Cricket

WTC ରେ ବୁମରାହ କଲେ ଏପରି ଭୁଲ

ସାଉଥହମ୍ପଟନ(ଓଡିଶା ସ୍ପୋର୍ଟର୍ସ): ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚମ୍ପିୟନସିପର ପଞ୍ଚମ ଦିନରେ ଘଟିଛି ଏକ ଅଭାବନୀୟ ଘଟଣା । ଆଉ ଏହି ଭୁଲ ହୋଇଚି ଭାରତର ପ୍ରମୁଖ ବୋଲର ତଥା ୟର୍କର କିଭ୍ଗ ଯଶପ୍ରୀତ ବୁମରାହଙ୍କ ଦ୍ୱାରା । ଯେଉଁଥି ପାଇଁ ମାତ୍ର ଗୋଟିଏ ଓଭର ଖେଳି ତାଙ୍କୁ ପଡିଆ ବାହାରକୁ ଯିବାକୁ ପଡିଥିଲା । ମ୍ୟାଚର ପଞ୍ଚମ ଦିନରେ ଯଶପ୍ରୀତ ବୁମରାହ ଭୁଲ ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇଥିଲେ । ତେବେ ନିଜ ଭୁଲ ଜାଣିବା ପରେ ସେ ସଙ୍ଗେ ସଙ୍ଗେ ଡ୍ରେସିଙ୍ଗ ରୁମକୁ ଯାଇ ଜର୍ସି ବଦଳାଇଥିଲେ ।
ବିଶ୍ୱ ଟେଷ୍ଟ ଚମ୍ପିୟନସିପ ପାଇଁ ସ୍ୱତନ୍ତ୍ର ଜର୍ସି ଦିଆଯାଇଥିବା ବେଳେ ଯଶପ୍ରୀତ ବୁମରାହ ପୁରୁଣା ଜର୍ସି ପିନ୍ଧିଥିଲେ । ଏହି ମ୍ୟାଚ ପାଇଁ ବାହୁରେ ଗଚଖ ଲେେଗୋ ଲାଗିଥିବା ବେଳେ ଛାତିରେ ଓଉଉ ଡଞଉ ୠସଦ୍ଭବକ୍ଷ ୨୦୨୧ ଲେଖା ହୋଇଛି । କିନ୍ତୁ ବୁମରାହ ଏହି ଜର୍ସି ବଦଳରେ ପୂରୂଣା ଜର୍ସି ପନ୍ଧି ଖେଳିବାକୁ ଆସିଥିଲେ । ତେବେ ପ୍ରଥମ ଓଭର ବୋଲିଙ୍ଗ କରିବା ପରେ ସେ ଏହା ଜାଣି ପାରିଥିଲେ ଏବଂ ପାଭିଲିୟନ ଯାଇ ନୂଆ ଜର୍ସି ପିନ୍ଧି ପୁଣି ଖେଳରେ ଯୋଗ ଦେଇଥିଲେ ।

Related posts

ପ୍ରଥମ ଥର ପାଇଁ ଇତିହାସ ରଚି ଫାଇନାଲରେ ଭାରତୀୟ ମହିଳା ଦଳ

ନିର୍ଣ୍ଣାୟକ ମୁକାବିଲା: ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବ ଅଷ୍ଟ୍ରେଲିଆ

Odisha Sports Bureau

ଫାଇନାଲରେ ପରାଜୟ ପରେ ନିଜର ଯନ୍ତ୍ରଣା ବ୍ୟକ୍ତ କଲେ ଶୁଭମନ୍ ଗିଲ୍; ୧୬ରୁ ଘଣ୍ଟାରୁ ଅଧିକ ବିତିଯାଇଛି କିନ୍ତୁ….

Odisha Sports Bureau