More Sports

ଜିଲ୍ଲା ସ୍ତରୀୟ କବାଡି ଓ ଖୋଖୋ ପ୍ରତିଯୋଗିତା ଅନୁଷ୍ଠିତ

ପୁରୀ : ପିପିଲି ଜବାହର ବିଦ୍ୟାପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି ଜିଲ୍ଲା ସ୍ତରୀୟ କବାଡି ଓ ଖୋଖୋ ପ୍ରତିଯୋଗିତା । ଦୁଇ ଦିନିଆ ୧୪ ଓ ୧୭ବର୍ଷରୁ କମ ଏହି କ୍ରୀଡାକୁ ମୁଖ୍ୟ ବକ୍ତା ଭାବେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ମୁଖ୍ୟ ଅତିଥି ଭାବେ ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀ ଯୋଗଦେଇ କାର୍ୟ୍ୟକ୍ରମକୁ ଉଦଘାଟନ କରିଥିଲେ। ପ୍ରତିଯୋଗିତାରେ ଜିଲ୍ଲାର ସମସ୍ତ ବ୍ଲକରୁ ପ୍ରାୟ ହଜାରରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା ପ୍ରତିଯୋଗୀ ଭାଗ ନେଇଥିଲେ। କାର୍ୟ୍ୟକ୍ରମକୁ ଜବହାର ବିଦ୍ୟାପୀଠ ପରିଚାଳନା କମିଟି ସଭାପତି ପର୍ଶୁରାମ୍ ପ୍ରଧାନଙ୍କ ସହିତ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ। ଅନ୍ୟତମ ଅତିଥି ଭାବେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ପ୍ରିୟବ୍ରତ ସାମନ୍ତରାୟ, ଜିଲ୍ଲା ଯୁବ ବିଜେଡି ସଭାପତି ନାରାୟଣ ସ୍ଵାଇଁ, ପୁରୀ-ନିମାପଡା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି କିଶୋର ଛୋଟରାୟ, ଏନଏସି ଓ ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷାଙ୍କ ସହିତ ଅନ୍ୟମାନେ ଅତିଥି ଭାବରେ ଯୋଗ ଦେଇଥିଲେ।

Related posts

ବିଶ୍ୱ ଦୌଡକୁଦ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିବେ ଓଡିଆ ପୁଅ

Odisha Sports Bureau

ମେସି,ରାପିନୋ ଫିଫା ସର୍ବଶ୍ରେଷ୍ଠ ଖେଳାଳି

Odisha Sports Bureau

କ୍ରୀଡ଼ା ଉପଦେଷ୍ଟାର ସଦସ୍ୟ ହେଲେ ଗଗନେନ୍ଦୁ

Odisha Sports Bureau