ନୂଆଦିଲ୍ଲୀ: ଦ୍ୱିତୀୟ ଟେଷ୍ଟରେ ଭାରତର ବୃହତ ବିଜୟ ପରେ ନ୍ୟୁଜିଲାଣ୍ଡ ବୋଲର ଏଜାଜ ପଟେଲଙ୍କୁ ମିଳିଛି ଏକ ବଡ ଉପହାର । ପ୍ରଥମ ଇନିଂସରେ ଭାରତୀୟ ଦଳର ସମସ୍ତ ୱିକେଟ ଅକ୍ତିଆର କରିଥିଲେ ଏଜାଜ ପଟେଲ । ଏଭଳି ଏକ ଅପୂର୍ବ ଉପଲବ୍ଧି ପରେ ଟିମ ଇଣ୍ଡିଆ ତରଫରୁ ଏଜାଜଙ୍କୁ ଏକ ଖାସ ଉପହାର ପ୍ରଦାନ କରାଯାଇଛି । ଭାରତୀୟ ଖେଳାଳୀମାନେ ଏଜାଜଙ୍କୁ ଏକ ଜର୍ସି ଉପହାର ଦେଇଛନ୍ତି । ଏହି ଜର୍ସି ଥିଲା ବହୁତ ଖାସ, କାରଣ ଏହି ଜର୍ସିରେ ସମସ୍ତ ଭାରତୀୟ ଖେଳାଳି ଅଟୋଗ୍ରାଫ ଦେଇଛନ୍ତି ।
You just cannot miss this 🗣️ 🎥@ashwinravi99 & @AjazP in one frame 👍 👍
Stay tuned for this folks ⌛
Interview coming up soon on https://t.co/Z3MPyesSeZ#TeamIndia #INDvNZ @Paytm pic.twitter.com/mCzzMuQ7aZ
— BCCI (@BCCI) December 6, 2021
ଓ୍ୱାଙ୍ଖଡେ ଟେଷ୍ଟରେ ଏଜାଜ ପ୍ରଥମ ଇନିଂସରେ ୪୭.୫ ଓଭର ବୋଲିଂ କରି ୧୧୯ ରନ୍ ବ୍ୟୟ କରିଥିଲେ । ଏହାସହ ସେ ୧୦ଟି ଓ୍ୱିକେଟ୍ ନେଇଥିଲେ । ସେହିପରି ଦ୍ୱିତୀୟ ଇନିଂସରେ ସେ ୪ଟି ଶିକାର କରିଥିଲେ । ବିସିସିଆଇ ଏକ ଟ୍ୱିଟ୍ କରିଛି । ଯେଉଁଥିରେ ଆର ଅଶ୍ୱିନ ଏଜାଜଙ୍କୁ ଜର୍ସି ଉପହାର ଦେଉଛନ୍ତି । ସେଥିରେ ସବୁ ଭାରତୀୟ ଖେଳାଳିଙ୍କ ଅଟୋଗ୍ରାଫ୍ ରହିଛି, ଯେଉଁ ସବୁ ଓ୍ୱିକେଟ୍ ସେ ନେଇଥିଲେ ।