Wrestling

ବ୍ରିଜଭୂଷଣଙ୍କୁ ମିଳିଲା ଅନ୍ତରୀଣ ଜାମିନ

ନୂଆଦିଲ୍ଳୀ: ବିଜେପି ନେତା ତଥା ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜଭୂଷଣ ସିଂହଙ୍କୁ ଯୌନ ନିର୍ୟାତନା ମାମଲାରେ ଦିଲ୍ଳୀ କୋର୍ଟ ୨ ଦିନିଆ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି। ବ୍ରିଜଭୂଷଣ ଏବଂ ବିନୋଦ ତୋମାରଙ୍କ ଜାମିନ୍ ଆବେଦନର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୦ ତାରିଖରେ ହେବ।

ବ୍ରିଜଭୂଷଣ ସିଂହ ଏବଂ ମୁଖ୍ୟ ସଚିବ ବିନୋଦ ତୋମାରଙ୍କ ବିରୋଧରେ ନିକଟରେ ୧ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ ହୋଇଥିଲା। ଚାର୍ଜସିଟ୍ ଅନୁଯାୟୀ, ଅଭିଯୋଗକାରୀଙ୍କ ଦାବିକୁ ପ୍ରମାଣ କରିବା ପାଇଁ କୌଣସି ଡିଜିଟାଲ୍ କିମ୍ବା କଲ୍ ଡିଟେଲ୍ ରେକର୍ଡ ନାହିଁ ବୋଲି କୁହାଯାଇଥିଲା। ତେବେ ଦିଲ୍ଲୀ ପୁଲିସ କହିବା ଅନୁଯାୟୀ ଡବ୍ଲ୍ୟୁଏଫଆଇ ଏବଂ ଅଭିଯୋଗକାରୀଙ୍କ ଠାରୁ ସଂଗ୍ରହ କରାଯାଇଥିବା ଫଟୋ ଅପରାଧ ଘଟିଥିବା ଘଟଣାରେ ସିଂହଙ୍କ ଉପସ୍ଥିତିକୁ ପ୍ରମାଣିତ କରୁଛି।

ଏହି ମାମଲା ବ୍ୟତୀତ ଜଣେ ନାବାଳିକା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଆଧାରରେ ବ୍ରିଜଭୂଷଣଙ୍କ ବିରୋଧରେ ଆଉ ଏକ ଏଫଆଇଆର୍ ରୁଜୁ କରାଯାଇଥିଲା, ଯାହା କି ଯୌନ ଅପରାଧରୁ ଶିଶୁ ସୁରକ୍ଷା (ପୋକ୍ସୋ) ଆଇନ ଅନୁଯାୟୀ ରୁଜୁ ହୋଇଥିଲା। ତାଙ୍କ ବିରୋଧରେ ଯୌନ ନିର୍ୟାତନା ଅଭିଯୋଗ ଆଣିଥିବା ୭ଜଣ ମହିଳା କୁସ୍ତିଯୋଦ୍ଧାଙ୍କ ମଧ୍ୟରେ ସେ ମଧ୍ୟ ଜଣେ ଥିଲେ। ବ୍ରିଜଭୂଷଣ ଯୌନ ଶୋଷଣର ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ।

ଯୌନ ନିର୍ୟାତନା, ଅପରାଧିକ ଧମକ ଏବଂ ପିଛା କରିବା ଅଭିଯୋଗରେ ଦିଲ୍ଲୀ ପୁଲିସ ଜୁନ୍ ୧୫ ତାରିଖରେ ସାଂସଦ ବ୍ରିଜଭୂଷଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା। ଅନେକ ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗକୁ ନେଇ ଅନ୍ତର୍ଜାତୀୟସ୍ତରରେ ହଇଚଇ ସୃଷ୍ଟି ହେବା ପରେ ପୁଲିସ୍ ଏହି ଚାର୍ଜସିଟ୍ ଦାଖଲ କରିଥିଲା।

Related posts

ଭାରତୀୟ କୁସ୍ତି ସଂଘ ସଭାପତି ଓ ସହକାରୀ ସମ୍ପାଦକଙ୍କ ବୟାନ ରେକର୍ଡ କଲା ଦିଲ୍ଲୀ ପୁଲିସ

ରେସଲର ସପକ୍ଷରେ କେଜ୍ରିୱାଲ

Odisha Sports Bureau

ଭିନେଶ ଓ ବଜରଙ୍ଗକୁ ଏସିଆଡ ଟିକେଟ୍