Cricket

ଧୋନୀ ବିରାଟଙ୍କ ନେତୃତ୍ୱକୁ ନେଇ ପୁଣି ଚର୍ଚ୍ଚା

ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟର୍ସ): ବିଶ୍ୱ ଟେଷ୍ଟ ଚମ୍ପିୟନସିପରେ ଭାରତର ପରାଜୟ ପରେ ପ୍ରଶଂସକ ମାନଙ୍କ ମଧ୍ୟରେ ଅସନ୍ତୋଷ ଜୋର ଧରିଛି । ଅନେକ ଲୋକ କେହଲୀଙ୍କ ଅଧିନାୟକତ୍ୱକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଏଥିସହ ଧୋନୀ ଏବଂ ବିରାଟ କୋହଲୀଙ୍କ ମଧ୍ୟରୁ କିଏ ଭଲ ଅଧିନାୟକ ବୋଲି ପୁଣି ଆରମ୍ଭ ହୋଇଛି ତର୍କବିତର୍କ । ଗତ ଦୁଇଦିନ ହେଲା ସୋଶଲ ମିଡିଆରେ ଏନେଇ ଖୁବ ଟ୍ରୋଲ କରାଯାଉଛି । ୭ ବର୍ଷର ଟେଷ୍ଟ ଏବଂ ୪ ବର୍ଷ ସିମୀତ ଓଭରର ଅଧିନାୟକ କରିବା ସତ୍ତେ୍ୱ ସେ ଆଜି ପର୍ଯ୍ୟନ୍ତ କୌଣସି ଆଇସିସି ଟ୍ରଫି ନ ଜିତିବା କ୍ରିକେଟ ପ୍ରେମୀମାନଙ୍କୁ ନିରାଶ କରିଛି । ଏହାପରେ ଭଲ ସୁଯୋଗ ଥାଇ ସୁଦ୍ଧା ବିଶ୍ୱ ଟେଷ୍ଟ ଚମ୍ପିୟନସିପ ହାତଛଡା ହୋଇଥିବାରୁ ଏବେ ଧୋନୀ ଏବଂ କୋହଲୀଙ୍କ ଅଧିନାୟକ ପଦ ନେତୃତ୍ୱ ଶୈଳୀକୁ ନେଇ ପ୍ରଶ୍ନବାଣ କରିଛନ୍ତି ଅଗଣିତ କ୍ରିକେଟ ପ୍ରେମୀ ।


କ୍ରିକେଟ ଇତିହାସରେ ଭାରତ ମୋଟ ୧୦ଟି ଆଇସିସି ଫାଇନାଲରେ ପହଞ୍ଚିଛି । ତେବେ ଏଥିରୁ ୪ଟିରେ ନେତୃତ୍ୱ ନେଇଥିଲେ ମହେନ୍ଦ୍ର ସିଂ ଧୋନୀ ଏବଂ ୩ଟି ଟ୍ରଫି ନିଜ ନାମରେ କରିବାରେ ସେ ସଫଳ ହୋଇଛନ୍ତି । ଅନ୍ୟ ୬ ଟି ଫାଇନାଲରେ ଭାରତ ମାତ୍ର ଗୋଟିଏ ଟ୍ରୁ୍ଣ୍ଣାମେଣ୍ଟ ଜିତି ପାରିଛି । କିନ୍ତୁ କୋହଲୀଙ୍କ ନେତୃତ୍ୱରେ ଗୋଟିଏ ବି ଆଇସିସି ଟ୍ରଫି ଦଳ ଜିତି ପାରିନାହିଁ । ତେଣୁ ପ୍ରଶଂସକଙ୍କ ମନରେ ଏବେ କ୍ଷୋଭ ଦେଖିବାକୁ ମିଳିଛି । ଏପରିକି କୋହଲୀଙ୍କୁ ଅଧିନାୟକ ପଦରୁ ହଟାଇବା ପାଇଁ ମଧ୍ୟ ଦାବି ହୋଇଛି ।

Related posts

ବିରାଟ କହିଲେ ମତେ ଏବେ ମ୍ୟାମ୍ ଡାକ

ଋଷବ ପନ୍ଥଙ୍କୁ ଧନ୍ୟବାଦ ଜଣାଇଲେ ଈଶାନ କିଷାନ, ବ୍ୟାଟ୍‌ରେ RP17 ଲେଖି କରିଥିଲେ ବ୍ୟାଟିଂ

ଶାହାରୁଖ ଖାନଙ୍କ ସହ ‘ଝୁମେ ଜୋ ପଠାନ’ ଗୀତରେ ନାଚିଲେ ବିରାଟ କୋହଲି

Odisha Sports Bureau