Cricket

ଟିମ ଇଣ୍ଡିଆର ନୂଆ ହେଡ କୋଚ ହେଲେ ଗୌତମ ଗମ୍ଭୀର


ଟିମ ଇଣ୍ଡିଆର ନୂଆ ହେଡ କୋଚ ହେଲେ ଗୌତମ ଗମ୍ଭୀର । ସୂଚନା ଦେଲେ ବିସିସିଆଇ ସମ୍ପାଦକ ଜୟ ଶାହ । ରାହୁଲ ଦ୍ରାବିଡଙ୍କ ପରେ ଏବେ ଗୌତମ ଗମ୍ଭୀର ଭାରତୀୟ ଦଳର ମୁଖ୍ୟ କୋଚ ଭାର ସମ୍ଭାଳିବେ । ପୂର୍ବରୁ ଗୌତମ ଗମ୍ଭିର ଭାରତୀୟ ପୁରୁଷ କ୍ରିକେଟ ଦଳର ହେଡ କୋଚ ରେସର ଆଗରେ ରହିଥିଲେ । ଯାହାକୁ ବିସିସିଆଇ ମୋହର ଲାଗାଇଛି । ତେବେ ଭାରତୀୟ ପୁରୁଷ କ୍ରିକେଟ ଦଳର ହେଡ କୋଚ ଭାବେ ଗୌତମ ଗମ୍ଭୀରଙ୍କୁ ସ୍ୱାଗତ କରି ଅତ୍ୟନ୍ତ ଖୁସି ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ବିସିସିଆଇ ସମ୍ପାଦକ ।
ଆଧୁନିକ କ୍ରିକେଟ ଦ୍ରୁତ ଗତିରେ ପରିବର୍ତ୍ତନ ହୋଇଛି । ସେହି ପରିବର୍ତ୍ତନକୁ ଅତି ନିକଟରୁ ଦେଖିଛନ୍ତି ଗୌତମ ଗମ୍ଭୀର । ତାଙ୍କ କ୍ୟାରିଅରରେ ସେ ବିଭିନ୍ନ ଭୂମିକାରେ ଉକୃଷ୍ଟ ପ୍ରଦର୍ଶନ କରିଛନ୍ତି ।ତେଣୁ ଜୟ ଶାହା ଲେଖିଛନ୍ତି, ବିଶ୍ୱାସ ରହିଛି ଭାରତୀୟ କ୍ରିକେଟକୁ ଗୌତମ ଗମ୍ଭୀର ଆଗକୁ ନେଇ ପାରିବେ ।ଗୌତମଙ୍କ ଏହି ନୂଆ ଯାତ୍ରାରେ ବିସିସିଆଇ ତାଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିବେ ।
ଏହା ପରେ ଗୌତମ ଗମ୍ଭୀର ମଧ୍ୟ ତାଙ୍କ ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ଭାରତ ମୋ ପରିଚୟ । ଦେଶର ସେବା କରିବା ମୋ ଜୀବନର ସବୁଠାରୁ ବଡ ଗୌରବର କଥା । ଏବେ ପୁଣି ଫେରୁଛି , ଅବଶ୍ୟ ଏକ ଭିନ୍ନ ଭୂମିକାରେ ବୋଲି ଲେଖିଛନ୍ତି ଗୌତମ ଗମ୍ଭୀର । ମେନ ଇନ ବ୍ଲ, ବ୪୦ କୋଟି ଭାରତୀୟଙ୍କ ସ୍ୱପ୍ନ ବହନ କରୁଛନ୍ତି ।ସେହି ସ୍ୱପ୍ନକୁ ପୂରଣ କରିବାକୁ ମୁଁ ସବୁ କିଛି କରିବି ବୋଲି ଗମ୍ଭୀର କହିଛନ୍ତି । ସେହି ସ୍ୱପ୍ନକୁ ପୂରଣ କରିବାକୁ ମୁଁ ସବୁ କିଛି କରିବି ବୋଲି ଗମ୍ଭୀର କହିଛନ୍ତି ।
ସୂଚନା ଅନୁଯାୟୀ, ୨୦୦୪ ମସିହାରେ ଆନ୍ତର୍ଜାତିକ କ୍ରିକେଟ୍ ପଦାର୍ପଣ କରିଥିବା ଗମ୍ଭୀର ୨୦୧୬ରେ ଭାରତ ପାଇଁ ଶେଷ ମ୍ୟାଚ୍ ଖେଳିଥିଲେ। ତାଙ୍କର ଏହି ୧୨ ବର୍ଷର କ୍ରିକେଟ୍ ଯାତ୍ରା ମଧ୍ୟରେ ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍ ଓ ୨୦୧୧ ଦିନିକିଆ ବିଶ୍ବକପ୍ରେ ଭାରତକୁ ବିଜେତା କରାଇବାରେ ସେ ପ୍ରମୁଖ ଭୂମିକା ତୁଲାଇଥିଲେ। ଟ୍ବେଣ୍ଟି-୨୦ ବିଶ୍ବକପ୍ ଫାଇନାଲ୍ରେ ପାକିସ୍ତାନ ବିପକ୍ଷରେ ମହତ୍ବପୂର୍ଣ୍ଣ ୭୫ ରନ୍ କରିଥିବା ଗମ୍ଭୀର ୨୦୧୧ ବିଶ୍ବକପ୍ ଫାଇନାଲ୍ରେ ଶ୍ରୀଲଙ୍କା ବିପକ୍ଷରେ ୯୭ ରନ୍ର ଅବଦାନ ଦେଇଥିଲେ। କିନ୍ତୁ ତାଙ୍କ ଅବଦାନକୁ କେବେ ବି ଉଚିତ ସମ୍ମାନ ମିଳିପାରି ନଥିଲା। ଦଳର ଅଧିନାୟକ ଓ ଶ୍ରେଷ୍ଠ ଖେଳାଳି ସବୁ ଶ୍ରେୟ ଦିଆଯାଉଥିବାରୁ ଗମ୍ଭୀରଙ୍କୁ ସେତିକି ମିଳୁ ନଥିଲା। ସେହିପରି ଆଇପିଏଲ୍ରେ ଗମ୍ଭୀରଙ୍କ ନେତୃତ୍ବରେ କୋଲ୍କାତା ନାଇଟ୍ ରାଇଡର୍ସ ୨୦୧୨ ଓ ୨୦୧୪ରେ ବିଜେତା ହୋଇଥିଲା। ୨୦୧୭ରେ ସେ କେକେଆର୍ ଛାଡ଼ିଥିଲେ। କିନ୍ତୁ ମେଣ୍ଟର ଭାବେ ତାଙ୍କ କ୍ୟାରିୟର ବହୁ ଉଚ୍ଚକୁ ଯାଇପାରିଛି। ପ୍ରଥମେ ୨୦୨୨ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଦଳର ମାର୍ଗଦର୍ଶକ ଭାବେ ସେ ଯୋଗ ଦେଇଥିଲେ। ଦୁଇ ବର୍ଷ ରହଣି ମଧ୍ୟରେ ଲକ୍ଷ୍ନୌ ପ୍ଲେ ଅଫ୍ରେ ପ୍ରବେଶ କରିଥିଲା। ଗତ ଆଇପିଏଲ୍ ପୂର୍ବରୁ କେକେଆର୍ ତାଙ୍କୁ ମେଣ୍ଟର ଭାବେ ଦଳକୁ ଫେରାଇ ଆଣିଥିଲା। ତାଙ୍କ ତତ୍ତ୍ବାବଧାନରେ କେକେଆର୍ ୧୦ ବର୍ଷ ପରେ ପୁଣି ଥରେ ଆଇପିଏଲ୍ ବିଜେତା ହୋବାର ସୌଭାଗ୍ୟ ପାଇଥିଲା।

Related posts

T20 ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିପାରୁଥିବା 5 ଜଣ ଭାରତୀୟ ବଂଶୋଦ୍ଭବ ଖେଳାଳି

Odisha Sports Bureau

ଇଂଲଣ୍ଡ ଗସ୍ତ ପୂର୍ବରୁ ବିସିସିଆଇରେ ହୋଇପାରେ ବଡ଼ ପରିବର୍ତ୍ତନ

ସଚିନ ତେନ୍ଦୁଲକର, ବିରାଟ କୋହଲି, ରୋହିତ ଶର୍ମାଙ୍କ ସହ ସମକକ୍ଷ :ଧୋନି

Odisha Sports Bureau