More Sports

ନୀରଜଙ୍କ ନାଁରେ ସୁନାର ପୋଷ୍ଟ ବକ୍ସ

ନୂଆଦିଲ୍ଲୀ: ଗୋଲଡେନ ବୟ ନୀରଜ ଚୋପ୍ରାଙ୍କୁ ମିଳିଲା ଆଉ ଏକ ସମ୍ମାନ । ଏଥର ନୀରଜଙ୍କୁ ସମ୍ମାନ ଜଣାଇଛି ଭାରତୀୟ ଡାକ ବିଭାଗ । ହରିୟାଣା ପାନିପତର ନୀରଜ ଚୋପ୍ରା ଗାଁରେ ଲଗାଯାଇଛି ସୁନେଲି ପୋଷ୍ଟ ବକ୍ସ । ପ୍ରକୃତରେ ପୋଷ୍ଟ ବକ୍ସଟି ସୁନାର ନୁହେଁ । ଏଥିରେ ସୁନେଲି ରଙ୍ଗ ଦିଆଯାଇଛି । ଏଥିସହିତ ପୋଷ୍ଟ ବକ୍ସରେ ନୀରଜଙ୍କ ନାମ ମଧ୍ୟ ଲେଖାଯାଇଛି ।

ହରିୟାଣାର ଖଣ୍ଡାରା ଗ୍ରାମରେ ଥିବା ଏହି ସୁବର୍ଣ୍ଣ ରଙ୍ଗର ପୋଷ୍ଟ ବକ୍ସରେ ଲେଖାଯାଇଛି ଶ୍ରୀ ନୀରଜ କୁମାର ଜାଭେଲିନ ସ୍ୱର୍ଣ୍ଣ ପଦକ ବିଜେତା, ଏହା ଆପଣଙ୍କ ଉଦ୍ଦେଶ୍ୟରେ । ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଲୋକେ ଏହାକୁ ଖୁବ ପସନ୍ଦ କରୁଛନ୍ତି । ନୀରଜ ଚୋପ୍ରା ନିଜେ ବର୍ତ୍ତମାନ ଆମେରିକାରେ ଅଛନ୍ତି । ଯେଉଁଠାରେ ସେ ପ୍ୟାରିସ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ଆରମ୍ଭ କରୁଛନ୍ତି ।

Related posts

୬ ସ୍ୱର୍ଣ୍ଣ ଜିତିଲେ ଭାରତୀୟ ମୁଷ୍ଟିଯୋଦ୍ଧା

Odisha Sports Bureau

ନେସନାଲ୍ ଚମ୍ପିଆନଶିପରେ ସ୍ୱର୍ଣ୍ଣ ଜିତିଲେ ମୀରାବାଇ

Odisha Sports Bureau

‘କିଡ୍ସ କାଟେଗୋରି’ରେ ଧ୍ରୁବ ମନୋଜ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି

Odisha Sports Bureau