକପ୍ ଟାଇଟଲ ହାସଲ କରିଛି। ଏହି ବିଜୟ ପରେ ବିରାଟ କୋହଲି ଓ ରୋହିତ ଶର୍ମା ଟି-୨୦ ଫର୍ମାଟରୁ ଅବସର ଘୋଷଣା କରିଥିଲେ। ଏବେ ଏହି ତାଲିକାରେ ରବୀନ୍ଦ୍ର ଜାଡେଜାଙ୍କ ନାମ ଯୋଡ଼ି ହୋଇଛି। ଏଭଳି ଭାବେ ଟି-୨୦ ବିଶ୍ୱକପ୍ ଟାଇଟଲ ଜିତିବା ପରେ ଭାରତର ୩ କିମ୍ବଦନ୍ତୀ କ୍ରିକେଟର ଏହି ଫର୍ମାଟକୁ ବିଦାୟ ଦେଇଛନ୍ତି। ସେ ୨୦୦୯ରେ ଭାରତ ପାଇଁ ଟି-୨୦ ଖେଳିବା ଆରମ୍ଭ କରିଥିଲେ ।

ରବୀନ୍ଦ୍ର ଜାଡେଜା ଟି-୨୦ ବିଶ୍ୱକପ୍ ଟ୍ରଫି ସହ ଏକ ଇନଷ୍ଟାଗ୍ରାମ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟର କ୍ୟାପସନରେ ସେ ଲେଖିଛନ୍ତି- ହୃଦୟରୁ ଧନ୍ୟବାଦ, ମୁଁ ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟରକୁ ବିଦାୟ ଦେଉଛି। ମୁଁ ସବୁବେଳେ ଗର୍ବିତ ଘୋଡ଼ା ପରି ଦେଶ ପାଇଁ ଶତ ପ୍ରତିଶତ ଦେଇଆସିଛି ଏବଂ ଜାରି ରଖିବି। ଟି-୨୦ ବିଶ୍ୱକପ୍ ଜିତିବା ଏକ ସ୍ୱପ୍ନ ସାକାର ହୋଇଛି, ସ୍ମୃତି, ଉତ୍ସାହ ଏବଂ ଅତୁଟ ସମର୍ଥନ ପାଇଁ ଧନ୍ୟବାଦ ।

 

Related posts

ସ୍ମିଥ୍, କୋହଲି ଏବଂ ରୋହିତଙ୍କୁ ପଛରେ ପକାଇଲେ ଯଶସ୍ୱୀ ଜୈସୱାଲ; WTC ରେ ବ୍ୟାଟରେ ସୃଷ୍ଟି କରୁଛନ୍ତି ହଇଚଇ

Odisha Sports Bureau

ଏସିଆ କପ୍ : ବାଂଲାଦେଶକୁ ୭ ଓ୍ବିକେଟରେ ହରାଇଲା ପାକିସ୍ତାନ

Odisha Sports Bureau

୨ମାସ ପାଇଁ ବ୍ରେକ ନେବେ ଧୋନୀ