Uncategorized

ଅନ୍ତଃ ବିଶ୍ଵବିଦ୍ୟାଳୟ ହ୍ୟାଣ୍ଡବଲ୍ ଟୁର୍ନାମେଣ୍ଟରେ ମା ମାର୍କମା ମହାବିଦ୍ୟାଳୟ ତିନିଜଣ ଛାତ୍ର

ବିଷମ କଟକ/ରବିନ୍ଦ୍ର କୁମାର ସାହୁ: ରାୟଗଡ଼ା ଜିଲ୍ଲା ବିଷମ କଟକ ମା ମାର୍କମା ମହାବିଦ୍ୟାଳୟ ତିନିଜଣ ଛାତ୍ର ଆଜି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ହ୍ୟାଣ୍ଡବଲ୍ ପୁରୁଷ ଦଳରେ ସ୍ଥାନ ପାଇ ଆଜି ବିହାର ର ଲଳିତ ନାରାୟଣ ମିଥିଳା ବିଶ୍ଵବିଦ୍ୟାଳୟ ର ଦରଭଙ୍ଗା ଗସ୍ତ କରିଛନ୍ତି। ଦରଭଙ୍ଗା ସ୍ଥିତ ଲଳିତ ନାରାୟଣ ମିଥିଳା ବିଶ୍ଵବିଦ୍ୟାଳୟ ଠାରେ ଚଳିତ ମାସ ୬ ତାରିଖ ଠାରୁ ୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପୂର୍ବାଞ୍ଚଳ ଅନ୍ତଃ ବିଶ୍ଵବିଦ୍ୟାଳୟ ହ୍ୟାଣ୍ଡବଲ୍‌ ପୁରୁଷ ଟୁର୍ନାମେଣ୍ଟରେ ଏହି ଟିମ୍ ଅଂଶ ଗ୍ରହଣ କରିବେ ଦଳରେ ବିଷମ କଟକ ମା’ ମାର୍କମା  ମହାବିଦ୍ୟାଳୟ +3. ତିନିଜଣ ଛାତ୍ର ଆନ୍ତଃ ୟୁନିଭେର୍ସିଟି ହ୍ୟାଣ୍ଡବଲ ଚାମ୍ପିୟାନସିପ ଖେଳିବାକୁ ମନୋନୀତ ହେଇଛନ୍ତି। ସେମାନେ ହେଲେ  ରମେଶ ହିକ୍‌କା, କୃଷ୍ଣ ତିଆକା, ଦିଲ୍ଲୀପ  ବେହେରା । ହେଣ୍ଡ ବଲ ର ଜିଲ୍ଲା ସମ୍ପାଦକ ଶୁଭେନ୍ଦୁ ନାରାୟଣ ଚୌଧୁରୀ  ଓ ମାର୍କମା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼.ଅଶ୍ୱିନୀ କୁମାର ପଣ୍ଡା ଖୁସି ବ୍ୟକ୍ତ କରିବା ସହିତ ପିଲାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Related posts

ବାଳିକା ନୌଚାଳନାରେ ଭାରତର ନେହା ଠାକୁର ରୌପ୍ୟ ପଦକ ହାସଲ କରିଛନ୍ତି

Odisha Sports Bureau

ବ୍ଲକସ୍ତରୀୟ କ୍ରିଡା ପ୍ରତିଯୋଗିତା ଅନୁଷ୍ଠିତ

Odisha Sports Bureau

ମହିଳା ଦିନିକିଆ ବିଶ୍ୱକପ୍‌ ଲାଗି ଭାରତୀୟ ଦଳ ଘୋଷିତ ହୋଇଛି

Odisha Sports Bureau