Cricket

ମ୍ୟାଚ ରଦ୍ଦ ପରେ ରାଗିଗଲେ ସିଇଓ

ମାଞ୍ଚେଷ୍ଟର: ଭାରତ-ଇଂଲଣ୍ଡ ବିପକ୍ଷ ପୟ୍ଚମ ତଥା ଅନ୍ତିମ ଟେଷ୍ଟ ବନ୍ଦ ହେବା ପରେ କ୍ରିକେଟ ଜଗତରେ ଝଡ଼ ସୃଷ୍ଟ ହୋଇଛି । ଏହି ମ୍ୟାଚ ରଦ୍ଦ ହେବା ପରେ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ ବୋର୍ଡ (ଇସିବି)ର ସିଇଓ ଟମ ହ୍ୟାରିସନ ବିସିସିଆଇ ଉପରେ ଖପ୍ପା ଥିବା ଦେଖାଯାଇଛି । ରାଗରେ ହ୍ୟାରିସନ ଭାରତୀୟ ଖେଳାଳୀମାନଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ।
ଭାରତର କିଛି ଷ୍ଟାଫ କୋରୋନାରେ ଆକ୍ରାନ୍ତ ହେବା ପରେ ଶେଷ ଟେଷ୍ଟକୁ ବାତିଲ କରାଯାଇଛି । ତେବେ ଇସିବିର ସିଇଓ ମ୍ୟାଚ ରଦ୍ଦ ହେବାର ଅଲଗା କାରଣ ଦର୍ଶାଇଛନ୍ତି । କୋରୋନା ପାଇଁ ନୁହେଁ ବରଂ କିଛି ସୁନିୟୋଜିତ କାରଣ ପାଇଁ ମ୍ୟାଚ ରଦ୍ଦ ହୋଇଛି ବୋଲି କହିଛନ୍ତି ଟମ ହ୍ୟାରିସନ । ତେବେ ସହାୟକ ଫିଜିଓ ଯୋଗେଶ ପରମାର କୋରୋନାରେ ଆକ୍ରାନ୍ତ ହେବା ଏକ ସଂଯୋଗ ବୋଲି ହ୍ୟାରିସନ ମନ୍ତବ୍ୟ ଦେଇଛନ୍ତି । ବାସ୍ତବରେ ହ୍ୟାରିସନଭ୍କ ଏଭଳି ମନ୍ତବ୍ୟ ପରୋକ୍ଷ ଭାବରେ ଆସନ୍ତା ଆଇପିଏଲକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି । ତାଙ୍କ କହିବା ଅନୁସାରେ କୋରୋନା ସହକ୍ରମଣ ପାଇଁ ନୁହେଁ ବରଂ ଆଇପିଏଲ ପାଇଁ ଶେଷ ଟେଷ୍ଟ ମ୍ୟାଚକୁ ବାତିଲ କରାଯାଇଛି ।
ଭାରତ-ଇଂଲଣ୍ଡ ବିପକ୍ଷ ଏହି ଟେଷ୍ଟ ସିରିଜରେ ଭାରତ ୨-୧ରେ ଅଗ୍ରଣୀ ହାସଲ କରିଥିଲା । ତେବେ ଏହି ଶେଷ ମ୍ୟାଚରେ ଭାରତର ସିରିଜ ଜିତିବାର ଅଧିକ ସମ୍ଭାବନା ରହିଥିଲା । ଯଦି ଇଂଲଣ୍ଡ ଏହି ମ୍ୟାଚକୁ ଜିତଥାନ୍ତା ତେବେ ସିରିଜର ପଳାଫଳ ୨-୨ରେ ଡ୍ର ହୋଇଥାନ୍ତା । କିନ୍ତୁ କୋରୋନା ପାଇଁ ମ୍ୟାଚ ବାତିଲ ହେବା ପରେ ଏହି ମ୍ୟାଚ ଆଗାମୀ ଗସ୍ତରେ ଖେଳାଯିବା ନେଇ ଆଲୋଚନା ହେଉଛି । ତେବେ ବିସିସିଆଇ ଏବଂ ଇସିବି ଉଭ୍ର ମିଶି ଏହି ମ୍ୟାଚ ପାଇଁ ସମୟ ନିର୍ଦ୍ଧାରଣ କରିବେ ।

Related posts

ପଞ୍ଜାବ କିଙ୍ଗସ ଆଗରେ ୧୭୫ ରନର ବିଜୟ ଲକ୍ଷ୍ୟ ରଖିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

Odisha Sports Bureau

କ୍ରିକେଟ ପ୍ରେମୀଙ୍କୁ ମାଡ଼, ବଡ ବଡ଼ିଆଙ୍କୁ ନକଲି ପାସ୍

ଦିନିକିଆରେ ୭ଟି ‘ମ୍ୟାନ୍ ଅଫ୍ ଦ ସିରିଜ୍’ ଜିତିଛନ୍ତି ଧୋନି

Odisha Sports Bureau

Leave a Comment