Cricket

ଦ୍ରୁତତମ ୧୫ ହଜାର ରନ୍ ସଂଗ୍ରହରେ ଟପରେ ଅଛନ୍ତି ବିରାଟ, ସାମିଲ ହେଇଛନ୍ତି ଷ୍ଟିଭେନ୍ ସ୍ମିଥ

ଦ୍ରୁତତମ ୧୫ ହଜାର ରନ୍ ସଂଗ୍ରହରେ ଷ୍ଟିଭେନ୍ ସ୍ମିଥଙ୍କ ରେକର୍ଡ । ଟପ୍ ଟେନ୍ ତାଲିକାର ସପ୍ତମ ସ୍ଥାନରେ ରହିଛନ୍ତି ଏହି ଅଷ୍ଟ୍ରେଲିଆ ବ୍ୟାଟର । ଟପ୍ ୧ ରେ କିଙ୍ଗ କୋହଲି ରହିଛନ୍ତି ।ଅନ୍ତର୍ଜାତୀୟ କ୍ରିକେଟ୍ ଦ୍ରୁତତମ ୧୫ ହଜାର ତାଲିକାରେ ଟପରେ ରହିଛନ୍ତି ବିରାଟ କୋହଲି । ବିରାଟ ମାତ୍ର ୩୩୩ ପାରି ୧୫ହଜାର ରନ୍ ସଂଗ୍ରହ କରିଛନ୍ତି । ତାଙ୍କ ପରେ ଦକ୍ଷିଣ ଆଫ୍ରିକାର ବ୍ୟାଟସମ୍ୟାନ୍ ହାସିମ୍ ଅମ୍ଲା ରହିଛନ୍ତି । ସେ ୩୩୬ଟି ପାରି ଖେଳି ୧୫ ହଜାର ରନ୍ ସଂଗ୍ରହ କରିଛନ୍ତି। ତାଲିକାର ୩ୟ ସ୍ଥାନରେ ରହିଛନ୍ତି ଭିଭିଆନ୍ ରିଚାର୍ଡସ । ସେ ୩୪୪ଟି ପାରି ଖେଳି ୧୫ ହଜାର ରନ୍ ସଂଗ୍ରହ କରିଥିଲେ । ଭିଭିଆନଙ୍କ ପରେ ରହିଛନ୍ତି ଅଷ୍ଟ୍ରେଲିଆ ବ୍ୟାଟର ମ୍ୟାଥୁ ହେଡେନ୍ । ସେ ୩୪୭ଟି ପାରି ଖେଳି ୧୫ ହଜାର ରନ୍ ସଂଗ୍ରହ କରିଛନ୍ତି ।

ସେହିପରି ୫ମ ସ୍ଥାନରେ ରହିଛନ୍ତି ନ୍ୟୁଜିଲାଣ୍ଡ ବ୍ୟାଟସମ୍ୟାନ୍ କେନ୍ ଓ୍ୱିଲିୟମସନ୍ । ସେ ୩୪୮ଟି ପାରି ଖେଲି ୧୫ ହଜାର ରନ୍ ସଂଗ୍ରହ କରିଛନ୍ତି । ଏହାପରେ ୬ଷ୍ଠ ସ୍ଥାନରେ ରହିଛନ୍ତି ଜୋ ରୁଟ୍ । ୩୫୦ଟି ପାରି ଖେଳି ରୁଟ୍ ୧୫ ହଜାର ରନ୍ ସଂଗ୍ରହ କରିଥିବା ବେଳେ ଷ୍ଟିଭ୍ ସ୍ମିଥ୍ ୭ମ ସ୍ଥାନରେ ରହିଛନ୍ତି । ୩୫୧ଟି ପାରି ଖେଳି ସ୍ମିଥ୍ ୧୫ ହଜାର ରନ୍ ସଂଗ୍ରହ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଆସେସ ସିରିଜ୍ର ଏବେ ୨ୟ ଟେଷ୍ଟ ମ୍ୟାଚ୍ ଚାଲିଛି । ଏଥିରେ ଷ୍ଟିଭ୍ ସ୍ମିଥ୍ ୧୪୯ଟି ବଲ୍ରେ ୮୫ ରନ୍ ସଂଗ୍ରହ କରିଛନ୍ତି । ଯାହାର ସହାୟତାରେ ସେ ଏହି ତାଲିକାରେ ଉପରକୁ ଉଠିଛନ୍ତି ।

Related posts

IPLରେ ଆଜି ପୂର୍ବ-ପଶ୍ଚିମ ଲଢେଇ

Odisha Sports Bureau

ନିଜକୁ ଗୁଳି କରି କରିଛନ୍ତି ସଚିନ ତେନ୍ଦୁରକରଙ୍କ ସୁରକ୍ଷା ରେ ନିୟୋଜିତ ଯବାନ

Odisha Sports Bureau

ଛୁଟି ମନାଇବା ପାଇଁ ଫ୍ରାନ୍ସରେ ପହଞ୍ଚିଲେ ମାହି