Uncategorized

ଅଲିମ୍ପିକରେ କେରୋନା ମାଡ

ଟୋକିଓ(ଓଡିଶା ସ୍ପୋର୍ଟସ): ଟୋକିଓରେ କୋରୋନା ମହାମାରୀର କାୟା ଦିନକୁ ଦିନ ବଢିବାରେ ଲାଗିଛି । ଜରୁରୀ ସ୍ଥିତି ଲାଗୁ ହୋଇଥିଲେ ମଧ୍ୟ କୋରୋନା ସଂକ୍ରମଣ ଥମିବାର ନାଁ ନେଉନି ବରଂ ଭୟଙ୍କର ରୂପ ନେଉଛି । ଯାହାର ପ୍ରଭାବ ଏଠାରେ ଚାଲିଥିବା ଅଲିମ୍ପକ୍ସ ଉପରେ ମଧ୍ୟ ଦେଖିବାକୁ ମିଳିଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୦ ପ୍ରତିଶତ ଡେଲଟା ଷ୍ଟ୍ରେନ ବୋଲି କୁହାଯାଇଛି । ତେଣୁ ଏବେ ଅଲିମ୍ପିକ୍ସକୁ ବନ୍ଦ କରିବା ନେଇ ଦାବି ହୋଇଛି । ତେବେ ଏ ସମ୍ପର୍କରେ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି(ଆଇଓସି) ମୁଖ୍ୟ ଥୋମାସ ବାକ କ୍ରୀଡାବିତଙ୍କ ସପକ୍ଷରେ ଯୁକ୍ତି ବାଢିଛନ୍ତି ।
ଥୋମାସଙ୍କ କହିବା ଅନୁସାରେ ଏ ପର୍ଯ୍ୟନ୍ତ କ୍ରୀଡାବିତ ଏବଂ ଅନ୍ୟାନ୍ୟ ଷ୍ଟାଫମାନଙ୍କର ପ୍ରାୟ ୮୦୦୦ ଥର କୋରୋନା ପରୀକ୍ଷା କରାଯାଇଛି ଯେଉଁଥିରୁ ମାତ୍ର ୩ ଟି ପଜିଟିଭ କେସ ଚିହ୍ନଟ ହୋଇଛି । ପୂର୍ବରୁ ୧୧୪୯ ଜଣ କୋରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଗତକାଲି ଏହି ସଂଖ୍ୟା ୧୩୦୮ରେ ପହଞ୍ଚିଛି । ସଂକ୍ରମଣ ବଢ଼ିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଥିବାରୁ ଜାପାନବାସୀ ଏବେ କ୍ରୀଡ଼ା ଆୟୋଜନକୁ ବିରୋଧ ଜାରି ରଖିଛନ୍ତି । ଦେଶରେ ସଂକ୍ରମଣ ପଞ୍ଚମ ଲହର ଆରମ୍ଭ ହୋଇଯାଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏଭଳି ସମୟରେ କ୍ରୀଡ଼ା ଆୟୋଜନ ବିପଦପୂର୍ଣ୍ଣ ବୋଲି କହୁଛନ୍ତି । ତେଣୁ କ୍ରୀଡ଼ାକୁ ସ୍ଥଗିତ ରଖିବା ପାଇଁ ସାରା ଦେଶରେ ଦସ୍ତଖତ ଅଭିଯାନ ଚାଲିଛି ।

ଆୟୋଜକ କମିଟିର ସୂଚନା ଅନୁସାରେ ଗତକାଲି ଜଣେ କ୍ରୀଡ଼ାବିତ ଟୋକିଓ ପହଞ୍ଚିବା ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ତାଙ୍କୁ ସ୍ୱତନ୍ତ୍ର ସ୍ଥାନରେ ୧୪ ଦିନିଆ ସଙ୍ଗରୋଧରେ ରଖାଯାଇଛି । ଗତକାଲି ବ୍ରାଜିଲ ଜୁଡୋ ଦଳ ରହୁଥିବା ହୋଟେଲରେ ୮ ଜଣ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଥିଲେ । କେନିଆ ମହିଳା ରଗବୀ ଦଳର ୮ ଜଣ ଖେଳାଳି ବିମାନରେ ଜଣେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ । ସମସ୍ତଙ୍କୁ ଏକ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଛି । ତେବେ ଅଲିମ୍ପକ୍ସର ମାହୋଲ ଭିତରେ କୋରୋନାର ଭଳା ବାଦଲ ଘୋଟିଯିବା ପରେ ଅଲିମ୍ପିକ୍ସର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି ।

 

Related posts

ଫିଫା ର଼୍ୟାଙ୍କିଙ୍ଗ୍ରେ ୧୦୧ ତମ ସ୍ଥାନକୁ ଉଠିଲା ଭାରତ

Odisha Sports Bureau

ଅନ୍ତଃ ବିଶ୍ଵବିଦ୍ୟାଳୟ ହ୍ୟାଣ୍ଡବଲ୍ ଟୁର୍ନାମେଣ୍ଟରେ ମା ମାର୍କମା ମହାବିଦ୍ୟାଳୟ ତିନିଜଣ ଛାତ୍ର

Odisha Sports Bureau

‘ନିରଜ ଚୋପଡା ନିଜ ପସନ୍ଦର ଝିଅଙ୍କୁ କରିବେ ବିବାହ’

Odisha Sports Bureau