Cricket

ଧୋନି ଓ କୋହଲୀ ନିୟମ ଉଲଙ୍ଘନ କରିଛନ୍ତି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲି ବିଜ୍ଞାପନ ନିୟମର ଉଲ୍ଲଙ୍ଘନ କରିଥିବା ନେଇ ଏଏସ୍ସିଆଇ (ଆଡଭର୍ଟାଇଜିଂ ଷ୍ଟାଣ୍ଡାର୍ଡ୍ସ କାଉନସିଲ୍ ଅଫ୍ ଇଣ୍ଡିଆ) ଦର୍ଶାଇଛନ୍ତି। ଏଏସ୍ସିଆଇ ନିୟମ ଅଧୀନରେ ଭାରତରେ ବିଜ୍ଞାପନଗୁଡ଼ିକର ପରିଚାଳନା କରାଯାଉଥିଲା ବେଳେ ଏହା ପକ୍ଷରୁ ଜାରି ହୋଇଥିବା ଅର୍ଦ୍ଧବାର୍ଷିକ ଅଭିଯୋଗ ରିପୋର୍ଟରେ ଧୋନି ଓ କୋହଲିଙ୍କ ବିଷୟରେ ଉଲ୍ଲେଖ କରାଯାଇଛି। ରିପୋର୍ଟ ଅନୁଯାୟୀ, ଧୋନି ଏହି ତାଲିକାର ଶୀର୍ଷରେ ରହିଛନ୍ତି।
ଟିକ୍ଟକ୍ ସ୍କିଲ୍ ଗେମ୍ସ ପ୍ରାଇଭେଟ୍ ଲିମିଟେଡ୍ ଦ୍ବାରା ହୋଇଥିବା ଅଭିଯୋଗରେ ଧୋନି ୧୦ ଥର ନିୟମର ଉଲଙ୍ଘନ କରିଛନ୍ତି। ସେହିପରି ଗାଲାକ୍ଟସ୍ ଫନୱେର ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ କୋହଲି ୫ ଥର ନିୟମ ଉଲ୍ଲଙ୍ଘନ କରିଥିବା ଏଏସ୍ସିଆଇକୁ ଅବଗତ କରାଯାଇଛି। ତେବେ ଉପଭୋକ୍ତା ସୁରକ୍ଷା ଆଇନ୍ ଅନୁଯାୟୀ ସେଲିବ୍ରିଟିମାନେ ବିଜ୍ଞାପନରେ କାମ କରୁଥିଲା ବେଳେ ଅଧିକ ଯତ୍ନଶୀଳ ହେବା ଉଚିତ୍। କିନ୍ତୁ ୯୭ ପ୍ରତିଶତ ସେଲିବ୍ରିଟି ଏହାକୁ ପାଳନ କରୁନଥିବା ରିପୋର୍ଟରେ କୁହାଯାଇଛି। ୨୦୨୨-୨୩ରେ ସେଲିବ୍ରିଟିଙ୍କ ବିରୋଧରେ ବିଜ୍ଞାପନ ସମ୍ବନ୍ଧୀୟ ଆସୁଥିବା ଅଭିଯୋଗର ସଂଖ୍ୟା ବୃଦ୍ଧିପାଇଛି। ଗତବର୍ଷ ଏହି ସଂଖ୍ୟା ୫୫ ଥିଲା ବେଳେ ଏବର୍ଷ ଅଭିଯୋଗ ସଂଖ୍ୟା ୫୦୩ରେ ପହଞ୍ଚିଥିବା ରିପୋର୍ଟେର ପ୍ରକାଶ ପାଇଛି।

Related posts

ଟି-୨୦ ବିଶ୍ୱକପ୍‌ରୁ ବାଂଲାଦେଶର ଓହରିବା ନେଇ ବିବାଦ, ବୟାନରେ ୟୁ-ଟର୍ଣ୍ଣରୁ ତିବ୍ର ହେଲା ରାଜନୈତିକ ଚର୍ଚ୍ଚା

Odisha Sports Bureau

କଥା ମାନିଲେନି ପାଣ୍ଡ୍ୟା !

Odisha Sports Bureau

ଟି-୨୦ ଲିଗରେ ୟେଶା ସାଗରଙ୍କ ସୌନ୍ଦର୍ଯ୍ୟ ଚର୍ଚ୍ଚା

Odisha Sports Bureau