Football

ଫୁଟବଲ ଖେଳାଳି ପର୍ତୁଗାଲର କ୍ରିଷ୍ଟିଆନ ରୋନାଲ୍ଡୋଙ୍କ ଭାରତରେ ଆସି ଖେଳିବାର ସମ୍ଭାବନା ରହିଛି

ଭାରତ ଆସିପାରନ୍ତି ରୋନାଲ୍ଡୋ । ବିଶ୍ୱର ମହାନ ଫୁଟବଲ ଖେଳାଳି ପର୍ତୁଗାଲର କ୍ରିଷ୍ଟିଆନ ରୋନାଲ୍ଡୋଙ୍କ ଭାରତରେ ଆସି ଖେଳିବା ର ସମ୍ଭାବନା ରହିଛି । ଉତ୍ସାହିତ ହୋଇ ପଡିଛନ୍ତି ପ୍ରଶଂସକ । ରୋନାଲ୍ଡୋ ଚଳିତ ବର୍ଷ ଶେଷ ଭାଗରେ ଭାରତ ଆସିବା ସହ ଇଣ୍ଡିଆନ ସୁପର ଲିଗ ଟିମ ମୁମ୍ବାଇ ସିଟି ଏଫସି ବିପକ୍ଷରେ ମ୍ୟାଚ ଖେଳି ପାରନ୍ତି । ମୁମ୍ବାଇ ସିଟି ମଙ୍ଗଳବାର ପ୍ଲେ ଅଫ ମ୍ୟାଚରେ ଜାମସେଦପୁର ଏଫସିକୁ ୩-୧ରେ ପରାସ୍ତ କରିଛି । ଏଥିସହ ଦଳ ଏଏଫସି ଚାମ୍ପିୟନ୍ସ ଲିଗ ୨୦୨୩-୨୪ ଗ୍ରୁପ ରାଉଣ୍ଡ ପାଇଁ ଯୋଗ୍ୟତା ଅର୍ଜନ କରିଛି । ଏଏଫସି ଚାମ୍ପିୟନ୍ସ ଲିଗ ଗ୍ରୁପ ରାଉଣ୍ଡ ସେପ୍ଟମ୍ବର ୧୮ରୁ ଆରମ୍ଭ ହେବ । ରୋନାଲ୍ଡୋ ଗତ ବର୍ଷ ଶେଷ ଭାଗରେ ସାଉଦି ଆରବ କ୍ଲବ ଅଲ ନସ୍ର ସହ ଚୁକ୍ତି କରିଛନ୍ତି । ତାଙ୍କ ଟିମ ସାଉଦି ପ୍ରଫେଶନାଲ ଲିଗରେ ଦ୍ୱିତୀୟ ସ୍ଥାନରେ ରହିଛି । ଏହା କିଙ୍ଗସ କପ ସେମିଫାଇନାଲରେ ମଧ୍ୟ ପ୍ରବେଶ କରି ସାରିଛି ।

Related posts

ଫିଫା ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌: ଭିଏତନାମ ଠାରୁ ଭାରତ ପରାସ୍ତ

Odisha Sports Bureau

ପୁରୁଷ ଏସୀୟ କପ୍ ଫୁଟବଲ୍ ପ୍ରତିଯୋଗିତାରେ ଜାପାନର ୟୋସିମି ୟମସିତା ପ୍ରଥମ ମହିଳା ରେଫରି ଭାବେ ମ୍ୟାଚ୍ ପରିଚାଳନା କରିବେ

Odisha Sports Bureau

ବଳକାନ ଆଥଲେଟ ପୁରସ୍କାର ପାଇଲେ ମୋଡ୍ରିଚ୍

Odisha Sports Bureau