Uncategorized

ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ବ୍ରୋଞ୍ଜ ପଦକ

ଅଲିମ୍ପିକ୍ସରେ ଭାରତକୁ ମିଳିଲା ଆଉ ଏକ ପଦକ । ୫୦ ମିଟର ରାଇଫଲ ସୁଟିଂରେ ସ୍ୱପ୍ନିଲ କୁଶାଲେଙ୍କୁ ବ୍ରୋଞ୍ଜ ପଦକ । ଭାରତ ପାଇଁ ତୃତୀୟ ପଦକ ହାସଲ କଲେ ସୁଟର । ପ୍ରଥମ ଥର ପାଇଁ ଏ ବର୍ଗରେ ଭାରତକୁ ମିଳିଲା ପଦକ ।  ପୂର୍ବରୁ ୧୦ ମିଟର ପିସ୍ତଲ ଇଭେଣ୍ଟରେ ମନୁ ଭାକର ପ୍ରଥମେ ବ୍ରୋଞ୍ଜ ଜିତିତିଲେ ପରେ ମିଶ୍ରିତ ଯୁଗଳ ବର୍ଗରେ ସର୍ବଜୋତଙ୍କୁ ସାଥି କରି ଆଉ ଏକ ବ୍ରୋଞ୍ଜ ଜିତିଥିଲେ।

ଭାରତର ସୁଟର୍, ବ୍ୟାଡ଼ମିଣ୍ଟନ, ବକ୍ସିଂ, ତୀରନ୍ଦାଜ, ଗଲ୍ଫ, ହକି ଭଳି ଇଭେଣ୍ଟରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ପଞ୍ଚମ ଦିନରେ ଭାରତକୁ କୌଣସି ପଦକ ମିଳି ନ ଥଲେ ମଧ୍ୟ ଭାରତ ପାଇଁ ଏହା ସକାରାତ୍ମକ ରହିଥିଲା। ବ୍ୟାଡ଼ମିଣ୍ଟନରେ ପିଭି ସିନ୍ଧୁ, ଲକ୍ଷ୍ୟ ସେନ ବିଜୟ ସହିତ ପ୍ରି-କ୍ୱାର୍ଟରରେ ପ୍ରବେଶ କରିଥିଲେ। ଯେତେବେଳେ କି ଭାରତୀୟ ମହିଳା ବକ୍ସର ଲବିଲୀନା କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେହିପରି ଶୁଟିଂ ଏବଂ ତୀରନ୍ଦାଜରେ ମଧ୍ୟ ଭଲ ପ୍ରଦର୍ଶନ ରହିଥିଲା।

Related posts

୨୫ ମିଟର ଏୟାର ପିସ୍ତଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ମନୁ ଭାକର

Odisha Sports Bureau

ପାକିସ୍ତାନକୁ ଖେଳିବା ପାଇଁ ଅନୁରୋଧ କଲା ବାଂଲାଦେଶ

Odisha Sports Bureau

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଜାତୀୟ ରଗବୀ ଟୁର୍ଣ୍ଣାମେଣ୍ଟ

Odisha Sports Bureau