Hockey

ଶ୍ରମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଭାରତୀୟ ହକି ଖେଳାଳୀ

ପୁରୀ / ସଞ୍ଜୟ ମହାପାତ୍ର: ପୁରୀରେ ଭାରତୀୟ ହକି ଟିମ୍। ପୁରୀରେ ପହଞ୍ଚିବା ପରେ ଟିମ୍ ପ୍ରଥମେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏବଂ  ମହାପ୍ରଭୁ ଙ୍କ ଖଣ୍ଡୁଆ ପାଟ ଦେଇ ଖେଳାଳି ମାନଙ୍କ   ମନ ବଳ କୁ  ଦୃଢ଼ କରାଯାଇଛି। ତାପରେ  ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।  ଭାରତୀୟ ହକି ଦଳର କ୍ୟାପଟେନଙ୍କ ସମେତ ପ୍ରାୟ ଖେଳାଳୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆର୍ଶୀବାଦ  ନେଇଛନ୍ତି। ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ହକି ଟିମ୍ ର ସଦସ୍ୟ ମାନଙ୍କୁ ସ୍ୱାଗତ କରାଯାଇଥିଲା। ତେବେ ଆସନ୍ତା ୨୯ ତାରିଖରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ହକି ଟେଷ୍ଟ ମ୍ୟାଚ ଓ ପରେ ଅଲମ୍ପିକରେ  ବିଜୟ ଆଶାକରି ଭାରତୀୟ ଦଳ ମହାପ୍ରଭୁଙ୍କ ଆର୍ଶୀବାଦ ନେଇଛନ୍ତି। ସେପଟେ ପ୍ରଶାସନ ପକ୍ଷରୁ ଭାରତୀୟ ହକି ଟିମ୍ ର ସଫଳତା କାମନା କରାଯାଇଥିବା ବେଳେ ଟିମ୍ ବ୍ଲୁ ଫ୍ଲାଗ୍ ବିଚ୍ ବୁଲି ବେସ ଖୁସି ବ୍ଯକ୍ତ କରିଛନ୍ତି।

Related posts

ବିଜୟ ମୁକୁଟ ପିନ୍ଧିଲେ ଭାରତୀୟ ମହିଳା ହକି ଦଳ

Odisha Sports Bureau

ହକି ଇଣ୍ଡିଆ ଲିଗର ନୂଆ ଅବତାର

ଆସ କରିବା ବୋବାଲ, ଓଡିଶା ନାଁ ହେବ ଗ୍ଲୋବାଲ

Odisha Sports Bureau