Football

ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ହିଁ ବଡ ହକି ଷ୍ଟାଡିୟମ: FIH ଅଧ୍ୟକ୍ଷ ତୟାବ ଇକ୍ରମ

ରାଉରକେଲା: ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ହିଁ ଦୁନିଆର ସବୁଠାରୁ ବଡ଼ ହକି ଷ୍ଟାଡିୟମ। ବିବାଦର ଅବସାନ ଘଟାଇଲେ FIH ଅଧ୍ୟକ୍ଷ ତୟାବ ଇକ୍ରମ । ରାଜ୍ୟକୁ ଗୌଣ କରି ଦେଖାଇବାର ମାନସିକତା ନେଇ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କ ଖୋଲିଲା ଅସଲ ମୁଖା। ବିର୍ସା ମୁଣ୍ଡା ଭଳି ଷ୍ଟାଡିୟମ ବିଶ୍ବରେ ଗୋଟିଏ । ସେଠାରେ ୨୧ ହଜାର ୮୦୦ ଦର୍ଶକଙ୍କ ବସିବା ସୁବିଧା ରହିଛି । ରାଜ୍ୟ ସରକାର ସେଠାରେ ବିଶ୍ବ ସ୍ତରୀୟ ବ୍ୟବସ୍ଥା କରିଛନ୍ତି । ଏଥିସହ ଷ୍ଟାଡିୟମର ଭିତ୍ତିଭୂମିକୁ ପ୍ରଶଂସା କରିଛନ୍ତି ଏଫଆଇଏଚ ଅଧ୍ୟକ୍ଷ । ଏହି ଷ୍ଟାଡିୟମରେ ସବୁ ବର୍ଗର ଲୋକଙ୍କ ପାଇଁ ସୁବିଧା ରହିଛି । ଭିନ୍ନକ୍ଷମ ବ୍ୟକ୍ତି ମଧ୍ୟ ଷ୍ଟାଡିୟମକୁ ଆରମରେ ଯାଇ ଖେଳ ଦେଖିପାରିବ । ଏଫଆଇଏଚ ଅଧ୍ୟକ୍ଷଙ୍କ ଏଭଳି ମତ ପରେ ସର୍ବବୃହତ ଷ୍ଟାଡିୟମକୁ ନେଇ ପ୍ରଶ୍ନ ଉଠାଉଥିବା ବିରୋଧୀଙ୍କୁ ଜବାବ ମିଳିଛି।

Related posts

ମେସିଙ୍କ ନୁଆ ରେକର୍ଡ

Odisha Sports Bureau

ମାର୍କସ ଥୁରମଙ୍କୁ ଜୋରିମନା

Odisha Sports Bureau

ଚାମ୍ପିଆନ୍ସ ଲିଗ୍: ୦-୩ରେ ହାରିଲା ମେସିଙ୍କ ଦଳ

Odisha Sports Bureau

Leave a Comment