Cricket

ରେକର୍ଡ ଭାଙ୍ଗିଲା Disney+Hotstar : ସେମି ଫାଇନାଲ ସମୟରେ ଭ୍ୟୁଅର୍ସ ସଂଖ୍ୟା ୫.୩ କୋଟିରେ ପହଞ୍ଚିଲା

ଭାରତ ନ୍ୟୁଜିଲାଣ୍ଡ ମ୍ୟାଚରେ ଅନେକ ରେକର୍ଡ ହୋଇଛି । କ୍ରିକେଟ ମଇଦାନ ଠାରୁ ଆରମ୍ଭ କରି ଡିଜିଟାଲ ୱାଲର୍ଡ ପଯ୍ୟନ୍ତ ଅନେକ ରେକର୍ଡ ଭାଙ୍ଗିଥିବା ବେଳେ ଅକେକ ରେକର୍ଡ ତିଆରି ହୋଇଛି । ଆଇସିସି ବିଶ୍ୱକପ ପ୍ରଥମ ସେମିଫାଇନାଲରେ Disney+Hotstar ଭ୍ୟୁଅରସିପର ରେକର୍ଡ କରିଛି ।

ପ୍ରଥମେ ଭାରତ ବ୍ୟଟିଙ୍ଗ କରୁଥିବା ବେଳେ ହଟଷ୍ଟାର ଭ୍ୟୁଅର୍ସ ସଂଖ୍ୟା ୫.୧ କୋଟି ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ସେହିପରି ଏହି ରେକର୍ଡ ଦ୍ୱିତୀୟ ଇନଂସରେ ଭାଙ୍ଗିଯାଇଥିଲା । ଡିସନୀ ପ୍ଲସ ହଟଷ୍ଟାରରେ ଭ୍ୟୁଅର୍ସ ସଂଖ୍ୟା ୫.୩ କୋଟି ପର୍ଯ୍ୟନ୍ତ ପହଞ୍ଚିଥିଲା ।
ମାଗଣାରେ ବ୍ରଡକାଷ୍ଟର ମଜା ସମସ୍ତ ପ୍ଲାଟଫର୍ମରେ ମିଳୁନାହିଁ ।

କେବଳ ମୋବାଇଲ ଆପରେ ମିଳୁଛି । Disney+Hotstar Mobile ଆପ୍‌ରେ ଆଇସିସି ବିଶ୍ୱକପ ୨୦୨୩ ମ୍ୟାଚକୁ ଫ୍ରିରେ ଦେଖିପାରିବେ । ଏହା ପୂର୍ବରୁ ଏହି ପ୍ଲାଟଫର୍ମରେ ଭ୍ୟୁଅର୍ସସିପ ସଂଖ୍ୟା ୪.୩ କୋଟି ରହିଥିଲା । ହେଲେ ସେମିଫାଇନାଲରେ ଏହି ରେକର୍ଡ ମଧ୍ୟ ଭାଙ୍ଗିଯାଇଥିଲା ।

ଏହା ପୂର୍ବରୁ କୌଣସି ଓଟିଟି ପ୍ଲାଟଫର୍ମରେ ସବୁଠୁ ଅଧିକ ଭ୍ୟୁଅର୍ସ ସଂଖ୍ୟା ଆଇପିଏଲ ସମୟରେ ରହିଥିଲେ । ଚେନ୍ନାଇ ସୁପର କିଙ୍ଗସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ ସମୟରେ ୩.୨ କୋଟି ଭୁଅର୍ସ ରହିଥିଲା ।

Related posts

ଅନ୍ତର୍ଜାତୀୟ କ୍ରିକେଟ୍ରୁ ସନ୍ନ୍ୟାସ ଘୋଷଣା ଏହି ଷ୍ଟାର୍ ବ୍ୟାଟର

Odisha Sports Bureau

୩୦ ବର୍ଷରେ ପାଦଥାପିଲେ ବିରାଟ

Odisha Sports Bureau

ରାଜସ୍ଥାନ ରୟାଲସର ଦମଦାର ପ୍ରଦର୍ଶନ

Odisha Sports Bureau

Leave a Comment