ଭୁବନେଶ୍ୱର(ଓଡ଼ିଶା ସ୍ପୋର୍ଟସ): ଓଡ଼ିଶା ଫୁଟବଲ କ୍ଲବ ପାଇଁ ଆସିଲା ଖୁସି ଖବର । ଏହି ଦଳ ସହ ଯୋଡ଼ି ହୋଇଛନ୍ତି ଫୁଟବଲ ଜଗତର ଜଣାଶୁଣା ନାଁ ଡାଭିଡ ଭିଲା । ସ୍ପେନ ପାଇଁ ୯୮ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ଏହି ଦମଦାର ଖେଳାଳୀ ଏବେ ଓଏଫସି ସହ ଯୋଡ଼ି ହୋଇଛନ୍ତି । ଏହାପରେ ସେ ଗ୍ଲୋବାଲ ଫୁଟବଲ ଅପରେସନ୍ସ ମୁଖ୍ୟ ଭାବରେ କାର୍ଯ୍ୟ କରିବେ । ଓଏଫସି ସହ ଯୋଗ ଦେବା ପରେ ଏଠାରେ ସେ ନିଜର ଅଭିଜ୍ଞତା ଏବଂ ଦକ୍ଷତାକୁ ଏଠାରେ ଉପଯୋଗ କରିବେ ବୋଲି କହିଛନ୍ତି । ତେବେ ଡାଭିଡ ଭିଲାଙ୍କ ଆଗମନ ଓଡ଼ିଶା ଏଫସିର ଆଭିମୁଖ୍ୟକୁ ସ୍ପଷ୍ଟ କରିଥିବା କହିଛନ୍ତି କ୍ଲବ ସଭାପତି ରାଜ ଅଥ୍ୱାଲ ।
ଫୁଟବଲ ଜଗତର ଏହି କିମ୍ବଦନ୍ତୀ ସ୍ପେନ ପାଇଁ ୟୁରୋ କପ, ବିଶ୍ୱ କପ, ଚମ୍ପିଆନ୍ସ ଲିଗ ସହ ବାର୍ସିଲୋନା ପାଇଁ ଲା-ଲିଗା ଜିତାଇଛନ୍ତି । ତେବେ ସେ ଓଡ଼ିଶା ଦଳରେ ଯୋଡ଼ି ହେବା ପରେ ଓଏଫସି ଆଗାମୀ ବର୍ଷ ଶୀର୍ଷରେ ପହଞ୍ଚାଇବ ବୋଲି ଆଶା ରଖିଛି । ଡାଭିଡଙ୍କ ସହ ଓଡ଼ିଶା ଫୁଟବଲ କ୍ଲବ ଆହୁରି ଆଗକୁ ଯିବ ବୋଲି ଖୁବ ଆଶାୟୀ ଅଛନ୍ତି ଓଡ଼ିଶା ସରକାରଙ୍କ କ୍ରୀଡ଼ା ଏବଂ ଯୁବସେବା ବିଭାଗର ପ୍ରମୁଖ ସଚିବ ବିଶାଲ କୁମାର ଦେବ ।
previous post
next post