More Sports

ନୀରଜଙ୍କ ନାଁରେ ସୁନାର ପୋଷ୍ଟ ବକ୍ସ

ନୂଆଦିଲ୍ଲୀ: ଗୋଲଡେନ ବୟ ନୀରଜ ଚୋପ୍ରାଙ୍କୁ ମିଳିଲା ଆଉ ଏକ ସମ୍ମାନ । ଏଥର ନୀରଜଙ୍କୁ ସମ୍ମାନ ଜଣାଇଛି ଭାରତୀୟ ଡାକ ବିଭାଗ । ହରିୟାଣା ପାନିପତର ନୀରଜ ଚୋପ୍ରା ଗାଁରେ ଲଗାଯାଇଛି ସୁନେଲି ପୋଷ୍ଟ ବକ୍ସ । ପ୍ରକୃତରେ ପୋଷ୍ଟ ବକ୍ସଟି ସୁନାର ନୁହେଁ । ଏଥିରେ ସୁନେଲି ରଙ୍ଗ ଦିଆଯାଇଛି । ଏଥିସହିତ ପୋଷ୍ଟ ବକ୍ସରେ ନୀରଜଙ୍କ ନାମ ମଧ୍ୟ ଲେଖାଯାଇଛି ।

ହରିୟାଣାର ଖଣ୍ଡାରା ଗ୍ରାମରେ ଥିବା ଏହି ସୁବର୍ଣ୍ଣ ରଙ୍ଗର ପୋଷ୍ଟ ବକ୍ସରେ ଲେଖାଯାଇଛି ଶ୍ରୀ ନୀରଜ କୁମାର ଜାଭେଲିନ ସ୍ୱର୍ଣ୍ଣ ପଦକ ବିଜେତା, ଏହା ଆପଣଙ୍କ ଉଦ୍ଦେଶ୍ୟରେ । ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଲୋକେ ଏହାକୁ ଖୁବ ପସନ୍ଦ କରୁଛନ୍ତି । ନୀରଜ ଚୋପ୍ରା ନିଜେ ବର୍ତ୍ତମାନ ଆମେରିକାରେ ଅଛନ୍ତି । ଯେଉଁଠାରେ ସେ ପ୍ୟାରିସ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ଆରମ୍ଭ କରୁଛନ୍ତି ।

Related posts

ଭାରୋତ୍ତୋଳନରେ ସ୍ନେହା ସ୍ବର୍ଣ୍ଣ ଓ ଜିମ୍ନାଷ୍ଟରେ ଜଗଦୀଶ ରୌପ୍ୟ

Odisha Sports Bureau

ଭାରତକୁ ପୁଣି ରୋପ୍ୟ

Odisha Sports Bureau

ଖେଲୋ ଇଣ୍ଡିଆ ଜାତୀୟ ଯୁବ କ୍ରୀଡା: ୨-୧ ଗୋଲରେ ଓଡିଶା ପରାସ୍ତ

Odisha Sports Bureau