More Sports

ଯୋଡା ମହିଳା ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଯାପିତ

କେନ୍ଦୁଝର: ଯୋଡା ମହିଳା ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଯୋଡା ଇଷ୍ଟ କେନ୍ଦ୍ରୀୟ ଖେଳ ପଡିଆରେ ୨୧ ତାରିଖ ବୁଧବାର ଦିନ ଉଦଘାଟିତ ହୋଇ ୨୨ ତାରିଖ ଗୁରୁବାର ଦିନ ଉଦଯାପିତ ହୋଇଯାଇଛି । କ୍ରୀଡା ଆରମ୍ଭରେ ଛାତ୍ରୀମାନେ ଯୋଡା ଇଷ୍ଟ ଜଗନ୍ନାଥ ମନ୍ଦିରରୁ ମଶାଲ ଆଣି ଅଧ୍ୟକ୍ଷା ଡଃ ମୃଦୁଳା ମହାନ୍ତିଙ୍କୁ ପ୍ରଦାନ କରିଥିଲେ ଏହା ପରେ ଖେଳ ପଡିଆରେ ଛାତ୍ରୀମାନେ ମାର୍ଚ୍ଚ-ପାଷ୍ଟ କରିଥିଲେ ଓ ଏହା ପରେ ଅଧ୍ୟକ୍ଷା ଛାତ୍ରୀମାନଙ୍କୁ ଖେଳର ଭାବନା ରକ୍ଷା କରି କ୍ରୀଡା ପରିବେଷଣ ପାଇଁ ଶପଥ ପାଠ କରାଇଥିଲେ । ପ୍ରଥମ ଦିନରେ ଆଠଟି ଓ ଦ୍ବିତୀୟ ଦିନ ଆଠଟି ଫିଲ୍ଡ ଓ ଟ୍ରାକ୍ ଇଭେଣ୍ଟ ଅନୁଷ୍ଠିତ ହେବା ସହିତ ଛାତ୍ରୀମାନଙ୍କ ମଧ୍ୟରେ ସ୍ଲୋ-ସାଇକେଲ , ମ୍ୟୁଜିକ ଚେୟାର ପରି ଫନ୍ ଗେମ୍ ଓ ବିଭିନ୍ନ ଶ୍ରେଣୀ ମାନଙ୍କ ମଧ୍ୟରେ ଚିତାକର୍ଷକ ରିଲେ ରେସ୍ ଅନୁଷ୍ଠିତ ହୋଇଥିଲା ।

ସମସ୍ତ କ୍ରୀଡାର ପରିଚାଳନା କରିଥିଲେ ପିଇଟି ବବିତାରାଣୀ ସିଂ ଏବଂ କଲେଜର ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ । ଯୋଡା ଟାଟା ଷ୍ଟିଲ ମୁଖ୍ୟଙ୍କ ସହଧର୍ମିଣୀ ତାନିୟା ବାନାର୍ଜୀ ଗୁରୁବାର ଉଦଯାପନୀ ଦିବସର ଅପରାହ୍ନରେ କ୍ରୀଡାରେ ସଫଳ ଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଏହି କ୍ରୀଡାରେ ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରୀ ପୂଜା ନାଏକ ଚମ୍ପିୟନ ବିବେଚିତ ହେଇଥିଲେ । ପୁରସ୍କାର ବିତରଣୀ ଉତ୍ସବକୁ ପରିଚାଳନା କରିଥିଲେ ଅଧ୍ୟାପିକା ଗୀତା ମିଶ୍ର ଏବଂ ଶେଷରେ ଅଧ୍ୟାପକ ବିଭୂତି ଭୂଷଣ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Related posts

ବକ୍ସିଂରେ ବ୍ରୋଞ୍ଜ ପଦକ ଜିତିଲେ ପ୍ରୀତି; ଲଭଲିନା ମଧ୍ୟ ଫାଇନାଲରେ ପ୍ରବେଶ

Odisha Sports Bureau

ଆଇଓସି ମୁଖ୍ୟ ବକ: ଧର୍ଯ୍ୟ ରଖ, ଆମର କାମ ହେଉଛି ଅଲିମ୍ପିକ୍ସ ଆୟୋଜନ କରିବା, ଏହାକୁ ବାତିଲ କରିବା ନୁହେଁ

Odisha Sports Bureau

ଏଫଆଇଏଚ ପ୍ଳୋ ଲିଗ ୨୦୨୦ ଭାରତୀୟ ଦଳରେ ୨ ଓଡ଼ିଆ

Odisha Sports Bureau

Leave a Comment