Cricket

ମାହିଙ୍କ ଟ୍ୱିଟର ଆକାଉଣ୍ଟରୁ ହଟିଲା ବ୍ଲୁ ଟିକ

ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟସ): ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ବିରୁଦ୍ଧରେ ଟ୍ୱିଟର ନେଇଛି ବଡ ପଦକ୍ଷେପ । ଧୋନୀଙ୍କ ଆକାଉଣ୍ଟରୁ ବ୍ଲୁ ଟିକ ହଟାଇ ଦେଇଛି ଟ୍ୱିଟର । ଦୀର୍ଘ ଦିନ ଆକାଉଣ୍ଟରେ କୌଣସି ପୋଷ୍ଟ କରା ନଯିବାରୁ ବ୍ଲୁଟିକ ହଟାଇ ଦିଆଯାଇଥିବା କୁହାଯାଉଛି । ଗତ ଜାନୁୟାରୀ ୮ ତାରିଖରେ ଶେଷ ଥର ପାଇଁ ଧୋନୀ କୌଣସି ଏକ ପେ।ଷ୍ଟ କରିଥିଲେ । ତେବେ ଏହି ଆକାଉଣ୍ଟରେ ମାହିଙ୍କର ମୋଟ ୮.୨ ମିଲିୟନ ଫଲୋୟର ରହିଛନ୍ତି । ଫିଲ୍ଡ ଭିତରେ ନିଜର ଫାଷ୍ଟ ଷ୍ଟମ୍ପିଙ୍ଗ ପାଇଁ ପ୍ରସିଦ୍ଧିଲ।।ଭ କରିଥିବା କ୍ୟାପ୍ଟେନ କୁଲ କିନ୍ତୁ ଏତେ ସକ୍ରିୟ ନଥିଲେ । ତେବେ ଖେଳରୁ ସନ୍ନ୍ୟାସ ନେବାର ବର୍ଷେ ପରେ ମଧ୍ୟ ସାମାଜିକ ଗଣମାଧ୍ୟମରେ ଖୁବ ଚର୍ଚ୍ଚାରେ ରହିଛନ୍ତି ଏମ.ଏସ ଧୋନୀ । ଏପରିକି ସନ୍ନ୍ୟାସ ଘୋଷଣାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ୍ର ମଧ୍ୟ ସେ କିଛି ଦିନ ପରେ ଉତ୍ତର ଦେଇଥିଲେ । ଅଗଷ୍ଟ ୧୫ ତାରିଖରେ ଅବସର ଘୋଷଣା କରିଥିଲେ ଧୋନୀ । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଟ୍ୱିଟ କରିଥିଲେ । କିନ୍ତୁ ଧୋନୀ ତାଙ୍କର ଉତ୍ତର ଅଗଷ୍ଟ ୨୦ ତାରିଖରେ ଦେଇଥିଲେ ।

Related posts

ବୋଲିଂରେ ବୁମରାହଙ୍କ ୨ୟ ସ୍ଥାନ: ଖସିଲେ ରୋହିତ-କୋହଲି

ଏଜବେଷ୍ଟନ ଟେଷ୍ଟ : ଶୋଚନୀୟ ଭାବେ ପରାଜିତ ହେଲା ଭାରତ

ବଢିଲା କ୍ରିକେଟରଙ୍କ ମ୍ୟାଚ ଫି

Odisha Sports Bureau

Leave a Comment