Wrestling

ବିନେଶଙ୍କ ଦାବିକୁ ଅନୁମୋଦନ କଲା କ୍ରୀଡା ମନ୍ତ୍ରଣାଳୟ

(ଓଡିଶା ସ୍ପୋର୍ଟସ୍): ଷ୍ଟାର ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗାତଙ୍କ ଦାବିକୁ ଗ୍ରହଣ କରି ହଙ୍ଗେରୀରେ ୪୦ ଦିନିଆ ଅଭ୍ୟାସକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି । କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭିନେଶ ବ୍ୟକ୍ତିଗତ ପ୍ରଶିକ୍ଷକ ଭୋଲେରେ ଇକୋସ, ଅଭ୍ୟାସ ପାର୍ଟନର ପ୍ରିୟଙ୍କା ଫୋଗାତ, ଫିଜିଓ ରମଣ ଏନଙ୍କୁ ହଙ୍ଗେରୀର ଅଭ୍ୟାସ ଶିବିରରେ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯାଇଥିଲା । ଟାର୍ଗେଟ୍ ଅଲିମ୍ପିକ୍ ପୋଡିୟମ୍ ସ୍କିମ୍ (ଟିଓପିଏସ୍) ଅଧୀନରେ ଏହି ଶିବିରକୁ ଅନୁମୋଦନ କରାଯାଇଛି ।

ଏହାର ମୋଟ ମୂଲ୍ୟ ୧୫ ଲକ୍ଷ ୫୧ ହଜାର ଟଙ୍କା ହେବ । ଏଥିରେ ବିମାନ ଯାତ୍ରା, ସ୍ଥାନୀୟ ଯାତାୟାତ, ରହଣି ଏବଂ ରହିବା ଖର୍ଚ୍ଚ ଅନ୍ତର୍ଭୁକ୍ତ । ଏହି ଶିବିର ୨୮ ଡିସେମ୍ବରରୁ ୨୪ ଜାନୁୟାରୀ ପର୍ୟ୍ୟନ୍ତ ବୁଡାପେଷ୍ଟର ଭାସା ସ୍ପୋର୍ଟସ କ୍ଲବରେ ଏବଂ ପରେ ୨୪ ଜାନୁୟାରୀରୁ ୫ ଫେବୃଆରୀ ମଧ୍ୟରେ ପୋଲାଣ୍ଡରେ ଅନୁଷ୍ଠିତ ହେବ ।

ଟୋକିଓ ଅଲିମ୍ପିକ୍ସରେ ଭାରତର ପଦକ ଆଶା କରି ଭିନେଶଙ୍କ ପାଇଁ କୋଚ୍ ଇକୋସ୍ ଏହି ଶିବିର ଯୋଜନା କରିଛନ୍ତି । ଏହା ମାଧ୍ୟମରେ ସେ ନିଜ ଶ୍ରେଣୀରେ ୟୁରୋପର କୁସ୍ତିମାନଙ୍କ ସହିତ ଅଭ୍ୟାସ କରିବାକୁ ସମର୍ଥ ହେବେ । ବିନେଶ କହିଛନ୍ତି, “ମୁଁ ମୋର ସ୍ତର ଜାଣିବା ଉଚିତ୍ । ଭଲ କୁସ୍ତିମାନଙ୍କ ସହିତ ଅଭ୍ୟାସ କରି ମୁଁ ମୋର ଦୁର୍ବଳତା ଜାଣିବି ।

Related posts

ପୁନିଆଙ୍କ ସହିତ ଅନ୍ୟ ୪ ଖେଳାଳି ଫାଇନାଲରେ

Odisha Sports Bureau

ଆଜିଠାରୁ ଜାତୀୟ ଉପକନିଷ୍ଠ କୁସ୍ତି ପ୍ରତିଯୋଗିତା ଆରମ୍ଭ

Odisha Sports Bureau

କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ ନେଇ ବିଜେପିକୁ ଟର୍ଗେଟ୍ କଲେ ସତ୍ୟପାଲ ମଲ୍ଳିକ