Uncategorized

ଅନ୍ତଃ ବିଶ୍ଵବିଦ୍ୟାଳୟ ହ୍ୟାଣ୍ଡବଲ୍ ଟୁର୍ନାମେଣ୍ଟରେ ମା ମାର୍କମା ମହାବିଦ୍ୟାଳୟ ତିନିଜଣ ଛାତ୍ର

ବିଷମ କଟକ/ରବିନ୍ଦ୍ର କୁମାର ସାହୁ: ରାୟଗଡ଼ା ଜିଲ୍ଲା ବିଷମ କଟକ ମା ମାର୍କମା ମହାବିଦ୍ୟାଳୟ ତିନିଜଣ ଛାତ୍ର ଆଜି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ହ୍ୟାଣ୍ଡବଲ୍ ପୁରୁଷ ଦଳରେ ସ୍ଥାନ ପାଇ ଆଜି ବିହାର ର ଲଳିତ ନାରାୟଣ ମିଥିଳା ବିଶ୍ଵବିଦ୍ୟାଳୟ ର ଦରଭଙ୍ଗା ଗସ୍ତ କରିଛନ୍ତି। ଦରଭଙ୍ଗା ସ୍ଥିତ ଲଳିତ ନାରାୟଣ ମିଥିଳା ବିଶ୍ଵବିଦ୍ୟାଳୟ ଠାରେ ଚଳିତ ମାସ ୬ ତାରିଖ ଠାରୁ ୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପୂର୍ବାଞ୍ଚଳ ଅନ୍ତଃ ବିଶ୍ଵବିଦ୍ୟାଳୟ ହ୍ୟାଣ୍ଡବଲ୍‌ ପୁରୁଷ ଟୁର୍ନାମେଣ୍ଟରେ ଏହି ଟିମ୍ ଅଂଶ ଗ୍ରହଣ କରିବେ ଦଳରେ ବିଷମ କଟକ ମା’ ମାର୍କମା  ମହାବିଦ୍ୟାଳୟ +3. ତିନିଜଣ ଛାତ୍ର ଆନ୍ତଃ ୟୁନିଭେର୍ସିଟି ହ୍ୟାଣ୍ଡବଲ ଚାମ୍ପିୟାନସିପ ଖେଳିବାକୁ ମନୋନୀତ ହେଇଛନ୍ତି। ସେମାନେ ହେଲେ  ରମେଶ ହିକ୍‌କା, କୃଷ୍ଣ ତିଆକା, ଦିଲ୍ଲୀପ  ବେହେରା । ହେଣ୍ଡ ବଲ ର ଜିଲ୍ଲା ସମ୍ପାଦକ ଶୁଭେନ୍ଦୁ ନାରାୟଣ ଚୌଧୁରୀ  ଓ ମାର୍କମା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼.ଅଶ୍ୱିନୀ କୁମାର ପଣ୍ଡା ଖୁସି ବ୍ୟକ୍ତ କରିବା ସହିତ ପିଲାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Related posts

ଅଙ୍କିତାଙ୍କୁ ଅଲିମ୍ପିକ୍ସ ଟିକେଟ୍‌

Odisha Sports Bureau

ମୋଟର ରେସିଂ ଦୁର୍ଘଟଣାରେ ଚାଲିଗଲା ଭାଣ୍ଟ ହଫ୍‌ଙ୍କ ଜୀବନ

Odisha Sports Bureau

କଡ଼ା ସୁରକ୍ଷା ବଳୟ ଭିତରୁ ନୀରଜଙ୍କ ହାତରୁ ଉଭେଇଗଲା ଜାଭଲିନ

Odisha Sports Bureau