Football

ଫିଫା ପୁରୁଷ ଫୁଟବଲ ମାନ୍ୟତା ଶୀର୍ଷରେ ଆର୍ଜେଣ୍ଟିନା

ନୂଆଦିଲ୍ଲୀ:ଫିଫା ପୁରୁଷ ଫୁଟବଲ ମାନ୍ୟତା ଶୀର୍ଷରେ ଆର୍ଜେଣ୍ଟିନା । ଫିଫା ମାନ୍ୟତାରେ ଆର୍ଜେଣ୍ଟିନା ଫ୍ରାନ୍ସକୁ ପଛରେ ପକାଇ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଆର୍ଜେଣ୍ଟିନା ଫିଫା ବିଶ୍ବକପ-୨୦୨୬ ଯୋଗ୍ୟତାପର୍ୟ୍ୟାୟ ମ୍ୟାଚରେ ୧-୦ ଗୋଲରେ ଇକ୍ବଡର ଓ ୩-୦ ଗୋଲରେ ବଲିଭିଆକୁ ପରାସ୍ତ କରିବା ପରେ ୧୮୪୩.୭୩ ପଏଣ୍ଟ ସହ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ଶୀର୍ଷ ସ୍ଥାନରେ ରହିଥିବା ଫ୍ରାନ୍ସ ବନ୍ଧୁତ୍ବପୂର୍ଣ୍ଣ ଅନ୍ତର୍ଜାତୀୟ ମ୍ୟାଚରେ ଜର୍ମାନୀ ନିକଟରୁ ୧-୨ ଗୋଲରେ ପରାଜିତ ହେବା ପରେ ୧୮୪୩.୫୪ ପଏଣ୍ଟ ସହ ଦ୍ବିତୀୟ ସ୍ଥାନକୁ ଖସି ଆସିଛି। ଅନ୍ୟମାନଙ୍କ ମଧ୍ୟରେ ବ୍ରାଜିଲ ୩ୟ, ଇଂଲଣ୍ଡ ୪ର୍ଥ, ବେଲଜିୟମ ୫ମ, କ୍ରୋଏସିଆ ୬ଷ୍ଠ, ନେଦରଲାଣ୍ଡ୍ସ ୭ମ, ପର୍ତ୍ତୁଗାଲ ୮ମ ଓ ଇଟାଲି ୯ମ ସ୍ଥାନରେ ରହିଛି। ସେହିପରି ଅଷ୍ଟ୍ରିଆ ୨୫, ହଙ୍ଗେରୀ ୩୨ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଭାରତ ଏସୀୟ କ୍ରୀଡ଼ାରେ ଚୀନ୍ ନିକଟରୁ ପରାଜୟ ପରେ ମଧ୍ୟ ୯୯ତମ ସ୍ଥାନରେ ରହିଛି। ସେହିପରି ଭାରତୀୟ ମହିଳା ଫୁଟବଲ ଦଳ ୬୧ତମ ସ୍ଥାନରେ ରହିଛି।

 

Related posts

୯ ମାସ ଧରି ଚାଲିଥିବା ୟୁକ୍ରେନ-ରୁଷିଆ ଯୁଦ୍ଧରେ ବିରତି ଆଣିବାକୁ ଅନୁରୋଧ କରିଛି ଫିଫା

Odisha Sports Bureau

ମେସି ରୋନାଲଡୋଙ୍କୁ ପଛରେ ପକାଇଲେ ୨୧ ବର୍ଷୀୟ ମବାପ୍ପେ

Odisha Sports Bureau

ପ୍ରଖ୍ୟାତ ଫୁଟବଲର ପିକେ ବାନାର୍ଜୀଙ୍କ ପରଲୋକ

Odisha Sports Bureau