Cricket

ଭାରତୀୟ ଦଳକୁ ବିସିସିଆଇର ୧୨୫ କୋଟି ପୁରସ୍କାର

ଆଇସିସି ‌ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବିଜୟୀ ଭାରତୀୟ ଦଳ ପାଇଁ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ପୁରାସ୍କାର ରାଶି ଅଜାଡ଼ି ଦେଇଛି। ସମ୍ପୂର୍ଣ୍ଣ ଦଳକୁ ୧୨୫ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହ ପ୍ରକାଶ କରିଛନ୍ତି। ବିଶ୍ବକପ୍‌ ସାରା ଭାରତୀୟ ଖେଳାଳି ଦକ୍ଷତା, ପ୍ରତିଭା, ସଙ୍କଳ୍ପ ଓ ଖେଳଭାବନା ଦେଖାଇ ଏହି ଉଲ୍ଲେଖନୀୟ ବିଜୟ ପାଇଥିବାରୁ ସାହା ସମସ୍ତ ଖେଳାଳି, ପ୍ରଶିକ୍ଷକ ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶନିବାର ରାତିରେ ବାର୍ବାଡସ୍‌ର କେନସିଙ୍ଗଟନ୍‌ ଓଭାଲରେ ଭାରତୀୟ ଦଳ ରୋମାଞ୍ଚକ ଭାବେ ୭ ରନ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ରୋହିତ ଶର୍ମାଙ୍କ ନେତୃତ୍ବକୁ ମଧ୍ୟ ଜୟ ଶାହ ଉଚ୍ଚ ପ୍ରଶଂସା କରିଥିଲେ। ସମାଲୋଚକଙ୍କ ମୁହଁକୁ ସେମାନେ ବନ୍ଦ କରି ଦେଇଛନ୍ତି। ରାହୁଲ ଦ୍ରାବିଡ଼ଙ୍କ ଦିଗ୍‌ଦର୍ଶନରେ ରୋହିତ ସେନାଙ୍କ ଯାତ୍ରା‌ କୌଣସି ପ୍ରେରଣାଦାୟୀ କାହାଣୀଠାରୁ ଭିନ୍ନ ନୁହେଁ। ଏବେ ଏମାନେ ମହାନ ଖେଳାଳିଙ୍କ ମଧ୍ୟରେ ଗଣାଯିବେ। ରୋହ‌ିତଙ୍କ ନେତୃତ୍ବ ସହିତ ବିରାଟ କୋହଲି, ଯଶପ୍ରୀତ୍ ବୁମରା ଓ ଅନ୍ୟମା‌ନେ ୧୪୦ କୋଟି ଭାରତୀୟଙ୍କ ଆଶା ଓ ସ୍ବପ୍ନକୁ ବାସ୍ତବ ରୂପ ଦେଇଛନ୍ତି ବୋଲି ଶାହ ପ୍ରକାଶ କରିଥିଲେ।

Related posts

ଭାରତର ପ୍ରଥମ ଇନିଂସ ଶେଷ, ୧୬ ରନରେ ଅଷ୍ଟ୍ରେଲିଆ ହରାଇଲା ପ୍ରଥମ ୱିକେଟ

Odisha Sports Bureau

ବିରାଟ କୋହଲିଙ୍କ ଉପରେ ମମତା ଦେଖାଇଲେ ୱେଷ୍ଟଇଣ୍ଡିଜ ଖେଳାଳିଙ୍କ ମାଆ

ଟିମ୍ ଇଣ୍ଡିଆ ଟେଷ୍ଟରେ ନମ୍ବର ୧

Odisha Sports Bureau