ହାମିରପୁର (ହିମାଚଳ ପ୍ରଦେଶ) : ଭାରତୀୟ କୁସ୍ତି ମହାସଂଘର ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ କରି ତାଙ୍କୁ ଗିରଫ କରିବା ଦାବିରେ ଦିଲ୍ଲୀର ଯନ୍ତର ମନ୍ତରରେ ଆନ୍ଦୋଳନରତ କୁସ୍ତି ଖେଳାଳୀମାନଙ୍କୁ ପ୍ରତିବାଦ ଶେଷ କରିବା ସହିତ ଆଇନ ଓ ଶୃଙ୍ଖଳା ଉପରେ ବିଶ୍ୱାସ ରଖିବା ପାଇଁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଅନୁରୋଧ କରିଛନ୍ତି । ସୁପ୍ରିମକୋର୍ଟ ଏ ମାମଲାରେ ରାୟ ଶୁଣାଇ ସାରିଥିବା ବେଳେ ଦିଲ୍ଳୀ ପୁଲିସ ଏଫଆଇଆର ପଞ୍ଜୀକରଣ କରି ବୟାନ ରେକର୍ଡ କରୁଛି । ହାମିରପୁରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କହିଛନ୍ତି, ‘ରେସ୍ଲିଙ୍ଗ୍ ଫେଡେରେସନ୍’ର ଦୈନନ୍ଦିନ କାର୍ୟ୍ୟ ପରିଚାଳନା କରିବା ଲାଗି ‘ଇଣ୍ଡିଆନ୍ ଅଲିମ୍ପିକ୍ ଆସୋସିଏସନ୍’ଦ୍ବାରା ଗୋଟାଏ ‘ଆଡ୍-ହକ୍ କମିଟି’ ଗଠନ କରାଯାଇଛି। କ୍ରୀଡ଼ାବିତ୍ମାନଙ୍କ ପାଇଁ ବିଚାର ଆରମ୍ଭ କରାଯାଇଛି । ଖେଳାଳୀମାନେ ଆଇନ ଓ ଶୃଙ୍ଖଳା ପ୍ରତି ଭରସା ରଖି ପ୍ରତିବାଦ ଅବସାନ କରିବା ଆବଶ୍ୟକ।
previous post