Cricket

ଆଜି ମୁହାଁ ମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୪ ଆଜିର ଟୁର୍ଣ୍ଣା ମେଣ୍ଟରେ ଖେଳାଯିବ ୫୬ ତମ ମ୍ୟାଚ୍ । ନୂଆଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ ରେ ମୁହାଁ ମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ । । ପ୍ଲେ- ଅପ୍ ରେସ୍ ପାଇଁ ଦିଲ୍ଲୀ କ୍ୟାପିଟାଲକୁ ଏହି ମ୍ୟାଚ ରେ ବିଜୟୀ ହେବାକୁ ପଡିବ । ହେଲେ ଏତେ ସହଜ ନୁହେଁ । ପୂର୍ବରୁ ଏକପ୍ରକାର ପ୍ଲେ-ଅପ୍ ପାଇଁ କ୍ୱାଲିଫାଏ କରିସାରିଛି ରାଜସ୍ଥାନ ରୟାଲ୍ସ । ବର୍ତ୍ତମାନ ସୁଦ୍ଧା ରାଜସ୍ଥାନ ରୟାଲ୍ସ ୧୦ଟି ମୁକାବିଲା ଖେଳିସାରିଛି । ଯେଉଁରେଥି ୮ଟିରେ ବିଜୟୀ ହୋଇଥିବା ବେଳେ ୨ଟିରେ ପରାସ୍ତ ହୋଇଛି । ମୋଟ ୧୬ଅଙ୍କ ସହ ପଏଣ୍ଟ ଟେବୁଲ ର ୨ୟ ସ୍ଥାନରେ ରହିଛି ହାର୍ଦ୍ଦିକ ବାହିନୀ । ତେବେ ଦଳ ଏକପ୍ରକାର ପ୍ଲେ-ଅପ ରେ ନିଜକୁ କ୍ୱାଲିଫାଏ କରିସାରିଛି । ତଥାପି ଶେଷ ଚାରୋଟି ମ୍ୟାଚ୍ ଜିତି ଦଳ ଟୁର୍ଣ୍ଣା ମେଣ୍ଟ ଶେଷ କରିବାକୁ ଟାର୍ଗେଟ ରଖିଛି । ଚଳିତ ଟୁର୍ଣ୍ଣା ମେଣ୍ଟରେ ଦଳରେ ଷ୍ଟାର ଖେଳାଳି ଭରପୁର ରହିଛନ୍ତି । ସେପଟେ ପନ୍ଥଙ୍କ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍ ଏବେ ଯାଏଁ ୧୧ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୫ଟିରେ ବିଜୟୀ ହୋଇଥିବା ବେଳେ ୬ଟିରେ ପରାସ୍ତ ହୋଇଛି । ଦଳ ୧୦ ଅଙ୍କ ସହ ପଏଣ୍ଟ ଟେବୁଲ ରେ ୪ର୍ଥ ସ୍ଥାନରେ ରହିଛି । ଚଳିତ ଟୁର୍ଣ୍ଣା ମେଣ୍ଟରେ ଏବେ ଚମତ୍କାର ଫର୍ମରେ ରହିଛି ଦିଲ୍ଲୀ କ୍ୟାପିଟାଲ୍ସ । ପୂର୍ବରୁ କିଛି ମ୍ୟାଚ୍ ହାରିଥିବା ବେଳେ ଭଲ କମବ୍ୟାକ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଯାହାଫଳରେ ନିଜକୁପ୍ଲେ- ଅପ୍ ରେସ୍ ରେ ଜୀବିତ ରଖିଛି । ତେଣୁ ଆଜିର ମ୍ୟାଚ ରେ ଜବରଦସ୍ତ ଖେଳ ପ୍ରଦର୍ଶନର ଆଶା ରହିଛି ।

Related posts

ଆଶା ଆଶଙ୍କାରେ ସିନିୟର ମହିଳା ଟି୨୦ ଟ୍ରଫି

Odisha Sports Bureau

ହରିୟାଣା ବିପକ୍ଷ ରେ ଶତକ ହାସଲ କଲେ ଅନୁରାଗ

Odisha Sports Bureau

ସୁରେନ୍ଦ୍ର ଭାବେ ଓଡ଼ିଶା ରଣଜୀ ଦଳର ମୁଖ୍ୟ ପ୍ରଶିକ୍ଷକ

Odisha Sports Bureau