Cricket

ଆଜିର ମ୍ୟାଚକୁ ନେଇ ବିସିସିଆଇର କଡା ନିଷ୍ପତ୍ତି

ନୂଆଦିଲ୍ଲୀ: ସନରାଇଜର୍ସ ହାଇଦ୍ରାବାଦ ଦଳର ଷ୍ଟାର ବୋଲର ଟି ନଟରାଜନ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାପରେ ତାଙ୍କ ସମେତ ଅନ୍ୟ ୬ ଜଣ ଟିମ ସଦସ୍ୟଙ୍କୁ ଆଇସୋଲେସନକୁ ପଠାଯାଇଛି । ତେବେ ନଟରାଜନ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଆଜିର ଦିଲ୍ଲୀ- ହାଇଦ୍ରାବାଦ ମ୍ୟାଚ ଖେଳାଯିବାକୁ ନେଇ ଆଶଙ୍କା ବଢିଯାଇଛି । ତେବ ଏ ନେଇ ବିସିସିଆଇ ଏକ କଡା ନିଷ୍ପତ୍ତି ନେଛି । ଆଜିର ମ୍ୟାଚକୁ ନିର୍ଦ୍ଧାରିତ ସମୟରେ ଖେଳାଯିବା ପାଇଁ ନିଷ୍ପତ୍ତି ନେଇଛି ବିସିସିଆଇ । ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଏହି ମ୍ୟାଚ ସନ୍ଧ୍ୟା ୭.୩୦ରେ ଖେଳାଯିବ ବୋଲି ବିିସିସିଆଇ ସ୍ପଷ୍ଟ କରିଛି ।
ତେବେ ଏହି ମ୍ୟାଚରେ ଟି ନଟରାଜନ ଏବଂ ଆଇସୋଲେସନରେ ଥିବା ବିଜୟ ଶଙ୍କର ମଧ୍ୟ ଦଳରୁ ବାଦ ପଡିଛନ୍ତି । ଏହି ଦୁଇ ଖେଳାଳୀଙ୍କ ବ୍ୟତୀତ ଟିମ ମ୍ୟାନେଜର ବିଜୟ କୁମାର, ଫିଜିଓ ଥେରାପିଷ୍ଟ ଶ୍ୟମ ସୁନ୍ଦର ଜେ, ଡାକ୍ତର ଅଞ୍ଜନା ବନନ, ଲଜିଷ୍ଟିକ ମ୍ୟାନେଜର ତୁଷାର ଖେଡକର ଓ ନେଟ ବୋଲର ପେରିୟାସାମୀ ଗଣେଶନଙ୍କ ନାମ ସାମିଲ ରହିଛି । ଅନ୍ୟ ଖେଳାଳୀ ମାନଙ୍କ ଆରଟିପିସିଆର ଟେଷ୍ଟ ନେଗେଟିଭ ଆସିଥିବା ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେଣୁ ମ୍ୟାଚ ଖେଳାଯିବାକୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ ।

Related posts

କାହିଁକି ରିଙ୍କୁଙ୍କୁ ଚାପୁଡା ମାରିଲେ କୁଳଦୀପ୍?

କ୍ୟାପଟେନ ହେବା ପରେ ଦମଦାର ଅନ୍ଦାଜରେ ଫର୍ମକୁ ଫେରିଲେ ସୂର୍ୟ୍ୟ କୁମାର ଯାଦବ

Odisha Sports Bureau

ପିଙ୍କ ବଲ ଟେଷ୍ଟ ମ୍ୟାଚର ଟିକେଟ ଅର୍ଥ ଫେରାଇବ ସିଏବି

Odisha Sports Bureau