Hockey

ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟକ ଏଲଭିରା ବ୍ରିଟୋଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟକ ଏଲଭିରା ବ୍ରିଟୋଙ୍କ ଆଜି ପରଲୋକ ଘଟିଛି । ବାର୍ଦ୍ଧକ୍ୟ ଜନିତ ସମସ୍ୟା ହେତୁ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା । ସେ ଅଷ୍ଟ୍ରେଲିଆ, ଶ୍ରୀଲଙ୍କା ଏବଂ ଜାପାନ ବିପକ୍ଷରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ୧୯୬୧ ରେ ଆନ୍ ଲୁମ୍ସଡେନ୍ ଙ୍କ ପରେ ୧୯୬୫ରେ ଏଲଭିରା ଦ୍ୱିତୀୟ ମହିଳା ହକି ଖେଳାଳି ଯିଏ ଅର୍ଜୁନ ପୁରସ୍କାରରେ ପୁରସ୍କୃତ ହୋଇଥିଲେ । ଏଲଭିରା ତାଙ୍କ ଭଉଣୀମାନଙ୍କ ପରି ଜୀବନସାରା ଅବିବାହିତ ଥିଲେ ।

ଏଲଭିରାଙ୍କ ମୃତ୍ୟୁ ରେ ଶୋକର ଛାୟା ଖେଳିଯାଇଛି । ହକି ଇଣ୍ଡିଆ ଏଲଭିରାଙ୍କ ମୃତ୍ୟୁରେ ସମବେଦନା ଜଣାଇଛି। ଏଲଭିରା ବ୍ରିଟୋଙ୍କ ଦେହାନ୍ତ ବିଷୟରେ ଜାଣିବା ଦୁଃଖଦାୟକ | ସେ ତାଙ୍କ ସମୟଠାରୁ ଆଗରେ ଥିଲେ ଏବଂ ମହିଳା ହକିରେ ବହୁତ କିଛି ହାସଲ କରିଥିଲେ । ରାଜ୍ୟ ସହିତ ପ୍ରଶାସକ ଭାବରେ କ୍ରୀଡା ସେବା ଜାରି ରଖିଥିଲେ ବୋଲି ଏଚଆଇ ସଭାପତି ଜିଆନେଣ୍ଡ୍ରୋ ନିଙ୍ଗମ୍ବମ୍ ଏକ ବିବୃତ୍ତିରେ କହିଛନ୍ତି। ହକି ଇଣ୍ଡିଆ ଏବଂ ସମଗ୍ର ହକି ଟିମ ତରଫରୁ ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।

Related posts

ହକି ବିଶ୍ୱକପ୍ ପାଇଁ ଅଷ୍ଟ୍ରେଳିଆ ଦଳ ଘୋଷିତ

Odisha Sports Bureau

ହକି ପୁରୁଷ ବିଶ୍ଵକପ ପାଇ ବ୍ଲକ ସ୍ତରୀୟ ପ୍ରତିଯୋଗୀତା ଉଦଯାପିତ

Odisha Sports Bureau

ଜୁନିୟର ମହିଳା ହକି ଦଳର କ୍ୟାମ୍ପ୍‌ରେ ୩ ଓଡ଼ିଆ

Odisha Sports Bureau