Cricket

ଆଇପିଏଲରୁ ବାଦ ପଡିଲେ ବ୍ୟାଟ୍ସମ୍ୟାନ ରଜତ ପଟିଦାର

ବାଙ୍ଗାଲୋରକୁ ବଡ ଝଟକା । ଆହତ କାରଣରୁ ଦଳରୁ ବାଦ୍ ପଡିଲେ ଷ୍ଟାର ବ୍ୟାଟ୍ସମ୍ୟାନ୍ । କୋଲକାତା ବିପକ୍ଷ ମ୍ୟାଚ୍ ପୂର୍ବରୁ ଆରସିବିକୁ ଲାଗିଲା ବଡ ଝଟକା । ଏନେଇ ଆରସିବି ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଟୁଇଟ୍ କରି କହିଛି ଯେ, ଦଳର ବ୍ୟାଟ୍ସମ୍ୟାନ୍ ରଜତ ପଟିଦାର ଚଳିତ ଆଇପିଏଲରୁ ସମ୍ପୂର୍ଣ୍ଣ ବାଦ୍ ପଡିଛନ୍ତି । ଗୋଡରେ ଆଘତ କାରଣରୁ ସେ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି । ତେବେ ଆହତ ହୋଇ ଦଳରୁ ବାଦ୍ ପଡିବା ପରେ ସେ ବାଙ୍ଗାଲୋର ସ୍ଥିତ ନ୍ୟାସନାଲ କ୍ରିକେଟ୍ ଏକାଡେମୀ ଯାଇ ସେଠାରେ ପ୍ରସ୍ତୁତ ହେବେ । ତେବେ ରଜତ ପଟିଦାର ଦଳରୁ ଆଉଟ୍ ହେବା ପରେ ତାଙ୍କର ବିକଳ୍ପ ପ୍ଲେୟାର ସାମିଲ କରିବନି ଆରସିବି । ଏନେଇ ଦଳ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ତେବେ ରଜତ ପଟିଦାରଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛି ଦଳ ।

 

Related posts

ଆଫ୍ରିଦିଙ୍କୁ ଟି -୨୦ ବିଶ୍ୱକପ୍ ଟୁର୍ନାମେଣ୍ଟ ଆମ୍ବାସଡର କଲେ ଆଇସିସି; ଯୁବରାଜଙ୍କ ପରେ ଆଫ୍ରିଦିଙ୍କୁ ମିଳିଲା ଏହି ଦାୟିତ୍ୱ

Odisha Sports Bureau

ଲକ୍ଷ୍ନୌ ମ୍ୟାଚ ବାତିଲ ପରେ ଶିଖିଲା ବିସିସିଆଇ

Odisha Sports Bureau

ସଚିନଙ୍କ ରେକର୍ଡ ଭାଙ୍ଗିଲେ ଗିଲ

Odisha Sports Bureau