Cricket

ସତ୍ୟତା ଉପରୁ ପରଦା ଉଠାଇଲେ ଦାଦା

ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ବିସିସିଆଇ ତରଫରୁ ଜାରି ହୋଇଥିବା ସ୍କ୍ୱାର୍ଡ ଏବେ କ୍ରୀଡା ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି । ସିଲେକ୍ସନ ପରେ ତିନୋଟି ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଛି । ୪ ବର୍ଷ ପରେ ଅଫସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ପ୍ରତ୍ୟାବର୍ତ୍ତନ ସହିତ ଶିଖର ଧୱନ ଏବଂ ୟୁଜଭେନ୍ଦ୍ର ଚହଲଙ୍କୁ ଦଳରେ ସ୍ଥାନ ନ ମିଳିବା ସମସ୍ତଙ୍କୁ ଚକିତ କରିଥିଲା । ତେବେ ସବୁଠୁ ବଡ ଚର୍ଚ୍ଚାର ବିଷୟ ଥିଲା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ମେଣ୍ଟର କରିବାର ନିଷ୍ପତ୍ତି । ଏହାକୁ ନେଇ ଅନେକ ସମାଲୋଚନାର ସାମନା କରୁଛନ୍ତି କ୍ୟାପଟେନ କୁଲ ମାହି । ତେବେ ଧୋନୀଙ୍କୁ ମେଣ୍ଟର କରିବାର ମୁଖ୍ୟ କାରଣ ଦର୍ଶାଇଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ।


ଗଣମାଧ୍ୟମ ସହ ଆଲୋଚନା କରିବା ସମୟରେ ସୌରଭ ଗାଙ୍ଗୁଲି ଧୋନୀଙ୍କ ସିଲେକ୍ସନକୁ ନେଇ ଖୁଲାସା କରିଛନ୍ତି । ବିଶ୍ୱକପରେ ଧୋନୀଙ୍କ ଚତୁରତା ଏବଂ ରେକର୍ଡ ଦଳକୁ ବିଶ୍ୱକପ ଜିତିବା ପାଇଁ ସହାୟକ ହେବ ବୋଲି କହିଛନ୍ତି ଦାଦା । ଧୋନୀଙ୍କ ଅଧିନାୟକତ୍ୱରେ ଭାରତ ଆଇସିସିର ସମସ୍ତ ଟ୍ରଫି ଜିତିବାରେ ସଫଳ ହୋଇଥିଲା । ମ୍ୟାଚକୁ ଆଗେଇ ନେବାରେ ସେ ଖୁବ ମାହିର ଏବଂ ସେ ଅନେକ ଥର ପରାଜୟ ମୁହଁରୁ ଦଳକୁ ବିଜୟୀ କରାଇଛନ୍ତି । ତାଙ୍କର ଏସବୁ ଚମତ୍କାରିତା ବିଶ୍ୱକପରେ ଦଳ ପାଇଁ ପ୍ଳସ ପଏଣ୍ଟ ହେବା ସହ ତାଙ୍କ ପରାମର୍ଶ ଦଳକୁ ଖୁବ ସହାୟକ ହେବ ବୋଲି ଆଶା କରାଯାଉଛି । ଏଥିସହ ତାଙ୍କ ଉପସ୍ଥିତି ଦଳକୁ ଏକ ଆତ୍ମବିଶ୍ୱାସ ଯୋଗାଇବ । ତେଣୁ ବହୁ ଆଲେଚନା ପରେ ଧୋନୀଙ୍କୁ ମେଣ୍ଟର ଭାବେ ଦଳରେ ସାମିଲ କରାଯାଇଛି ।

Related posts

ସମସ୍ତ ଫର୍ମାଟ୍‌ରୁ ଅବସର ନେଲେ ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝା

Odisha Sports Bureau

ଭାରତ ଆଗରେ ୨୭୪ ରନର ବିଜୟ ଲକ୍ଷ୍ୟ ରଖିଛି ନ୍ୟୁଜିଲାଣ୍ଡ

Odisha Sports Bureau

ବିସିସିଆଇର ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଦୁଇଜଣ ଭେଟେରାନ କୋଚ୍

Odisha Sports Bureau