Hockey

ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟକ ଏଲଭିରା ବ୍ରିଟୋଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟକ ଏଲଭିରା ବ୍ରିଟୋଙ୍କ ଆଜି ପରଲୋକ ଘଟିଛି । ବାର୍ଦ୍ଧକ୍ୟ ଜନିତ ସମସ୍ୟା ହେତୁ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା । ସେ ଅଷ୍ଟ୍ରେଲିଆ, ଶ୍ରୀଲଙ୍କା ଏବଂ ଜାପାନ ବିପକ୍ଷରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ୧୯୬୧ ରେ ଆନ୍ ଲୁମ୍ସଡେନ୍ ଙ୍କ ପରେ ୧୯୬୫ରେ ଏଲଭିରା ଦ୍ୱିତୀୟ ମହିଳା ହକି ଖେଳାଳି ଯିଏ ଅର୍ଜୁନ ପୁରସ୍କାରରେ ପୁରସ୍କୃତ ହୋଇଥିଲେ । ଏଲଭିରା ତାଙ୍କ ଭଉଣୀମାନଙ୍କ ପରି ଜୀବନସାରା ଅବିବାହିତ ଥିଲେ ।

ଏଲଭିରାଙ୍କ ମୃତ୍ୟୁ ରେ ଶୋକର ଛାୟା ଖେଳିଯାଇଛି । ହକି ଇଣ୍ଡିଆ ଏଲଭିରାଙ୍କ ମୃତ୍ୟୁରେ ସମବେଦନା ଜଣାଇଛି। ଏଲଭିରା ବ୍ରିଟୋଙ୍କ ଦେହାନ୍ତ ବିଷୟରେ ଜାଣିବା ଦୁଃଖଦାୟକ | ସେ ତାଙ୍କ ସମୟଠାରୁ ଆଗରେ ଥିଲେ ଏବଂ ମହିଳା ହକିରେ ବହୁତ କିଛି ହାସଲ କରିଥିଲେ । ରାଜ୍ୟ ସହିତ ପ୍ରଶାସକ ଭାବରେ କ୍ରୀଡା ସେବା ଜାରି ରଖିଥିଲେ ବୋଲି ଏଚଆଇ ସଭାପତି ଜିଆନେଣ୍ଡ୍ରୋ ନିଙ୍ଗମ୍ବମ୍ ଏକ ବିବୃତ୍ତିରେ କହିଛନ୍ତି। ହକି ଇଣ୍ଡିଆ ଏବଂ ସମଗ୍ର ହକି ଟିମ ତରଫରୁ ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।

Related posts

ଖେଲୋ ଇଣ୍ଡିଆ ମହିଳା ହକି ଲିଗ୍‌ରେ ଓଡ଼ିଶାକୁ କାଂସ୍ୟ

Odisha Sports Bureau

ହକି ବିଶ୍ୱକପ୍ କୁ ଦୃଷ୍ଟିରେ ରଖି ଆୟୋଜନ ହେବ ପ୍ରଦର୍ଶନୀ ହକି ମ୍ୟାଚ୍

Odisha Sports Bureau

ପାକିସ୍ତାନ ଟିମ୍ ହକି ବିଶ୍ୱକପରେ ଯୋଗ ଦେବ

Odisha Sports Bureau