Football

ଚଳିତ ବର୍ଷ କୌଣସି ଖେଳାଳି ସମ୍ମାନଜନକ ବଲୋନ୍ ଡି’ଅର୍ ପୁରସ୍କାର ପାଇବେ ନାହିଁ

(ଓଡିଶା ସ୍ପୋର୍ଟସ): ପ୍ରତିବର୍ଷ ଫ୍ରାନ୍ସର ଫୁଟବଲ୍ ପତ୍ରିକା ଦ୍ୱାରା ଦିଆଯାଇଥିବା ସମ୍ମାନଜନକ ବଲୋନ୍ ଡି’ଅର୍ ଟାଇଟଲ୍ ଚଳିତ ବର୍ଷ କୌଣସି ଖେଳାଳିଙ୍କୁ ଦିଆଯିବ ନାହିଁ । କରୋନା ମହାମାରୀ ଯୋଗୁଁ ଫୁଟବଲ ଟୁର୍ନାମେଣ୍ଟ ବନ୍ଦ ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ୧୯୫୬ ମସିହାରେ ପୁରସ୍କାର ପ୍ରତିଷ୍ଠା ହେବା ପରେ ଏହା ପ୍ରଥମ ଥର ହେବ ଯେତେବେଳେ କୌଣସି ଖେଳାଳିଙ୍କୁ ଏହି ଟାଇଟଲ୍ ଦିଆଯିବ ନାହିଁ ।

ଫୁଟବଲର ଏହି ସମ୍ମାନଜନକ ବଲୋନ୍ ଡି’ଅର୍ ଟାଇଟଲ୍ ପ୍ରଥମେ ୧୯୫୬ ମସିହାରେ ଷ୍ଟାନଲି ମାଥ୍ୟୁସ ଏହାକୁ ଜିତିଥିଲା। ଲିଓନେଲ୍ ମେସି ଏହାକୁ ୬ ଥର ରେକର୍ଡ ଜିତିଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ କ୍ରିଷ୍ଟିଆନୋ ରୋନାଲଡୋ ମଧ୍ୟ ପାଞ୍ଚ ଥର ଟାଇଟଲ୍ ହାସଲ କରିଛନ୍ତି ।

ଫ୍ରାନ୍ସର ଫୁଟବଲ୍ ପତ୍ରିକା ବଲୋନ୍ ଡି’ଅର୍ ଦ୍ୱାରା ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ଏହି ପତ୍ରିକା ମଧ୍ୟ ୨୦୧୮ରେ ମହିଳା ପୁରସ୍କାର ପ୍ରଦାନ ଆରମ୍ଭ କରିଥିଲା, କିନ୍ତୁ ଏଥର ତାହା ମଧ୍ୟ ଦିଆଯିବ ନାହିଁ ।

ଫ୍ରାନ୍ସ ଫୁଟବଲ ସମ୍ପାଦକ ପାସ୍କାଲ ଫେରେ କହିଛନ୍ତି, ‘ଏହା ଏତେ ଅଦ୍ଭୁତ ବର୍ଷ ଯେ ଆମେ ଏହାକୁ ସାଧାରଣ ବର୍ଷ ବୋଲି ବିବେଚନା କରିପାରିବୁ ନାହିଁ । ଅତିକମରେ ଦୁଇ ମାସ ପୂର୍ବରୁ ଆମେ ଏହା ବିଷୟରେ କହିବା ଆରମ୍ଭ କରିଥିଲୁ । ସେ କହିଛନ୍ତି, ‘ଆମେ ଏହି ନିଷ୍ପତ୍ତିକୁ ହାଲୁକା ଭାବେ ଗ୍ରହଣ କରିନାହୁଁ କିନ୍ତୁ ଏହାକୁ ଗ୍ରହଣ କରିବାକୁ ପଡ଼ିବ ।

Related posts

ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ୫୦୦ ମିଲିଅନ ଫଲୋଅର୍ସ ଥିବା ରୋନାଲଡୋ ଦୁନିଆର ପ୍ରଥମ ବ୍ୟକ୍ତି ହୋଇଛନ୍ତି

Odisha Sports Bureau

ଜ୍ୟୋତିଷ ବାଛିଥିଲେ ଭାରତୀୟ ଫୁଟବଲ ଦଳ

Odisha Sports Bureau

ମେସିଙ୍କୁ କୁଣ୍ଢାଇ ପକାଇଲା ଫ୍ୟାନ,ଗିରଫ କଲା ଚୀନ ପୋଲିସ