More Sports

ଅଲମ୍ପିକ୍ ଟିକେଟ୍ ହାସଲ କରିବା ଲକ୍ଷ୍ୟରେ ବିଶ୍ୱ କପରେ ଓହ୍ଲାଇବେ ଦୀପା କର୍ମକାର

(ଓଡିଶା ସ୍ପୋର୍ଟ): ଭାରତୀୟ ଜୀମ୍ନାଷ୍ଟ ଦୀପା କର୍ମକାର ଏସିଆନ୍ ଖେଳରେ କ୍ଷତ ଲାଗିବା କାରଣରୁ ନିରାସତା ସହିବାପରେ ଅଲମ୍ପିକ୍ ଟିକେଟ୍ କାଟିବା ଆସାରେ ବୃହଷ୍ପତିବବାରରୁ ଜର୍ମାନୀର କାଣ୍ଟବସରେ ଆରମ୍ଭ ହେବାକୁ ଯାଉଥିବା କଳାତ୍ôମକ ଜିମ୍ନାସ୍ଟିକ୍ ବିଶ୍ୱ କପ୍ ରେ ଭାଗ ନେବେ । ଚାରିଦିବସିୟ ଚମ୍ପୀଆନସିପ୍ ରେ ଆଠଟି ବିଭାଗରେ ସାମିଲ କରାଯାଇଛି, ଯେଉଁଥିରେ ଜିମ୍ନାଷ୍ଟିକ୍ ମାନଙ୍କ ପାଖରେ ତିନୋଟି ଶିର୍ଷ ସ୍କୋର ରୂପରେ ଅଲମ୍ପିକ୍ କୋଟା ହାସଲ କରିବାରେ ସହଯୋଗ କରିବ ।

ଦୀପାଙ୍କ ସହିତ ଭାରତୀୟ ଦଳରେ ଅରୂନା ରେଡ୍ଡୀ, ଆଶୀଷ କୁମାର ଏବଂ ରାକେଶ ପାତ୍ର ମଧ୍ୟ ରହିବେ ଯେଉଁମାନେ ନିଜ ପ୍ରଦର୍ଶନରେ ଛାପ ଛାଡିବାକୁ ଚାହିଁବେ । ରିଓ ଅଲମ୍ପିକ୍ରେ ଏକ ସାଧାରଣ ଅନ୍ତରରୁ ପଦକରୁ ବଞ୍ଚିତ ହୋଇ ଚତୁର୍ଥ ସ୍ଥାନରେ ରହିଥିବା ଦୀପାଙ୍କଠାରୁ ଭାରତକୁ ସବୁଠାରୁ ଅଧିକ ଆଶା ରଖାଯାଇଛି । ସେ ଏହି ବର୍ଷ ଜୁଲାଇରେ ତୁର୍କିରେ ବିଶ୍ୱ ଚ୍ୟାଲେଞ୍ଜ କପ୍ ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଅରୁଣା ମଧ୍ୟ ମେଲବର୍ଣ୍ଣରେ ହୋଇଥିବା ପୂର୍ବତନ ବିଶ୍ୱ କପ୍ ରେ ପାଁଲ ୱାଲ୍ଟ ବିଭାଗରେ କାଂଶ୍ୟ ପଦକ ହାସଲ କରିଥିଲେ, ସେ ଏଥର ତାଠାରୁ ଅଧିକ ଭଲ ପ୍ରଦର୍ଶନ କରିବାକୁ ଚାହିଁବେ । ପୁରୁଷ ବିିଭାଗରେ ଭାରତର ନଜର ଆଶିଷଙ୍କ ଉପରେ ରହିବ, ଯିଏ ୨୦୧୦ ରେ ଏସିଆନ୍ ଖେଳରେ କାଂଶ୍ୟ ପଦକ ଯିତିଥିଲେ ଏବଂ ୨୦୧୦ ରାଷ୍ଟ୍ରମଣ୍ଡଳ ଖେଳରେ ଗୋଟିଏ କାଂଶ୍ୟ ଏବଂ ଗୋଟିଏ ରୌପ୍ୟ ପଦକ ହାସଲ କରିଥିଲେ । ସେ ପୂର୍ବତନ ରାଷ୍ଟ୍ରମଣ୍ଡଳ ଖେଳରେ ସାଧାରଣ ଅନ୍ତରରେ ପଦକରୁ ବଞ୍ଚିତ ହୋଇ ଚତୁର୍ଥ ସ୍ଥାନରେ ରହିଥିଲେ ।

Related posts

ଇଣ୍ଡିଆନ୍ ଓପନ ଗଲ୍ଫ୍ ଟୁର୍ଣ୍ଣାମେଣ୍ଟର ଅଷ୍ଟମ ସ୍ଥାନରେ ଅମନଦିପ୍

Odisha Sports Bureau

ସ୍ପ୍ରିଣ୍ଟ ଦୌଡ଼ରେ ଭାରତର ଜେହାନ ଦାରୁୱାଲା ଚତୁର୍ଥ ସ୍ଥାନରେ

Odisha Sports Bureau

କବାଟ ଭାଙ୍ଗି ୨ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍