Cricket

୯ରୁ ୯ ଜିତି ଭାରତର ରେକର୍ଡ, ବିଶ୍ୱକପରେ ଟିମ୍ ଇଣ୍ଡିଆର ବଡ଼ ବିଜୟ

୯ରୁ ୯ ଜିତି ଭାରତର ରେକର୍ଡ, ବିଶ୍ୱକପରେ ଟିମ୍ ଇଣ୍ଡିଆର ବଡ଼ ବିଜୟ । ଶେଷ ଲିଗ୍ ମ୍ୟାଚରେ ନେଦରଲାଣ୍ଡସକୁ ୧୬୦ ରନରେ ପରାସ୍ତ କରିଛି ରୋହିତ ବାହିନୀ । ଏଥିସହ ଲିଗ୍ ପର୍ଯ୍ୟାୟର ସମସ୍ତ ୯ଟି ମ୍ୟାଚ୍ ଜିତିଛି । ଚଳିତ ବିଶ୍ବକପ ଲିଗ୍ ପର୍ଯ୍ୟାୟରେ ଗୋଟିଏ ବି ମ୍ୟାଚ୍ ହାରି ନଥିବା ଏକମାତ୍ର ଦଳ ହୋଇଛି ଭାରତ । ଭାରତ ପକ୍ଷରୁ ବୁମରା, ଜାଡେଜା, ସିରାଜ ଏବଂ କୁଲଦୀପ ଯାଦବ ୨ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । ସବୁଠାରୁ ବଡ଼ କଥା ହେଉଛି କି କୋହଲି ଏବଂ ରୋହିତଙ୍କୁ ଗୋଟିଏ ଲେଖାଏଁ ଓ୍ବିକେଟ ମଧ୍ୟ ମିଳିଛି । ଭାରତୀୟ ଦଳର ୯ ଜଣ ବୋଲର ବୋଲିଂ କରିଥିଲେ । ଶୁଭମନ ଗିଲ ମଧ୍ୟ ବୋଲିଂ କରିଥିବା ନଜର ଆସିଥିଲା ।

ଉଭୟ ବ୍ୟାଟିଂ ଓ ବୋଲିଂରେ ଜବରଦସ୍ତ ପ୍ରଦର୍ଶନ ବଳରେ ବୃହତ ବିଜୟ ହାସଲ କରିଥିଲା ଭାରତ । ଶ୍ରେୟସ ଆୟାର ଓ ଲୋକେଶ ରାହୁଲଙ୍କ ବିସ୍ଫୋରକ ଧୂଆଁଧାର ସେଞ୍ଚୁରୀ ବଳରେ ନେଦରଲ୍ୟାଣ୍ଡସ୍ ବିପକ୍ଷରେ ଭାରତ ବିଶାଳ ୪୧୦ ରନ୍ କରିଥିଲା । ୬୨ ବଲରେ ଶତକ କରିଥିଲେ ଲୋକେଶ ରାହୁଲ । ସେହିଭଳି ୮୪ ବଲରେ ଶତକ ହାସଲ କରିଥିଲେ ଶ୍ରେୟସ ଆୟାର । ସେ ୧୨୮ ରନ୍ କରି ଅପରାଜିତ ରହିଥିଲେ। ବିଶ୍ବକପରେ ଶ୍ରେୟସଙ୍କର ଏହା ପ୍ରଥମ ଓ ଦିନିକିଆରେ ଚତୁର୍ଥ ଶତକ ।

ସେହିପରି ରୋହିତ ଶର୍ମା, ଶୁବମନ ଗିଲ୍, ବିରାଟ କୋହଲି ଅର୍ଦ୍ଧଶତକ କରିଥିଲେ । ଭାରତ ଶେଷ ୧୦ ଓଭରରେ ୧୨୬ ରନ୍ କରିଥିଲା। ସେଥିରୁ ଶେଷ ୫ ଓଭରରେ କରିଥିଲା ୭୩ ରନ୍। ଜବାବରେ ନେଦରଲ୍ୟାଣ୍ଡସ୍ ମାତ୍ର ୨୫୦ ରନରେ ଅଲଆଉଟ୍ ହୋଇଥିଲା । ବିଶ୍ବକପରେ ଲଗାତାର ୯ଟି ମ୍ୟାଚ୍ ଜିତାଇଥିବା ପ୍ରଥମ ଭାରତୀୟ କ୍ୟାପଟେନ୍ ହୋଇଛନ୍ତି ରୋହିତ ଶର୍ମା ।

ପୂର୍ବରୁ ୨୦୦୩ ୱାର୍ଲଡ କପରେ ସୌରଭ ଗାଙ୍ଗୁଲି ଲଗାତାର ୮ଟି ମ୍ୟାଚରେ ଭାରତକୁ ବିଜୟୀ କରାଇଥିଲେ । ୧୫ ତାରିଖରେ ମୁମ୍ବାଇ ୱାଙ୍ଖଡେରେ ନ୍ୟୁଜିଲାଣ୍ଡ ସହ ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବ ଭାରତ । ଗୁରୁବାର କୋଲକାତାରେ ଦ୍ବିତୀୟ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମୁକାବିଲା ହେବ । ଆସନ୍ତା ୧୯ ତାରିଖରେ ଫାଇନାଲ୍ ଫାଇଟ୍ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ୍ ମୁକାବିଲା ଖେଳାଯିବ ।

Related posts

କିକ୍ରେଟ ଏକାଡ଼େମୀ ଖୋଲିବେ ଧୋନୀ

Odisha Sports Bureau

ବିଶ୍ୱକପ ଜିତିଲେ ଟିମ୍ ଇଣ୍ଡିଆକୁ ମିଳିବ କେତେ ଟଙ୍କା?

Odisha Sports Bureau

ଭାରତଠୁ ହାରିବା ପରେ ପାକିସ୍ତାନକୁ ଝଟକା, ଅନେକ ଖେଳାଳି ଜ୍ୱରରେ ପୀଡିତ

Odisha Sports Bureau