Uncategorized

BCCI ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ଓ ଦିନିକିଆ ସିରିଜ ପାଇଁ ଘୋଷଣା କରିଲା ଦଳ, ଟେଷ୍ଟରେ ଯଶସ୍ୱୀ ଜୈସୱାଲ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ଓ ଦିନିକିଆ ସିରିଜ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । BCCI ସିଲେକ୍ସନ କମିଟି ଦୁଇଟି ମ୍ୟାଚର ତାଲିକା ଘୋସଣା କରିଛନ୍ତି ଯଥା, ଟେଷ୍ଟ ସିରିଜ ଏବଂ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଦଳ ଘୋଷଣା କରିଛି । ତେବେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୫ଟି ମ୍ୟାଚରେ ଞ-୨୦ ସିରିଜ ହେବାକୁ ଥିବାବେଳେ, ଏଥିପାଇଁ ଆଗାମୀ ଦିନରେ ଦଳ ଘୋଷଣା କରାଯିବ ବୋଲି କୁହାଯାଇଛି । ଟେଷ୍ଟ ଏବଂ ଦିନିକିଆ ସିରିଜରେ ରୋହିତ ଶର୍ମା ଦଳର ଅଧିନାୟକ ଅଛନ୍ତି । ଏହା ସହ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରାଙ୍କୁ ଟେଷ୍ଟ ଦଳରୁ ବାଦ ଦିଆଯାଇଥିବା ବେଳେ ୧୭ଜଣିଆ ଦିନିକିଆ ସ୍କ୍ବାଡରେ ସଞ୍ଜୁ ସାମସନଙ୍କୁ ସାମିଲ କରାଯାଇଛି। ଆଜିଙ୍କ୍ୟ ରାହାଣେଙ୍କୁ ବଡ଼ ଦାୟିତ୍ବ ଦେଇ ବିସିସିଆଇ ତାଙ୍କୁ ଟେଷ୍ଟ ସିରିଜ୍ ପାଇଁ ଉପ-ଅଧିନାୟକ କରିଛି।

ପ୍ରଥମ ଥର ପାଇଁ ଟେଷ୍ଟ ଦଳରେ ଯୁବ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୈସୱାଲ ଏବଂ ଋତୁରାଜ ଗାଇକୱାଡ ସ୍ଥାନ ପାଇଛନ୍ତି।ଚଳିତ ମାସ ଆରମ୍ଭରେ ଅନୁଷ୍ଠିତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ପାଇଁ ଯଶସ୍ୱୀଙ୍କୁ ଷ୍ଟାଣ୍ଡବାଏରେ ରଖାଯାଇଥିଲା। ଯଶସ୍ୱୀ ଜୈସୱାଲ ଚଳିତ ବର୍ଷ ଆଇପିଏଲରେ ଦମଦାର ପ୍ରଦର୍ଶନ ଦେଖାଇଥିଲେ । ତାଙ୍କର ଖେଳିବାର ଅନ୍ଦାଜକୁ ଫ୍ୟାନ ମାନେ ଖୁବ ପସନ୍ଦ କରିଛନ୍ତି । ତେବେ ଏହି ତାଲିକାରେ ତାଙ୍କ ନା ରହିଛି ।

Related posts

ଭିନେଶ ଫୋଗଟ୍‌ଙ୍କୁ ମିଳିବ କି ଯୁଗ୍ମ ରୌପ୍ୟ ପଦକ? ଆଜି ଆସିବ ରାୟ

Odisha Sports Bureau

ମହିଳା ସିଙ୍ଗଲ୍ସର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ

ଏସିଆନ୍ ରିଲେ ଚାମ୍ପିଅନସିପରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ଭାରତୀୟ ପୁରୁଷ ଓ ମହିଳା ଦଳ