Cricket

ରବିଙ୍କ ପରେ ଫେରିବେ ଅନିଲ

ନୂଆଦିଲ୍ଲୀ: ପୁଣି ଥରେ ଭାରତୀୟ ଦଳକୁ ଫେରୁଛନ୍ତି କିମ୍ବଦନ୍ତୀ କ୍ରିକେଟର ଅନିଲ କୁମ୍ବଲେ । ଟିମ ଇଣ୍ଡିଆକୁ ପୁଣି ଥରେ ଟପକୁ ନେବା ପାଇଁ ଫେରୁଛନ୍ତି ଭାରତର ପୂର୍ବତନ ଷ୍ଟାର ବୋଲର ତଥା ପୂର୍ବତନ କୋଚ । ଚୁକ୍ତି ଅନୁସାରେ ଆସନ୍ତା ଟି-ଟ୍ୱେଣ୍ଟି ବିଶ୍ୱକପ ପରେ ଭାରତର ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଏହାପରେ ଭାରତୀୟ ଦଳର ମୁଖ୍ୟ କୋଚ କିଏ ହେବ ସେ ନେଇ ଚର୍ଚ୍ଚା ଲାଗି ରହିଛି । ଏହି ତାଲିକାରେ ଅନେକ ପୂର୍ବତନ ଖେଳାଳୀଙ୍କର ନାମ ରହିଛି । ଶ୍ରୀଲଙ୍କା ବିପକ୍ଷରେ ଦଳର କୋଚ ଭାବେ ନିଯୁକ୍ତ ହୋଇଥିବା ରାହୁଲ ଦ୍ରାବିଡ ମଧ୍ୟ ମୁଖ୍ୟ କୋଚ ଦୌଡରେ ସାମିଲ ଥିଲେ ।
ତେବେ ସମସ୍ତ ଖେଳାଳୀମାନଙ୍କ ମଧ୍ୟରେ ସବୁଠୁ ଆଗରେ ରହିଛି ପୂର୍ବତନ କୋଚ ଅନିଲ କୁମ୍ବଲେଙ୍କ ନାମ । ପୁଣି ଥରେ ଶାସ୍ତ୍ରୀଙ୍କ ପରେ ଅନିଲ କୋଚ ପଦକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଯଥେଷ୍ଟ ସମ୍ଭାବନା ରହିଛି । କିଛି ବର୍ଷର ବ୍ୟବଧାନ ପରେ ଅନିଲ ଟିମ ଇଣ୍ଡିଆର ନୂଆ ମୁଖିଆ ହେବେ ବୋଲି ଆଶା କରାଯାଉଛି । ପୂର୍ବରୁ ଏହି ଭେଟେରାନ ଖେଳାଳୀ ୨୦୧୬-୧୭ରେ ବର୍ଷକ ପାଇଁ ଦଳର କୋଚ ଭାର ସମ୍ଭାଳିଥିଲେ । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ଭିଭିଏସ ଲକ୍ଷ୍ମଣ ଏବଂ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ କ୍ରିମେଟ ପରାମର୍ଶଦାତା ତାଙ୍କୁ କୋଚ ଭାବେ ନିୟୋଜିତ କରିଥିଲେ । କିନ୍ତୁ ୨୦୧୭ ଚମ୍ପିଆନ୍ସ ଟ୍ରଫିରେ ପାକିସ୍ତାନ ବିପକ୍ଷରେ ହାରିବା ପରେ ଅଧିନାୟକ କୋହଲୀଙ୍କ ସହ ମତଭେଦ ହେବାରୁ ସେ କୋଚ ପଦରୁ ଇସ୍ତଫା ଦେଇଥଲେ ।
ତେବେ ଅନିଲ କୁମ୍ବଲେଙ୍କ ପରେ ଦଳର ମୁଖ୍ୟ କୋଚ ଦୌଡରେ ପୂର୍ବତନ ଖେଳାଳୀ ଭିଭିଏସ ଲକ୍ଷ୍ମଣଙ୍କ ନାମ ମଧ୍ୟ ରହିଛି । ଅନିଲଙ୍କ ପରେ ଦ୍ୱିତୀୟ ପସନ୍ଦ ଭାବେ ଭିଭିଏସ ଲକ୍ଷ୍ମଣଙ୍କୁ ନେଇ ଆଲୋଚନା କରାଯାଉଛି । ତେବେ ଏହି ଦୁଇ ଖେଳାଳୀଙ୍କ ମଧ୍ୟରୁ କି, ଦଳର ମୁଖ୍ୟ କୋଚ ହେବେ ତାହା ବିଶ୍ୱକପ ପରେ ଜଣାଯିବ ।

Related posts

ପ୍ଲେ ଅଫରେ ପ୍ରଥମ ଦଳ ଭାବେ ଗୁଜରାଟ ଟାଇଟନ୍ସର ପ୍ରବେଶ

Odisha Sports Bureau

ବିସିସିଆଇ ଟିମ୍ ଇଣ୍ଡିଆର ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଟଙ୍କା ପୁରସ୍କାର

Odisha Sports Bureau

ପ୍ରଥମ ଦିନରେ ବରୋଦା ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ ଓଡ଼ିଶା

Odisha Sports Bureau