Cricket

ଦିଲ୍ଲୀ ଟେଷ୍ଟ୍‌; ୬ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଭାରତର ବୃହତ ବିଜୟ

ନୂଆଦିଲ୍ଲୀ: ଭାରତ ବନାମ ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟମ୍ୟାଚରେ ଭାରତର ବୃହତ ବିଜୟ | ଅଶ୍ୱିନୀ ଓ ଜାଡେଜାଙ୍କ ବୋଲିଂ ଆଗରେ ଫେଲ ମାରିଲା ଅଷ୍ଟ୍ରେଲିଆ ଟିମ | ଦିଲ୍ଲୀର ଅରୁଣ ଜେଟ୍‌ଲୀ ଷ୍ଟାଡିୟମ୍‌ରେ ଚାଲିଥିବା ‘ବର୍ଡର୍‌-ଗାଭାସ୍କର୍‌ ଟ୍ରଫି’ର ଦ୍ବିତୀୟ ଟେଷ୍ଟ୍‌ ମ୍ୟାଚ୍‌ର ଆଜି ତୃତୀୟ ଦିବସରେ ଭାରତ ଅଷ୍ଟ୍ରେଲିଆକୁ ୬ ୱିକେଟ୍‌ରେ ପରାସ୍ତ କରି ଏହି ୪ ମ୍ୟାଚ୍‌ ସିରିଜ୍‌ରେ ୨-୦ରେ ଅଗ୍ରଣୀ ରହିଛି। ଏହି ମୁକାବିଲାରେ ଟସ୍ ଜିତି ପ୍ରଥମେ ଅଷ୍ଟ୍ରେଲିଆର କ୍ୟାପଟେନ ପେଟ କମିସ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୨୬୩ ରନ କରି ଅଲଆଉଟ ହୋଇଯାଇଥିଲା । ପ୍ରଥମ ଇନିଂସରେ ମହମ୍ମଦ ସାମୀ ୪ଟି ୱିକେଟ ହାସଲ କରିଥିବା ବେଳେ ଶାମୀ ଓ ଜାଡେଜା ୩ଟି ଲେଖାଏଁ ୱିକେଟ ହାସଲ କରିଥିଲେ । ସେପଟେ ଭାରତୀୟ ଟିମ୍ ମଧ୍ୟ ପ୍ରଥମ ଇନିଂସରେ ଭଲ ପ୍ରଦର୍ଶନ କରିପାରି ନଥିଲା ଦଳ ୨୬୨ ରନ କରିବାରେ ସଫଳ ହୋଇଥିଲା ।

 

Related posts

ଭାରତୀୟ ଜାତୀୟ ସଙ୍ଗୀତ ଗାଇଲେ ପାକିସ୍ତାନୀ ପ୍ରଶଂସକ

Odisha Sports Bureau

Csk ଠାରୁ ପରାସ୍ତ ହେବା ପରେ ଏମଏସ ଧୋନିଙ୍କ ସହ ଏକ ହୃଦୟସ୍ପର୍ଶୀ ଫଟୋ ସେୟାର କଲେ ବିରାଟ କୋହଲି

Odisha Sports Bureau

ବିରାଟ କୋହଲି ODI ସିରିଜ ପୂର୍ବରୁ ଭାରତ ଫେରିଲେ

Odisha Sports Bureau