Cricket

ଆଜି ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ

ଚେନ୍ନାଇ: ଆଇପିଏଲ୍ର ୧୭ ତମ ସଂସ୍କରଣ । ଚେନ୍ନାଇର ଚେପକ୍ ଷ୍ଟାଡିୟମରେ ଆଜି ଖେଳାଯିବ ଚଳିତ ସିଜିନ୍ ୩୯ ତମ ମ୍ୟାଚ୍ । ଆଉ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ । ରାତି ୭ ଟା ୩୦ ମିନିଟିରେ ଖେଳାଯିବ ଏହି ମୁକା ବିଲା । ଉଭୟ ଟିମ୍ ପାଇଁ ଏହି ମ୍ୟାଚ ବିଜୟୀ ଜରୁରୀ । ବର୍ତ୍ତମାନ ସୁଦ୍ଧା ଚେନ୍ନାଇ ସୁପର କିଙ୍ଗସ ୭ଟି ମୁକା ବିଲା ଖେଳିସାରିଛି । ଯେଉଁ ଥିରେ ୪ଟି ମ୍ୟାଚ ବିଜୟୀ ହୋଇଥିବା ବେଳେ ୩ଟି ପରାସ୍ତ ହୋଇଛି । ମୋଟ ୮ ଅଙ୍କ ସହ ପଏଣ୍ଟ ଟେବୁଲ ର ୪ର୍ଥ ସ୍ଥାନରେ ରହିଛି ଚେନ୍ନାଇ ସୁପରକିଙ୍ଗସ୍ । ତେବେ ଦଳ ଉଭୟ ବ୍ୟାଟିଂ ଏବଂ ବୋଲିଂ ରେ ଭଲ ପ୍ରଦର୍ଶନ କରୁଛି । ତେଣୁ ପ୍ଲେ-ଅପ୍ ରେସରେ ରହିବାକୁ ହେଲେ ଦଳକୁଏହି ଦଳକୁ ବିଜୟ ଜରୁରୀ । ହେଲେ ଚେନ୍ନାଇ ପାଇଁ ଟେନସନ ଓପନର ଯୋଡି । ଏବେ ଯାଏଁ ଓପନିଂ ଯୋଡି ଭଲ ଆରମ୍ଭ କରିପାରିନାହାନ୍ତି । ମଧ୍ୟ କ୍ରମ ଏବଂ ଶେଷ ଆଡକୁ ଆସୁଥିବା ବ୍ୟାଟରଙ୍କ ଲାଗି ଦଳ ସମ୍ମାନଜନକ ସ୍କୋର କରିପାରୁଛି । ତେବେ ଦେଖାଯାଉ ଆଜିର ମ୍ୟାଚ କିପରି ପ୍ରଦର୍ଶନ କରୁଛି ସିଏସ୍କେ। ସେହିପହି ଲକ୍ଷ୍ନୌ ଜାଏଣ୍ଟଓ ଏବେ ସୁଦ୍ଧା ୭ଟି ମ୍ୟାଚ୍ ଖେଳିସାରିଛି । ଯେଉଁଥିରେ ୪ଟିରେ ବିଜୟୀ ହୋଇଥିବା ବେଳେ ୩ଟି ପରାସ୍ତ ହେବାକୁ ପଡିଛି । ମୋଟ ୮ ଅଙ୍କ ସହ ପଏଣ୍ଟ ଟେବୁଲ୍ ର ୫ମ ସ୍ଥାନରେ ରହିଛି ଟିମ୍ । ଚେନ୍ନାଇ ପରି ଲକ୍ଷ୍ନୌ ଟିମ୍ ମଧ୍ୟ ଉଭୟ ବ୍ୟାଟିଂ ଏବଂ ବୋଲିଂ ରେ ଶାଣିତ ପ୍ରଦର୍ଶନର୍ଶ ଜାରି ରଖିଛି। ତେଣୁ ଆଜି ଖେଳାଯିବାକୁଥିବା ମ୍ୟାଚ ରେ ଲଢେଇ ଜୋରଦାର ହେବ ବୋଲି ଆଶା କରାଯାଉଛି ।

Related posts

ଆଇପିଏଲରେ ଓଡିଆ ଭାଷାରେ ହେବନି କମେଣ୍ଟ୍ରି

Odisha Sports Bureau

ବିଶ୍ୱକପକୁ ଆଉ ୫୭ ଦିନ, ଏବେ ଯାଏଁ ମିଳିଲାନି ପରଫେକ୍ଟ ଇଲେଭେନ

Odisha Sports Bureau

ମଇଦାନରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ କିଙ୍ଗସ ଏକାଦଶ ପଞ୍ଜାବ

Odisha Sports Bureau

Leave a Comment