Cricket

ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ନେଲେ ଡେଭିଡ ୱାର୍ଣ୍ଣର

ନୂଆଦିଲ୍ଲୀ: ଚଳିତ ଟି -୨୦ ବିଶ୍ୱକପରୁ ଅଷ୍ଟ୍ରେଲିଆ ବିଦାୟ ନେବା ସହ ଅଭିଜ୍ଞ ଓପନର ଡେଭିଡ ୱାର୍ଣ୍ଣରଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ପୂର୍ଣ୍ଣଛେଦ ପଡିଛି । ବିଶ୍ୱକପ ପୂର୍ବରୁ ସେ ଅବସର ବିଷୟରେ ସୂଚନା ଦେଇ ସାରିଥିଲେ । ଭାରତ ବିପକ୍ଷ ସୁପର -୮ ମ୍ୟାଚ ୱାର୍ଣ୍ଣରଙ୍କ କ୍ୟାରିୟରର ଶେଷ ଅନ୍ତର୍ଜାତୀୟ ମ୍ୟାଚ ରହିଥିଲା ।ସେ ମାତ୍ର ୬ ରନ କରି ଅର୍ଶଦୀପ ସିଂହଙ୍କ ବଲରେ କ୍ୟାଚ ଆଉଟ ହୋଇଥିଲେ ।
ୱାର୍ଣ୍ଣର ପୂର୍ବରୁ ଦିନିକିଆ ଓ ଟେଷ୍ଟର ଅବସର ନେଇ ସାରିଥିଲେ । ଗତ ନଭେମ୍ବା ମାସ ସେ ଦିନିକିଆ ବିଶ୍ୱକପ ଫାଇନାଲ ଖେଳିଥିଲେ । ଏହି ମ୍ୟାଚରେ ଭାରତକୁ ହରାଇ ଅଷ୍ଟ୍ରେଲିଆ ଚାମ୍ପିଆନ ହୋଇଥିଲା । ୩୭ ବର୍ଷୀୟ ୱାର୍ଣ୍ଣର ଦୀର୍ଘ ୧୫ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟରେ ସକ୍ରୀୟ ରହିଥିଲେ । ଜଣେ ଦୁର୍ଦ୍ଦର୍ଷ ବ୍ୟାଟର ଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ ।
ଅନ୍ତର୍ଜାତୀୟ କ୍ରିକେଟରେ ସେ ପାଖାପାଖି ୧୯,୦୦୦ ରନ ସଂଗ୍ରହ କରିଥିଲେ । ଟି ୨୦ କ୍ରିକେଟରେ ୱାର୍ଣ୍ଣର ଅଷ୍ଟ୍ରେଲିଆର ସର୍ମାଧିକ ରନ ହାସଲକାରୀ ଭାବେ ବିଦାୟ ନେଇଛନ୍ତି ।ସେ ୧୧୦ ଟି ମ୍ୟାଚ କେଳି ମୋଟ ୩,୨୨୭ ରନ ସଂଗ୍ରହ କରିଛନ୍ତି । ସେଥିମଧ୍ୟରେ ସେ ଗୋଟିଏ ଶତକ ଓ ୨୮ଟି ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଟ୍ରେଷ୍ଟରେ ତାଙ୍କର ସର୍ମାଧିକ ସ୍କୋର ଅପରାଜିତ ୩୩୫ ରହିଥିଲା ।

Related posts

ଉଭୟ ଇନିଂସରେ ୪୩୦ ରନ୍ ସଂଗ୍ରହ କରିଛନ୍ତି ଭାରତୀୟ ଅଧିନାୟକ ଶୁବମନ ଗିଲ

Odisha Sports Bureau

ଦଳକୁ ଫେରିବେ କ୍ରିକେଟର ଧନୁଷ୍କା ଗୁଣତିଲକା; ପ୍ରତିବନ୍ଧକ ହଟାଇଲା ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ

Odisha Sports Bureau

ଲକ୍ଷ୍ନୌ ସୁପର ଜିଆଣ୍ଟସର ପରାଜୟ ପରେ ରାଗିଗଲେ ରାହୁଲ, ହାର୍ ପାଇଁ କଲେ ଏହି ଖେଳାଳିଙ୍କୁ ଦାୟୀ …

Odisha Sports Bureau