Cricket

ଦକ୍ଷିଣ ଆଫ୍ରିକାର ଅଧିନାୟକ ଫାଫ୍ ଡ଼ୁ ପ୍ଲେସିସ କ୍ରିକେଟରୁ ସନ୍ୟାସ ନେଇପାରନ୍ତି

( ଓଡିଶା ସ୍ପୋର୍ଟ): ଏବି ଡିଭିଲିୟର୍ସଙ୍କ ଅବସର ପରେ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମର ଦାୟିତ୍ୱ ନେଇଥିବା ଅଧିନାୟକ ସନ୍ୟାସ ନେବାକୁ ଏକ ପ୍ରକାର ସଙ୍କେତ ଦେଇଛନ୍ତି । ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ ଡୁ ପ୍ଲେସିସ ଶୁକ୍ରବାର କହିଛନ୍ତି, ସେ ଅଷ୍ଟ୍ରେଲିଆରେ ଆୟୋଜିତ ଟି-୨୦ ବିଶ୍ୱକପ ପରେ ସନ୍ୟାସ ନେଇ ପାରିନ୍ତି । ଏହି ଟୁର୍ଣ୍ଣାମେଣ୍ଟ ୨୦୨୦ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ମଧ୍ୟରେ ଖେଳାଯିବ । ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକାର ୧ ନମ୍ବର ବ୍ୟାଟ୍ସମ୍ୟାନ ଡିଭିଲିୟର୍ସ ଚଳିତ ବର୍ଷ ମେ’ ମାସରେ କ୍ରିକେଟରୁ ଅବସର ନେଇଥିଲେ ।

ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଶନିବାର ଏକମାତ୍ର ଟି-୨୦ ମ୍ୟାଚ ଖେଳାଯିବ । ଏହା ପୂର୍ବରୁ ୩୪ ବର୍ଷିଅ ଡୁପ୍ଲେସିସ କହିଛନ୍ତି ବର୍ତ୍ତମାନ ୨୦୨୦ରେ ହେବାକୁ ଥିବା ଟି-୨୦ ବିଶ୍ୱକପ ଖେଳିବା ନେଇ ଧ୍ୟାନ ଦେଉଛି । ଏଥି ପାଇଁ ଆମେ ଏଠାକୁ ଆସିବୁ । ହୋଇପାରେ ଏହା ମୋ ପାଇଁ ହେବ ଶେଷ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ । ଦକ୍ଷିଣ ଆଫ୍ରିକା ନିକଟରେ ଅଷ୍ଟ୍ରେଲିଆକୁ ଦିନିକିଆ ଶୃଙ୍ଖଳାରେ ୨-୧ରେ ପରାସ୍ତ କରିଛି ।

ଡୁ ପ୍ଲେସିସ କହିଛନ୍ତି, ଘରୋଇ ଟି-୨୦ ଲିଗ ଅଧିକ ହେଉଥିବାରୁ ଟି-୨୦ ବିଶ୍ୱକପ ବ୍ୟତୀତ ଅନ୍ୟ କୌଣସି ଟୁର୍ଣ୍ଣାମେଣ୍ଟରେ ନିଜର ସର୍ବଶ୍ରେଷ୍ଠ ଓହ୍ଲାଇବାକୁ ଅସୁବିଧା ହେଉଛି । ଏଥିପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦକୁ ଧ୍ୟାନ ଦେବା ଦରକାର । ଡୁପ୍ଲେସିସ ୨୦୧୪ ଏବଂ ୨୦୧୬ରେ ବିଶ୍ୱକପ ଟି-୨୦ରେ ଅଧିନାୟକ ଥିଲେ । ଅନ୍ତର୍ଜାତୀୟ କ୍ୟାରିୟର ୭ ବର୍ଷ ବିତାଇବା ପରେ ୫୪ଟି ଟେଷ୍ଟ, ୧୨୪ଟି ଦିନିକିଆ ଏବଂ ୪୧ଟି ଟି-୨୦ ମ୍ୟାଚ ଖେଳିଛନ୍ତି । ଡୁପ୍ଲେସିସ ଆଇପିଏଲରେ ଚେନ୍ନାଇ ସୁପରକିଙ୍ଗସରୁ ଖେଳୁଛନ୍ତି ।

Related posts

IPL ୨୦୨୪ ଭାରତରେ ଖେଳାଯିବ ନାହିଁ? ଏପରି ସମ୍ଭାବନା କାହିଁକି ସୃଷ୍ଟି ହୋଇପାରେ ଜାଣନ୍ତୁ

Odisha Sports Bureau

ରାହୁଲଙ୍କୁ ଶ୍ରେଷ୍ଠ ଫିଲ୍ଡର ମେଡାଲ : ରାହୁଲଙ୍କୁ ଏମିତି ସରପ୍ରାଇଜ ଦେଲେ ଫିଲ୍ଡିଂ କୋଚ

Odisha Sports Bureau

ଆଇସିସି ମାସିକ ପୁରଷ୍କାର ପାଇବେ ଟିମ୍ ଇଣ୍ଡିଆର ଯୁବ ଓପନର ଯଶସ୍ୱୀ ଜୈସ୍ୱାଲ୍

Odisha Sports Bureau

Leave a Comment