Cricket

ମୁଖ୍ୟ ପ୍ରଶିକ୍ଷକ ହେବା ପାଇଁ ଗମ୍ଭୀରଙ୍କ ସବୁଜ ସଙ୍କେତ

ଚଳିତ ଆଇସିସି ଟିଟ୍ୱେଣ୍ଟି ବିଶ୍ୱକପ୍‌ ପରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଡ୍ରାଭିଡ୍‌ଙ୍କ କାର୍ଯ୍ୟକାଳ ଶେଷ ହୋଇଯିବ। ଦ୍ରାବିଡ୍‌ଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ବିସିସିଆଇ ମଧ୍ୟ ନୂଆ ହେଡ୍‌ କୋଚ୍‌ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ଟିମ୍‌ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ପାଇଁ ବିସିସିଆଇ ମେ’ ୧୩ରୁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଥିଲା । ଆବେଦନ କରିବାର ଶେଷ ତାରିଖ ଥିଲା ମେ’ ୨୭ । ଆବେଦନ ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ ବିସିସିଆଇ ପକ୍ଷରୁ କୌଣସି ଘୋଷଣା କରାଯାଇନାହିଁ ।

ଗୌତମ ଗମ୍ଭୀର କୋଚ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ଏନେଇ ସେ ମୁହଁ ଖୋଲିଛନ୍ତି । ଏହି ପଦବୀରେ ନିଯୁକ୍ତି ପାଇଁ ଗମ୍ଭୀର ଇଚ୍ଛୁକ ଥିବା କହିଛନ୍ତି । ଆବୁଧାବିରେ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ମୁଁ ଭାରତୀୟ ଦଳକୁ ପ୍ରଶିକ୍ଷଣ ଦେବାକୁ ପସନ୍ଦ କରିବି ବୋଲି କହିଛନ୍ତି ଗମ୍ଭୀର । ଗମ୍ଭୀରଙ୍କ ମେଣ୍ଟରସିପ୍‌ରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଆଇପିଏଲ୍ ୨୦୨୪ ଟାଇଟଲ୍ ଜିତିଥିଲା । ତେବେ ଫାଇନାଲ ମ୍ୟାଚ୍‌ରେ ଗୌତମ ଗମ୍ଭୀର ଓ ବିସିସିଆଇ ସଚିବ ଜୟ ଶାହଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । କୁହାଯାଉଛି ଯେ ଟିମ୍‌ ଇଣ୍ଡିଆ ହେଡ୍‌କୋଚ୍‌ ପାଇଁ ଗମ୍ଭୀରଙ୍କ ନାମ ପ୍ରାୟ ଚୂଡାନ୍ତ । କେବଳ ଔପଚାରିକ ଘୋଷଣା ବାକି ରହିଛି ।

Related posts

ୟୁଏଇରେ ଖେଳାଯିବ ଭାରତ ପାକିସ୍ତାନ-ଭାରତ ମ୍ୟାଚ

Odisha Sports Bureau

ବିରାଟ କୋହଲିଙ୍କ ନକଲ କଲେ ଇଶାନ କିଶାନ

Odisha Sports Bureau

ଆଇପିଏଲ୍‌-୨୦୨୪: ଗୁଜରାଟ୍‌କୁ ୬୩ ରନ୍‌ରେ ପରାସ୍ତ କଲା ଚେନ୍ନାଇ 

Odisha Sports Bureau