Cricket

WTCରେ କିଏ ମାରିଛି ସର୍ବାଧିକ ଶତକ ?

ବ୍ୟୁରୋ : ସରିଛି ବିଶ୍ୱ ଟେଷ୍ଟ ଚମ୍ପିଆନ୍‌ସିପର ୨୦୨୧-୨୩ ସଂସ୍କରଣ । ଏଥିରେ ଚମ୍ପିଆନ୍‌ ହୋଇଛି ଅଷ୍ଟ୍ରେଲିଆ ଟିମ୍‌ । ଏବେ ଯାଏଁ ବିଶ୍ୱ ଟେଷ୍ଟ ଚମ୍ପିଆନ୍‌ସିପ୍‌ର ୨ଟି ସଂସ୍କରଣ ଖେଳାଯାଇଛି । ଆଉ ଏବେ ଆରମ୍ଭ ହୋଇଛି ବିଶ୍ୱ ଟେଷ୍ଟ ଚମ୍ପିଆନ୍‌ସିପ୍‌ର ତୃତୀୟ ସଂସ୍କରଣ ମାନେ ୨୦୨୩-୨୫ । ପ୍ରଥମଟି ନ୍ୟୁଜିଲାଣ୍ଡ ବିଜୟୀ ହୋଇଥିବା ବେଳେ ୨ୟ ସଂସ୍କରଣରେ ଚମ୍ପିଆନ୍‌ ହୋଇଛି ଅଷ୍ଟ୍ରେଲିଆ । ତେବେ WTC ଇତିହାସରେ ସବୁଠୁ ଅଧିକା ଶତକ ମାରିଥିବା ଖେଳାଳି କିଏ ଜାଣିଛନ୍ତି  କି ? ଆସନ୍ତୁ ଜାଣିବା…

ବିଶ୍ୱ ଟେଷ୍ଟ ଚମ୍ପିଆନ୍‌ସିପ୍‌ ସବୁଠୁ ଅଧିକ ଶତକ ମାରିବାରେ ରେକର୍ଡ ଇଂଲଣ୍ଡର ବ୍ୟାଟସମ୍ୟାନ୍‌ ଜୋ ରୁଟ୍‌ଙ୍କ ନାଁରେ ରହିଛି । ସେ ୪୫ଟି ଟେଷ୍ଟ ମ୍ୟାଚ୍‌ ଖେଳି ୧୨ଟି ଶତକ ମାରିଛନ୍ତି । ଏହାପଛକୁ ଅଷ୍ଟ୍ରେଲିଆର ବ୍ୟାଟର ମାର୍ନସ ଲାବୁସେନ୍‌ ରହିଛନ୍ତି । ସେ ମୋଟ ୩୬ଟି ଟେଷ୍ଟ ମ୍ୟାଚ୍‌ ଖେଳି ୧୦ଟି ଶତକ ମାରିଛନ୍ତି । ଏହାପଛକୁ ବି ରହିଛନ୍ତି ଆଉ ଜଣେ ଅଷ୍ଟ୍ରେଲିଆ ବ୍ୟାଟର । ଗ୍ରେମ୍‌ ସ୍ମିଥ୍‌ ମଧ୍ୟ ୩୬ଟି ଟେଷ୍ଟ ମ୍ୟାଚ୍‌ ଖେଳି ୯ଟି ଶତକ ମାରିଛନ୍ତି । ସେହିପରି ଏହି ଲିଷ୍ଟରେ ସ୍ମିଥଙ୍କ ପଛକୁ ରହିଛନ୍ତି ପାକିସ୍ତାନୀ ବ୍ୟାଟର ବାବର ଆଜମ୍‌ । ସେ ୨୫ଟି ଟେଷ୍ଟ ମ୍ୟାଚ୍‌ ଖେଳି ୮ଟି ଶତକ ହାସଲ କରିଛନ୍ତି । ଆଉ ବାବର ଆଜମଙ୍କ ପଛକୁ ରହିଛନ୍ତି ଭାରତୀୟ କ୍ରିକେଟ୍‌ ଟିମ୍‌ର ବର୍ତ୍ତମାନ ଅଧିନାୟକ ଥିବା ରୋହିତ ଶର୍ମା । ସେ ମୋଟ ୨୪ଟି ଟେଷ୍ଟ ମ୍ୟାଚ୍‌ ଖେଳି ୭ଟି ଶତକ ହାସଲ କରିଛନ୍ତି । ରୋହିତଙ୍କ ପଛକୁ ରହିଛନ୍ତି ଆଉ ଜଣେ ଅଷ୍ଟ୍ରେଲିଆ ବ୍ୟାଟର ଉସମାନ ଖ୍ୱାଜା ।

ସେ ୨୩ଟି ଟେଷ୍ଟ ମ୍ୟାଚ୍‌ ଖେଳି ୭ଟି ଶତକ ହାସଲ କରିଛନ୍ତି ।  ଏହାବାଦ୍‌ ଲିଷ୍ଟର ୭ମ ସ୍ଥାନରେ ରହିଛନ୍ତି ଇଂଲଣ୍ଡ ବ୍ୟାଟର ବେନ୍‌ ଷ୍ଟୋକ୍ସ । ସେ ୩୮ଟି ମ୍ୟାଚ୍‌ ଖେଳି ୭ଟି ଶତକ ହାସଲ କରିଛନ୍ତି । ବେନ୍‌ ଷ୍ଟୋକ୍ସଙ୍କ ପଛକୁ ରହିଛନ୍ତି ନ୍ୟୁଜିଲାଣ୍ଡ ବ୍ୟାଟର କେନ୍‌ ଓ୍ୱିଲିୟମସନ୍‌ । ସେ ୧୭ଟି ଟେଷ୍ଟ ମ୍ୟାଚ୍‌ ଖେଳି ୬ଟି ଶତକ ହାସଲ କରିଛନ୍ତି । ଅନ୍ୟପଟେ ୯ମ ସ୍ଥାନରେ ରହିଛନ୍ତି ଶ୍ରୀଲଙ୍କା ବ୍ୟାଟର ଧନଞ୍ଜୟ ଡିସ୍‌ଲିଭା । ସେ ୨୧ଟି ମ୍ୟାଚ୍‌ ଖେଳି ୬ଟି ଶତକ ହାସଲ କରିଛନ୍ତି । ୧୦ ମ ସ୍ଥାନରେ ଆଉ ଜଣେ ଶ୍ରୀଲଙ୍କା ବ୍ୟାଟର ଏଫଡିଏମ୍‌ କରୁଣାରତ୍ନେ ରହିଛନ୍ତି । ସେ ୨୩ଟି ଟେଷ୍ଟ ମ୍ୟାଚ୍‌ ଖେଳି୬ଟି ଶତକ ହାସଲ କରିଛନ୍ତି । ତେବେ ଶ୍ରେଷ୍ଠ ୧୦ ଜଣ ବ୍ୟାଟରଙ୍କ ତାଲିକାରେ ରୋହିତ ଶର୍ମା ହିଁ କେବଳ ଜଣେ ମାତ୍ର ଭାରତୀୟ  ରହିଛନ୍ତି । ଆଉ କୌଣସି ବ୍ୟାଟସମ୍ୟାନ୍‌ ବିଶ୍ୱ ଟେଷ୍ଟ ଚମ୍ପିଆନ୍‌ସିପ୍‌ରେ ଶତକ ମାରିଥିବା ଶ୍ରେଷ୍ଠ ୧୦ ବ୍ୟାଟରଙ୍କ ତାଲିକାରେ ନାହାନ୍ତି ।

Related posts

ବାରବାଟୀକୁ ଫେରିଲା ଇଣ୍ଟନେସନାଲ କ୍ରିକେଟ

Odisha Sports Bureau

ପଞ୍ଜାବ କିଙ୍ଗସ ଆଗରେ ୧୭୫ ରନର ବିଜୟ ଲକ୍ଷ୍ୟ ରଖିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

Odisha Sports Bureau

ପୁରୁଣା ଅନ୍ଦାଜରେ ‘ଦ ବେଷ୍ଟ ଫିନିସର’

Odisha Sports Bureau