ନୂଆଦିଲ୍ଲୀ(ଓଡ଼ିଶା ସ୍ପୋର୍ଟର୍ସ): କୋରୋନା ମହାମାରୀ ପାଇଁ ବନ୍ଦ ହେବା ସତ୍ତେ୍ୱ ଆଇପିଏଲକୁ ଭୁଲି ପାରୁ ନାହାନ୍ତି କ୍ରିକେଟପ୍ରେମୀ । ନିଜ ପ୍ରିୟ ଫ୍ରଞ୍ଚାଇଜି ଏବଂ ପସନ୍ଦର ଖେଳାଳୀମାନଙ୍କୁ ପ୍ରଶଂସକମାନେ ବହୁତ ମନେ ପକାଉଥିବା ଦେଖାଯାଉଛି । ଏମାନଙ୍କ ମଧ୍ୟରେ ଚେନ୍ନାଇ ସୁପର କିଙ୍ଗସର ଫ୍ୟାନ୍ସମାନେ ବି ଦଳକୁ ମିସ କରୁଛନ୍ତି । ତେବେ ଏହି ସମୟରେ ସିଏସକେର ଏକ ପୋଷ୍ଟ ଫ୍ୟାନ୍ସମାନଙ୍କ ମନରେ ଖୁସି ଭରି ଦେଇଛି । ଚେନ୍ନାଇ ଦଳ ନିଜ ଟ୍ୱିଟର ପେଜରେ କରିଥିବା ଏକ ଭିଡିଓ ପୋଷ୍ଟ ଫ୍ୟାନ୍ସମାନଙ୍କୁ ଭାବପ୍ରବଣ କରିଛି ।
A re-ride of the #Summerof2021! Thirumbi Varuvom….#WhistlePodu #Yellove 🦁💛 pic.twitter.com/7bwI32E6T1
— Chennai Super Kings – Mask P😷du Whistle P🥳du! (@ChennaiIPL) May 10, 2021
ସୋଶଲ ମିଡିଆରେ ୫ ମିନିଟର ଏକ ଭିଡିଓ ପୋଷ୍ଟ କରି ପ୍ରଶଂସକଙ୍କୁ ଚେନ୍ନାଇ ଏକ ପ୍ରତିଶୃତି ଦେଇଛି । ବନ୍ଦ ହୋଇଥିବା ଚଳିତ ସିଜନର ଆଇପିଏଲ ଆରମ୍ଭ ହେଲେ ସେଥିରେ ପୁଣି ଆମେ ଦୃଢ ପ୍ରତ୍ୟାବର୍ତ୍ତନ କରିବୁ ବୋଲି ପ୍ରଶଂସକମାନଙ୍କୁ ବାର୍ତ୍ତା ଦେଇଛି ସିଏସକେ । ଗତବର୍ଷ ଦଳର ଖରାପ ପ୍ରଦର୍ଶନକୁ ଭୁଲି ଚଳିତ ବର୍ଷ ପୁଣି କମବ୍ୟାକ କରିଥିଲା ଧୋନୀବାହିନୀ । ଦଳର ଅନେକ ପ୍ରମୁଖ ଖେଳାଳୀ ଫର୍ମରେ ଥିବା ମଧ୍ୟ ଦଳ ପାଇଁ ଆଶୀର୍ବାଦ ପାଲଟିଥିଲା । ଆଇପିଏଲ ସ୍ଥଗିତ ହେବା ପର୍ଯ୍ୟନ୍ତ ମୋଟ ୭ଟିି ମ୍ୟାଚରୁ ୫ଟି ମ୍ୟାଚରେ ବିଜୟ ହାସଲ କରି ଦଳ ଦ୍ୱିତୀୟ ସ୍ଥାନରେ ରହିଥିଲା । ତେବେ ଏହି ଭିଡିଓରେ ଦଳ ନିଜର ଆତ୍ମବିଶ୍ୱାସ ସହ ପୂର୍ବ ପ୍ରସ୍ତୁତିକୁ ପ୍ରମାଣ କରିଛି । ଏଥି ସହିତ ଦଳର ବିଜୟ ଏବଂ ଖେଳାଳୀମାନଙ୍କ ମଧ୍ୟରେ ହେଉଥିବା ଥଟ୍ଟାମଜା ମଧ୍ୟ ଏହି ଭିଡିଓରେ ସ୍ଥାନ ପାଇଛି । ପୋଷ୍ଟ ହେବା ପରେ ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ।