Hockey

ଭାରତୀୟ ପୁରୁଷ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଇଛନ୍ତି ଗ୍ରାହାମ ରିଡ୍

ନୂଆଦିଲ୍ଲୀ : ଭାରତୀୟ ପୁରୁଷଳ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ପଦରୁ ଜାନୁଆରୀ ୩୦ ତଥା ସୋମବାର ଇସ୍ତଫା ଦେଇଛନ୍ତି ଗ୍ରାହାମ ରିଡ୍ । ବିଶ୍ବକପ୍ରେ ଭାରତୀୟ ଦଳ ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇଥିବାରୁ ରିଡ୍ ନିଜ ପଦରୁ ଇସ୍ତଫା ଦେଇଥିବା ଆଲୋଚନା ହେଉଛି । ବିଶ୍ୱକପ୍ ହକିରେ ଭାରତ ନବମ ସ୍ଥାନରେ ରହିଥିଲା । ହେଲେ କ୍ବାର୍ଟର ଫାଇନାଲ ରେ ଏଣ୍ଟ୍ରି କରିବାରେ ଫେଲ ହୋଇଥିଲା । ବିଶ୍ବକପ୍ରେ ଭାରତୀୟ ଦଳ ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇଥିବାରୁ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ଓ ସମ୍ପାଦକ ଭୋଳାନାଥ ସିଂହ ଖେଳାଳି ଓ ସପୋର୍ଟ ଷ୍ଟାଫ୍ଙ୍କୁ ଭେଟି ଦଳର ପ୍ରଦର୍ଶନ ସମ୍ପର୍କରେ ସମୀକ୍ଷା କରିବା ସହ ଆଗାମୀ ଦିନ ନିମନ୍ତେ ରଣନୀତି ପ୍ରସ୍ତୁତି ନେଇ ଆଲୋଚନା କରିଥିଲେ।

Related posts

ହକି ବିଶ୍ୱକପ୍ ପାଇଁ ଅଷ୍ଟ୍ରେଳିଆ ଦଳ ଘୋଷିତ

Odisha Sports Bureau

ନ୍ୟୁଜିଲାଣ୍ଡକୁ ୭-୪ ଗୋଲରେ ପରାସ୍ତ କରିଛି ଭାରତ

Odisha Sports Bureau

୧୬ ବର୍ଷ ପରେ ଚେନ୍ନାଇରେ ଖେଳାଯିବ ହକି

Odisha Sports Bureau