Tennis

ଇଣ୍ଡିଆନ୍ ୱେଲ୍ସ: ମାଷ୍ଟର୍ସ-୧୦୦୦ ଟାଇଟଲ୍ ଜିତିଲେ ଥିଏମ୍

(ଓଡ଼ିଶା ସ୍ପୋର୍ଟ):ସ୍ୱିଜରଲ୍ୟାଣ୍ଡ ତାରକା ରୋଜର ଫେଡେରରଙ୍କୁ ହରାଇ ପ୍ରଥମ ଏଟିପି ମାଷ୍ଟର୍ସ-୧୦୦୦ ଟାଇଟଲ୍ ଜିତିଛନ୍ତି ଅଷ୍ଟ୍ରିଆର ଡୋମିନିକ୍ ଥିଏମ୍ । ଅନ୍ୟପକ୍ଷରେ ଫେଡେରରଙ୍କ ରେକର୍ଡ ଷଷ୍ଠ ଇଣ୍ଡିଆନ୍ ୱେଲ୍ସ ଟାଇଟଲ୍ ଜିତିବାର ଆଶା ଧୂଳିସାତ୍ ହୋଇଛି। ୨୫ ବର୍ଷୀୟ ଥିଏମ ୨ ଘଣ୍ଟା ୨ ମିନିଟ୍ ଧରି ଚାଲିଥିବା ଫାଇନାଲରେ ଫେଡେରରଙ୍କୁ ୩-୬, ୬-୩, ୭-୫ ସେଟରେ ହରାଇଛନ୍ତି। ବିଶ୍ୱର ୮ ନମ୍ବର ଖେଳାଳି ଥିଏମ୍ ଦୁଇଥର ମାଡ୍ରିଡ୍ ମାଷ୍ଟର୍ସ ଫାଇନାଲରେ ହାରି ରନର୍ସଅପ୍ ହୋଇଥିଲେ। କିନ୍ତୁ ଏଥର ସେ ବିଶ୍ୱର ସର୍ବଶ୍ରେଷ୍ଠ ଖେଳାଳିଙ୍କୁ ହରାଇ କ୍ୟାରିୟରର ପ୍ରଥମ ଏଟିପି-୧୦୦୦ ଟାଇଟଲ୍ ଜିତିଛନ୍ତି।

ମ୍ୟାଚର ତୃତୀୟ ସେଟର ୧୧ତମ ଗେମରେ ଥିଏମ୍ ନିର୍ଣ୍ଣାୟକ ବ୍ରେକ୍ ପଏଣ୍ଟ ହାସଲ କରିଥିଲେ। ଦ୍ୱାଦଶ ଗେମରେ ସେ ନିଭ ସର୍ଭିସ ବଜାୟ ରଖି ମ୍ୟାଚକୁ ଜିତି ନେଇଥିଲେ। ନିକଟରେ ଦୁବାଇରେ ନିଜର ୧୦୦ତମ ଟାଇଟଲ୍ ଜିତିଥିବା ଫେଡେରରଙ୍କ ପାଖରେ ରେକର୍ଡ ଷଷ୍ଠ ଇଣ୍ଡିଆନ୍ ୱେଲ୍ସ ଟାଇଟଲ୍ ଜିତିବାର ଭଲ ସୁଯୋଗ ଥିଲା। ଅନ୍ୟପକ୍ଷରେ ୧୯୯୭ରେ ଥୋମାସ ମୁଷ୍ଟର (ମିଆମି ଟାଇଟଲ)ଙ୍କ ପରେ ଥିଏମ୍ ପ୍ରଥମ ଅଷ୍ଟ୍ରିଆନ୍ ଖେଳାଳି ଭାବେ ମାଷ୍ଟର୍ସ-୧୦୦୦ ଟାଇଟଲ୍ ଜିତିଛନ୍ତି।

Related posts

ବାଙ୍ଗାଲୁର ଓପନ ସେମିଫାଇନାଲରେ ପେସ୍-ଏବଡନଙ୍କ ଯୋଡି

Odisha Sports Bureau

ଦକ୍ଷିଣ ଏସିଆ ଖେଳର ପଞ୍ଚମ ଦିନରେ ଭାରତୀୟ ଖେଳାଳୀମାନେ ଜିତିଲେ ୪୧ ପଦକ, ଭାରତର ପଦକ ସଂଖ୍ୟା ୧୭୮ରେ ପହଞ୍ଚିଛି

Odisha Sports Bureau

୧୭ରୁ ଆରମ୍ଭ ହେବ ଟେବୁଲ ଟେନିସ ଚାମ୍ପିୟାନସିପ