Cricket

ପଞ୍ଜାବ ପାଇଁ ଭାରି ପଡିବେ ଗିଲଙ୍କ ନୂଆ କୋଚ

ନୂଆଦିଲ୍ଲୀ: ଆଇପିଏଲର ୧୭ ତମ ମ୍ୟାଚରେ ସାମ୍ନାସାମ୍ନି ହେବେ ଗୁଜୁରାଟ ଟାଇଟନ୍ସ ଏବଂ ପଞ୍ଜାବ କିଙ୍ଗସ । ତେବେ ଏହି ମ୍ୟାଚଟି ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ବେଳେ ଏହି ମ୍ୟାଚ ଉଭୟ ଟିମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ପଞ୍ଜାବ କିଙ୍ଗ୍ସ ପାଇଁ ରାସ୍ତା ଟିକେ କଠିନ ହେବ ବୋଲି କୁହାଯାଉଛି । କାରଣ ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ ପଞ୍ଜାବ ଦୁର୍ବଳ ନଜର ଆସୁଛି । ଚଳିତ ସିଜିସରେ ୨ ଥାର ପରାଜୟ ହୋଇଛି ଟିମ । ତେବେ ପଞ୍ଜବ କିଙ୍ଗ୍ସ ବିପକ୍ଷ ମ୍ୟାଚରେ ଗୁଜୁରାଟ ଅଧିନାୟକଙ୍କ ଉପରେ ରହିବ ଖାସ ନଜର । କାରଣ ଶୁଭମନ ଗିଲଙ୍କୁ ମିଳିଛନ୍ତି ତାଙ୍କର ସ୍ପେଶାଲ କୋଚ । ଯାହାଙ୍କ ତତ୍ତ୍ୱବଧାନରେ ତାଲିମ ନେଉଛନ୍ତି ଗିଲ । ବାସ୍ତବରେ ଗିଲ ଙ୍କର ଏହି ଖାସ ତାଲଇମ ତାଙ୍କ ପିତା ଲକ୍ଷ୍ମୀନ୍ଦର ସିଂଙ୍କ ତତ୍ତ୍ୱବଧାନରେ ଚାଲିଥିବା କୁହାଯାଉଛି । ଯାହାର ଭିଡିଓ ଗୁଜୁରାଟ ଟାଇଟାନ୍ସ ସୋସିଆଲ ମିଡିଆରେ ପୋଷ୍ଟ କରିଛି । ଯେଉଁଥିଲେ ଗିଲ ବ୍ୟାଟିଂ ଅଭ୍ୟାସ କରୁଛନ୍ତି ଏବଂ ତାଙ୍କ ପିତା ନେଟ ପଛରେ ଠିଅ ହୋଇଛନ୍ତି । ତେବେ ଲକ୍ଷ୍ମୀନ୍ଦର ଶୁବମାନ ଗିଲଙ୍କ କୋଚ ଅଟନ୍ତି । ସେ ପିଲାଦିନରୁ ହିଁ ପୁଅର ବ୍ୟାଟିଂକୁ ସୁଧାରୁଛନ୍ତି । ଗିଲ ଚଳିତ ସିଜନରେ ଭଲ ବ୍ୟାଟିଂ କରିଛନ୍ତି କିନ୍ତୁ ତାଙ୍କ ଟ୍ୟାଲେଣ୍ଟ ଅନୁଯାୟୀ ବଡ ଇନିଂସ ଖେଳିବାରେ ସକ୍ଷମ ହୋଇ ନାହାଁନ୍ତି । ଏଥିପାଇଁ କାରଣରୁ ବାପା ଲକ୍ଷ୍ମୀନ୍ଦର ଗିଲଙ୍କ ଉପରେ ବହୁତ ଧ୍ୟାନ ଦେଉଛନ୍ତି । ଯାହାଦ୍ୱାରା ଗିଲ ଏକ ବଡ ଇନିଂସ ଖେଳିପାରବେ । ଆଉ ଏହାର ଆରମ୍ଭ ସେ ପଞ୍ଜାବ କିଙ୍ଗସ ବିପକ୍ଷରେ କରିବାକୁ ଚାହୁଁଥିବା ସୂଚନା ରହିଛି । ଅନ୍ୟପାଟେ ପଞ୍ଜାବ ସାମ୍ନାରେ ରହିଛି ବଡ ସମସ୍ୟା । ଟିମର ଉଭୟ ବୋଲଇଂ ଏବଂ ବ୍ୟାଟିଂ ବାହିନୀ ପାଲଟିଛନ୍ତି ଚିନ୍ତାର କରଣ ।

Related posts

ଟେଷ୍ଟ କ୍ରିକେଟରେ ଇତିହାସ ରଚିଲେ ପାକିସ୍ତାନୀ କ୍ରିକେଟର ସାଉଦ ସକିଲ

ନ୍ୟୁଜିଲାଣ୍ଡ ଆଗରେ ୩୫୮ରନର ଟାଗେର୍ଟ ରଖିଛି ଦକ୍ଷିଣ ଆଫ୍ରିକା

Odisha Sports Bureau

ରଣଜୀ ଟ୍ରଫିର ତୃତୀୟ ପର୍ଯ୍ୟାୟ ମ୍ୟାଚ୍

Odisha Sports Bureau

Leave a Comment