Cricket

ବିଗିଡ଼ିଯାଇଛି ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲିଙ୍କ ସ୍ୱାସ୍ଥ୍ୟାବସ୍ଥା   

ନୂଆଦିଲ୍ଲୀ : ବିଗିଡ଼ିଯାଇଛି ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲିଙ୍କ ସ୍ୱାସ୍ଥ୍ୟାବସ୍ଥା  । ତାଙ୍କୁ ମହାରାଷ୍ଟ୍ରର ଥାନେସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ଡାକ୍ତରୀ ଦଳ ତାଙ୍କର ଯତ୍ନ ନେଉଛନ୍ତି ଏବଂ ସମସ୍ତ ଆବଶ୍ୟକ ପରୀକ୍ଷା କରାଯାଉଛି ।

ତେବେ ହସ୍ପିଟାଲରେ ବେଡ୍ ରେ ଶୋଇଥିବା ବେଳେ ବିନୋଦ କାମ୍ବଲି ହସୁଥିବାର ଦେଖିବାକୁ ମିଳିଛି। ଏଠାକାର ଡାକ୍ତରଙ୍କ ଯୋଗୁ ମୁଁ ବଞ୍ଚିଛି। ମୁଁ କେବଳ ଏତିକି କହିବି ଯେ ସାର୍ (ଡାକ୍ତର) ମୋତେ ଯାହା କରିବାକୁ କହିବେ, ମୁଁ ତାହା କରିବି।

ବିନୋଦ କାମ୍ବଲି ୧୯୯୧ରେ ଭାରତୀୟ ଦଳ ପାଇଁ ଦିନିକିଆ ପଦାର୍ପଣ କରିଥିଲେ। ଏହାପରେ ସେ ୨୦ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ଶେଷ ଦିନିକିଆ ଖେଳିଥିଲେ। ସେ ଭାରତୀୟ ଦଳ ପାଇଁ ୧୭ ଟି ଟେଷ୍ଟରେ ମୋଟ ୧୦୮୪ ରନ୍ କରିଛନ୍ତି, ଯେଉଁଥିରେ ୪ଟି ଶତକ ଓ ୩ଟି ଅର୍ଦ୍ଧଶତକ ରହିଛି। ଏହାବ୍ୟତୀତ ସେ ୧୦୪ ଦିନିକିଆରେ ୨୪୭୭ ରନ୍ କରିଛନ୍ତି।

Related posts

ଗୌହାଟୀ ଟେଷ୍ଟରେ ଘୋର ସଙ୍କଟରେ ପଡ଼ିଛି ଭାରତୀୟ ଦଳ

Odisha Sports Bureau

ଇଡ଼େନ ଗାର୍ଡ଼େନରେ ଦୁଇ ଶକ୍ତିଶାଳୀ ଦଳ

Odisha Sports Bureau

ସ୍ଲୋ ଓଭର ପାଇଁ ନୀତୀଶ ରାଣାଙ୍କୁ ୧୨ ଲକ୍ଷ ଟଙ୍କା ଫାଇନ