Cricket

ଭାରତ ପାଇଁ ୨୫୭ ଟାର୍ଗେଟ ଦେଲା ବାଂଲାଦେଶ

ନୂଆଦିଲ୍ଲୀ : ଆଜି ପୁଣେରେ ଭାରତ- ବାଂଲାଦେଶ ଟକ୍ନର ଦେଖିବାକୁ ମିଳଛି । ଟସ ଜିତି ବ୍ୟାଟିଙ୍ଗ ନିଷ୍ପତ୍ତି ନେଇଥିଲା ବାଂଲାଦେଶ । ବାଂଲାଦେଶ ଅଧିନାୟକ ଆହତ ହେବା ହେତୁ ସେ ଆଜି ଖେଳି ନାହାନ୍ତି । ବୁମରା , ସିରାଜ ଏବଂ ଜାଡେଜା ଦୁଇଟି ଲେଖାଏଁ ୱିକେଟ ନେଇଥିବା ବେଳେ ସାର୍ଦୁଲ ଏବଂ କୁଲଦୀପ ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି । ବ୍ୟାଟିଂ ବିପର୍ଯ୍ୟସ୍ତ ସତ୍ୱେ ବାଂଲାଦେଶ ସମ୍ପୂର୍ଣ୍ଣ ୫୦ ଓଭର ବ୍ୟାଟିଂ ୮ ୱିକେଟ ହରାଇ କରି ଭାରତ ସାମ୍ନାରେ ୨୫୭ ରନର ଟାର୍ଗେଟ ରଖିଛି । ବାଂଲାଦେଶ ତରଫରୁ ଲିଟନ ଦାସ ଅର୍ଦ୍ଧଶତକ କରିଛନ୍ତି ।ଦଳର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ କରିବା ସମୟରେ ଆହତ ହୋଇଛନ୍ତି। ଏହା ପରେ ତାଙ୍କୁ ପଡ଼ିଆ ଛାଡ଼ିବାକୁ ପଡ଼ିଛି।

ହାର୍ଦ୍ଦିକ ପାଣ୍ଡ୍ୟା ବାଂଲାଦେଶ ଇନିଂସର ନବମ ଓଭର ବୋଲିଂ କରିଛନ୍ତି। ମାତ୍ର ଏହି ଓଭରରେ ସେ ମାତ୍ର ୩ଟି ବଲ୍ ବୋଲିଂ କରି ପାରିଥିଲେ। ଅବଶିଷ୍ଟ ଓଭର ବିରାଟ କୋହଲି ପୂରା କରିଥିଲେ। ଆହତ ଗୁରୁତର ଥିବାରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ହସ୍ପିଟାଲ୍ ପଠାଯାଇଛି। ସେଠାରେ ତାଙ୍କ ସ୍କାନ୍ କରାଯିବ। ମ୍ୟାଚ୍‌ରେ ପୁନର୍ବାର ସେ ପଡ଼ିଆକୁ ବୋଲିଂ କି ଫିଲ୍ଡିଂ କରିବାକୁ ଓହ୍ଲାଇ ପାରିବେ ନାହିଁ। ତେବେ ବ୍ୟାଟିଂ କରିବେ କି ନାହିଁ ତାହା ଭାରତର ବ୍ୟାଟିଂ ସମୟରେ ନିର୍ଣ୍ଣୟ ନିଆଯିବ।

 

Related posts

ଆଜି ୩ୟ ଦିନିକିଆ ମ୍ୟାଚ : ଭାରତ ସମ୍ମାନ ରକ୍ଷା କରିବା ଲକ୍ଷ୍ୟରେ

Odisha Sports Bureau

WTC ଫାଇନାଲରେ ଭାରତୀୟ ଟିମର ହେଲା ପରିବର୍ତ୍ତନ

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଘଣ୍ଟା ଜବତ

Odisha Sports Bureau