Cricket

ଆସେସ ସିରିଜ ୨୦୨୩: ମ୍ୟାଚରେ ଅଲଗା ଅଲଗା ଜୋତା ପିନ୍ଧି ଖେଳିବାକୁ ଆସିଲେ ଓଲି ରୋବିନସନ୍

ବର୍ମିଂହାମ: ବର୍ମିଂହାମରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆସେସ ସିରିଜ ୨୦୨୩ର ପ୍ରଥମ ମ୍ୟାଚ୍ ଖେଳାଯାଇଥଲା । ଏହି ମ୍ୟାଚରେ ଇଂଲଣ୍ଡ ୩୯୩ ରନ୍ କରି ପ୍ରଥମ ଇନିଂସ ଘୋଷଣା କରିଥିଲା । ଏହାପରେ ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୩୮୬ ରନ୍ କରିଥିଲା । ଇଂଲଣ୍ଡ ଦ୍ବିତୀୟ ପାଳିରେ ୨ ୱିକେଟ ହରାଇ ୨୮ ରନ୍ କରିଥିଲା । କିନ୍ତୁ ବର୍ଷା ଯୋଗୁଁ ଖେଳ ଅଧାରେ ବନ୍ଦ ହୋଇଥିଲା । ଏହି ସମୟରେ ଏକ ମଜାଳିଆ ଦୃଶ୍ୟ ଦେଖିବାକୁ ମିଳିଥିଲା । ଇଂଲଣ୍ଡର ବୋଲର ଓଲି ରୋବିନ୍ସନ୍ ଖେଳ ପଡିଆରେ ଅଲଗା ଅଲଗା ଜୋତା ପିନ୍ଧିଥିବା ନଜର ଆସିଥିଲେ ।

ରୋବିନ୍ସନ୍ ମଇଦାନରେ ରହିଥିବା ବେଳେ ପାଦରେ ଅଲଗା ଅଲଗା ଜୋତା ପିନ୍ଧିଥିଲେ । ସେ ଗୋଟେ ଗୋଡରେ ହ୍ବାଇଟ ସହିତ ବ୍ଲାକ କମ୍ବିନେସନର ଜୋତା ପିନ୍ଧିଥିବା ବେଳେ ଅନ୍ୟ ପାଦରେ ନିୟନ ଏବଂ ହ୍ବାଇଟ କଲର ଜୋତା ପିନ୍ଧିଥିଲେ । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି । ରୋବିନ୍ସନ୍ ଅଷ୍ଟ୍ରେଲିଆ ବ୍ୟାଟର ଉସମାନ ଖ୍ବାଜାଙ୍କୁ ଆଉଟ୍ କରିଥିଲେ । ଖ୍ବାଜା ୧୪୧ ରନ କରି ଆଉଟ୍ ହୋଇଥିଲେ । ସେ ୩୨୧ ବଲ ସାମ୍ନା କରି ୧୪ଟି ଚଉକା ଏବଂ ୩ଟି ଛକା ମାରିଥିଲେ ।

Related posts

ମାଆଙ୍କ ସମାଧୀ ସ୍ଥଳରେ ପହଞ୍ଚିରେ ଷ୍ଟାର କ୍ରିକେଟର

Odisha Sports Bureau

ରୋହିତ ଶର୍ମା ଏବଂ ଜୟ ଶାହଙ୍କ ଉପସ୍ଥିତିରେ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳର ଜର୍ସି ଉନ୍ମୋଚନ

ସୁମନରାଣୀଙ୍କ ହାତ ଧରିଲେ ପୂର୍ବତନ ରଣଜୀ କ୍ରିକେଟର ଧୀରାଜ