Hockey More Sports

ରାଜ୍ୟଗୋଷ୍ଠୀ ହକି ଦଳରେ ସ୍ଥାନ ପାଇଲେ ଏକମାତ୍ର ଓଡ଼ିଆ ଅମିତ

ନୂଆଦିଲ୍ଲୀ: ଇଂଲଣ୍ଡର ବର୍ମିଂହାମଠାରେ ଜୁଲାଇ ୨୯ ତାରିଖରୁ ଆରମ୍ଭ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ହକି ଇଣ୍ଡିଆ ୧୮ଜଣିଆ ଦଳ ଘୋଷଣା କରିଛି। ଏହି ଦଳରେ ରକ୍ଷଣଭାଗ ଖେଳାଳି ଅମିତ ରୋହିଦାସ ଏକମାତ୍ର ଓଡ଼ିଆ ଭାବେ ସ୍ଥାନ ପାଇଛନ୍ତି। ମନପ୍ରୀତ ସିଂହ ଅଧିନାୟକ ପଦକୁ ଫେରିଥିଲା ବେଳେ ହର୍ମନପ୍ରୀତ ସିଂହ ଉପଅଧିନାୟକ ନିଯୁକ୍ତ ହୋଇଛନ୍ତି। ଏଫ୍‌ଆଇଏଚ୍ ପ୍ରୋ ଲିଗ୍‌ର କେତେକ ମ୍ୟାଚ୍‌ରେ ଅଧିନାୟକ ନିଯୁକ୍ତ ‌ହୋଇଥିବା ଅମିତଙ୍କଠାରୁ ଏବେ ଅଧିନାୟକ ପଦ କାଢ଼ି ନିଆଯାଇଛି। ସୂଚନାଯୋଗ୍ୟ ଯେ ଭାରତ ଏହି ପ୍ରତିଯୋଗିତାରେ ଇଂଲଣ୍ଡ, କାନାଡା, ୱେଲ୍ସ ଓ ଘାନା ସହ ପୁଲ୍-ବି‌’ରେ ସ୍ଥାନ ପାଇଛି।
ଭାରତୀୟ ଦଳ: ଗୋଲ୍‌ରକ୍ଷକ-ପିଆର ଶ୍ରୀଜେସ୍, କ୍ରିଷନ୍ ବାହାଦୂର ପାଠକ। ରକ୍ଷଣଭାଗ-ବରୁଣ କୁମାର, ହର୍ମନପ୍ରୀତ ସିଂହ (ଉପଅଧିନାୟକ), ଅମିତ ରୋହିଦାସ, ଜୁଗରାଜ ସିଂହ, ଜର୍ମନପ୍ରୀତ ସିଂହ। ମଧ୍ୟଭାଗ-ମନପ୍ରୀତ ସିଂହ (ଅଧିନାୟକ), ହାର୍ଦିକ ସିଂହ, ବିବେକ ସାଗର ପ୍ରସାଦ, ସମସେର ସିଂହ, ଆକାଶଦୀପ ସିଂହ, ନୀଳକାନ୍ତ ଶର୍ମା। ଅଗ୍ରଭାଗ-ମନଦୀପ ସିଂହ, ଗୁରଜାନ୍ତ ସିଂହ, ଲଲିତ କୁମାର ଉପାଧ୍ୟାୟ, ଅଭିଷେକ।

 

Related posts

ଦୁତିଙ୍କୁ ଅକାଳ ପଦନ୍ନୋତି ଦେଲେ ଓଡିଶା ସରକର

Odisha Sports Bureau

ଆଜିଠୁ କ୍ବାର୍ଟର ଫାଇନାଲ ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ସ୍ପେନ

Odisha Sports Bureau

ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପର ମାସ୍କଟ ହେବେ ଭଗବାନ ହନୁମାନ