Uncategorized

ଅଲିମ୍ପିକରେ କେରୋନା ମାଡ

ଟୋକିଓ(ଓଡିଶା ସ୍ପୋର୍ଟସ): ଟୋକିଓରେ କୋରୋନା ମହାମାରୀର କାୟା ଦିନକୁ ଦିନ ବଢିବାରେ ଲାଗିଛି । ଜରୁରୀ ସ୍ଥିତି ଲାଗୁ ହୋଇଥିଲେ ମଧ୍ୟ କୋରୋନା ସଂକ୍ରମଣ ଥମିବାର ନାଁ ନେଉନି ବରଂ ଭୟଙ୍କର ରୂପ ନେଉଛି । ଯାହାର ପ୍ରଭାବ ଏଠାରେ ଚାଲିଥିବା ଅଲିମ୍ପକ୍ସ ଉପରେ ମଧ୍ୟ ଦେଖିବାକୁ ମିଳିଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୦ ପ୍ରତିଶତ ଡେଲଟା ଷ୍ଟ୍ରେନ ବୋଲି କୁହାଯାଇଛି । ତେଣୁ ଏବେ ଅଲିମ୍ପିକ୍ସକୁ ବନ୍ଦ କରିବା ନେଇ ଦାବି ହୋଇଛି । ତେବେ ଏ ସମ୍ପର୍କରେ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି(ଆଇଓସି) ମୁଖ୍ୟ ଥୋମାସ ବାକ କ୍ରୀଡାବିତଙ୍କ ସପକ୍ଷରେ ଯୁକ୍ତି ବାଢିଛନ୍ତି ।
ଥୋମାସଙ୍କ କହିବା ଅନୁସାରେ ଏ ପର୍ଯ୍ୟନ୍ତ କ୍ରୀଡାବିତ ଏବଂ ଅନ୍ୟାନ୍ୟ ଷ୍ଟାଫମାନଙ୍କର ପ୍ରାୟ ୮୦୦୦ ଥର କୋରୋନା ପରୀକ୍ଷା କରାଯାଇଛି ଯେଉଁଥିରୁ ମାତ୍ର ୩ ଟି ପଜିଟିଭ କେସ ଚିହ୍ନଟ ହୋଇଛି । ପୂର୍ବରୁ ୧୧୪୯ ଜଣ କୋରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଗତକାଲି ଏହି ସଂଖ୍ୟା ୧୩୦୮ରେ ପହଞ୍ଚିଛି । ସଂକ୍ରମଣ ବଢ଼ିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଥିବାରୁ ଜାପାନବାସୀ ଏବେ କ୍ରୀଡ଼ା ଆୟୋଜନକୁ ବିରୋଧ ଜାରି ରଖିଛନ୍ତି । ଦେଶରେ ସଂକ୍ରମଣ ପଞ୍ଚମ ଲହର ଆରମ୍ଭ ହୋଇଯାଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏଭଳି ସମୟରେ କ୍ରୀଡ଼ା ଆୟୋଜନ ବିପଦପୂର୍ଣ୍ଣ ବୋଲି କହୁଛନ୍ତି । ତେଣୁ କ୍ରୀଡ଼ାକୁ ସ୍ଥଗିତ ରଖିବା ପାଇଁ ସାରା ଦେଶରେ ଦସ୍ତଖତ ଅଭିଯାନ ଚାଲିଛି ।

ଆୟୋଜକ କମିଟିର ସୂଚନା ଅନୁସାରେ ଗତକାଲି ଜଣେ କ୍ରୀଡ଼ାବିତ ଟୋକିଓ ପହଞ୍ଚିବା ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ତାଙ୍କୁ ସ୍ୱତନ୍ତ୍ର ସ୍ଥାନରେ ୧୪ ଦିନିଆ ସଙ୍ଗରୋଧରେ ରଖାଯାଇଛି । ଗତକାଲି ବ୍ରାଜିଲ ଜୁଡୋ ଦଳ ରହୁଥିବା ହୋଟେଲରେ ୮ ଜଣ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଥିଲେ । କେନିଆ ମହିଳା ରଗବୀ ଦଳର ୮ ଜଣ ଖେଳାଳି ବିମାନରେ ଜଣେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ । ସମସ୍ତଙ୍କୁ ଏକ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଛି । ତେବେ ଅଲିମ୍ପକ୍ସର ମାହୋଲ ଭିତରେ କୋରୋନାର ଭଳା ବାଦଲ ଘୋଟିଯିବା ପରେ ଅଲିମ୍ପିକ୍ସର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି ।

 

Related posts

ଅନ୍ତଃ ବିଶ୍ଵବିଦ୍ୟାଳୟ ହ୍ୟାଣ୍ଡବଲ୍ ଟୁର୍ନାମେଣ୍ଟରେ ମା ମାର୍କମା ମହାବିଦ୍ୟାଳୟ ତିନିଜଣ ଛାତ୍ର

Odisha Sports Bureau

‘ନିରଜ ଚୋପଡା ନିଜ ପସନ୍ଦର ଝିଅଙ୍କୁ କରିବେ ବିବାହ’

Odisha Sports Bureau

ପଦକ ଜିତିଲେ ଫେସବୁକ ପ୍ରତିଷ୍ଠାତା

Leave a Comment